ହତ୍ୟା ପରେ ପରିବାରକୁ କହିଥିଲା… ଯାହା ହେଲା ସେଥିପାଇଁ ମୁଁ ବହୁତ ଖୁସି ଅଛି… Niharika

ଅଞ୍ଜନ ମରିବା ପରେ କାହିଁକି ଖୁସିରେ ଥିଲା ନିହାରିକା ! ହଁ ଆଜ୍ଞା ଏତେ ଅଳ୍ପ ବର୍ଷ ବୟସରୁ ଗୋଟେ ଝିଅ ଯେ ଏତେ ନୃଶଂଶ କିଭଳି ପାଲଟିଯିବ ଏ କଥାକୁ ନେଇ ଚର୍ଚା ଚାଲିଛି ? ଯେଉଁ ଝିଅ ରାସ୍ତାରେ ମୁଣ୍ଡ ତଳକୁ କରି ଚାଲୁଥିଲା । ସେ ଝିଅ କିଭଳି ନିଜ ପ୍ରେମିକ କାହ୍ନାକୁ ହାଣିବା ପାଇଁ କହିପାରିଥିଲା । କାରଣ ଯେତେବେଳେ ନିହାରିକା ତା’ ପ୍ରେମିକକୁ କହି ଅଞ୍ଜନକୁ ହାଣି ସାରିଥିଲା । ତାପରେ ପରେ ନିହାରିକା ନିଜ ପରିବାର ଲୋକକୁ ମେସେଜରେ ଏଭଳି କିଛି କଥା କହିଥିଲା ।

ଦିଦି ମୁଁ ମୋ ବୟଫ୍ରେଣ୍ଡ ସହ ପଳେଈ ଆସିଛି । ଏଠାରେ ମୁଁ ଖୁସିରେ ଅଛି । ତୁମେ ମାନେ ମୋ ପାଇଁ ବ୍ୟସ୍ତ ହେବ ନାହିଁ । ତେବେ କାହ୍ନା ଓ ନିହାରିକା ପ୍ରେମୀ ଯୁଗଳଙ୍କୁ ପୋଲିସ ଗିରଫ କରି ଅଟକ ରଖି ପଚରାଉଚରା ଜାରୀ ରଖିଛି । ଯାହାପରେ ଗୋଟେ ପରେ ଗୋଟେ ସବୁ ସତ କଥା ସାମ୍ନାକୁ ଆସିବାରେ ଲାଗିଛି । ଯେ ଏମାନେ ସେହି ସମୟରେ କେତେ ନୃଶଂସ ପାଲଟି ଯାଇଥିଲେ । ତେବେ ଏତେ ବଡ ହତ୍ୟାକାଣ୍ଡ ଘଟାଇ ସାରିଲା ପରେ ମଧ୍ୟ ନିହାରିକା କି ତା’ ପ୍ରେମିକ କାହ୍ନା ମନରେ ଟିକିଏ ମଧ୍ୟ ଅନୁତାପ ନଥିଲା ।

ଏହି କାଣ୍ଡ ପରେ ସେମାନେ ବହୁତ ଖୁସିରେ ଥିଲେ ବୋଲି ଯାହା ବର୍ତ୍ତମାନ ସମୟରେ ଚର୍ଚା ହେବାରେ ଲାଗିଛି । ତେବେ ପୋଲିସର ପଚରାଉଚରା ପରେ ଆଗକୁ ଆହୁରି ଏଭଳି କିଛି ପ୍ରକୃତ କାରଣ ମଧ୍ୟ ସାମ୍ନାକୁ ଆସିପାରେ । ଯେ ପ୍ରକୃତରେ କେଉଁ କାରଣରୁ ନିହାରିକା ତା’ ପ୍ରେମିକ କାହ୍ନାକୁ ହାଣିବା ପାଇଁ କହିଥିଲା । ତେବେ କାହ୍ନା ନିହାରିକାର ପୁରୁଣା ପ୍ରେମିକ ଗୌତମର ସାଙ୍ଗ ଅଞ୍ଜନଙ୍କୁ କଣ ପାଇଁ ମାରିଦେଇଥିଲା ।

ତାପରେ ନିହାରିକା ନିଜ ପରିବାରକୁ ମୁଁ ମୋ ବୟଫ୍ରେଣ୍ଡ ସହ ଖୁସିରେ ଅଛି ବୋଲି ମଧ୍ୟ ମେସେଜ କରି କହିଥିଲା । ଏପଟେ ଗୌତମ ଓ ନିହାରିକାର ସତରେ କଣ ପ୍ରେମ ସମ୍ପର୍କ ଥିଲା । ନା ଗୌତମ ନିହାରିକାର ପଛରେ ପଡିଥିଲା । ଯେଉଁ କାରଣରୁ ନିହାରିକା ରାଗିଜାଇ ପ୍ରେମିକ କାହ୍ନାକୁ ହାଣିଦେବା ପାଇଁ କହିପାରିଥିଲା । ଏହାରି ଭିତରେ ଗୌତମର ସାଙ୍ଗ ଅଞ୍ଜନ ବଳି ପଡିଯାଇଥିଲା । ଏ ନେଇ ପୋଲିସ ଅଧିକ ପଚରାଉଚରା ପ୍ରେମୀ ଯୁଗଳଙ୍କୁ କରିବାରେ ଲାଗିଛି । ଖବରର ଅପଡେଟ ପାଇବା ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *