କେନ୍ଦ୍ରାପଡା ସମୁଦ୍ରରେ ସୋମାଲିଆ ଭଳି ଦୃଶ୍ୟ..ବନ ବିଭାଗକୁ ଏକା ଦେଖି ମାଡି ଆସିଲେ ମାଛ ମାଫିଆ…

କେନ୍ଦ୍ରାପଡା ସମୁଦ୍ରରେ ସୋମାଲିଆ ଭଳି ଦୃଶ୍ୟ ! ହଁ ଆଜ୍ଞା ମଝି ସମୁଦ୍ରରେ ଇଏ କେଉଁ ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ମାଳ ମାଳ ବୋଟ୍ ଗୁଡିକ ଖାଲି ଗୋଡାଉଛନ୍ତି । ଏହାରି ଭିତରେ ଦେଖୁ ଦେଖୁ ବନ ବିଭାଗ କର୍ମଚାରୀ ଙ୍କ ଉପରେ ଆକ୍ରମଣ କରିଛନ୍ତି । ତେବେ ଏ ସବୁ ଏତେ ଗୁଡିଏ ଡଙ୍ଗା କେଉଁଠାରୁ ଆସିଛି ? ହେଲେ ଅଚାନକ ସମୁଦ୍ର ଭିତରକୁ ଆସି ଆକ୍ରମଣ କରିବାରେ ଲାଗିପଡିଛନ୍ତି । ତେବେ ସୂଚନା ମୁତାବିକ ସମୁଦ୍ର ଭିତରେ ବନ ବିଭାଗ କର୍ମଚାରୀ ଓ ମାଛ ମାଫିଆ ମାନଙ୍କ ମଧ୍ୟରେ ଯୁଦ୍ଧ ହେଉଛି ।

ବନ ବିଭାଗ କର୍ମଚାରୀଙ୍କୁ ଘେରି ଆକ୍ରମଣ କରୁଛନ୍ତି । ଏଭଳି କିଛି ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଦେଖିବାକୁ ମିଳିଛି । ବନ ବିଭାଗ କର୍ମଚାରୀ ଓ ମାଛ ମାଫିଆ ମାନଙ୍କ ମଧ୍ୟରେ ସମୁଦ୍ର ଭିତରେ ଗୋଡାଗୋଡି ଚାଲିଥିଲା । ତେବେ ଗହୀରମଥା ହେଉଛି ଏକ ଭଲ ଫିସିଙ୍ଗ ରାଉଣ୍ଡ । ଏହି ସ୍ଥାନରେ ମାଛ ମାନେ ତାଙ୍କର ବଂଶ ବିସ୍ତାର ଭଲ ଭାବେ କରିଥାନ୍ତି । ବନ ବିଭାଗର 11 ଜଣିଆ ଟିମ ପେଟ୍ରୋଲିଂ ବେଳେ ହୋଇଥିଲା ଏପରି କିଛି ଆକ୍ରମଣ ।

କଇଞ୍ଛ ସୁରକ୍ଷା ପାଇଁ ସେଠାରେ ପେଟ୍ରୋଲିଂ କାର୍ଯ୍ୟ ଜାରୀ ରହିଥିଲା । ସେହି ସମୟରେ ନିଷିଦ୍ଧାଞ୍ଚଳରେ 15 ରୁ 20 ମାଫିଆ ଟଲର ମାଛ ମାରୁଥିଲେ । ଯାହା ପରେ ଏହି ଦୃଶ୍ୟ ଦେଖି ବନ ବିଭାଗ କର୍ମଚାରୀ ମାନେ ତାଙ୍କୁ ୱାର୍ନିଙ୍ଗ ଦେଇଥିଲେ । ହେଲେ ସେମାନେ ଏହି କଥାକୁ ବିଲକୁଲ ବି ଖାତିର କରିଯାଇ ନଥିଲେ । ଓଲଟା ରୂପେ ସେମାନେ ବନ ବିଭାଗ କର୍ମଚାରୀ ମାନଙ୍କ ଉପରେ ଆକ୍ରମଣ କରିଥିଲେ ।

ତାପରେ ବନ ବିଭାଗ କର୍ମଚାରୀ ମାନଙ୍କ ମାଫିଆ ମାନେ ପୁରା ଘେରି ଯାଇଥିଲେ । ଫଳରେ ବନ ବିଭାଗ କର୍ମଚାରୀ ଏ ନେଇ ଧାମରା ଥାନାରେ ସୂଚନା ଦେବା ସହ ପାଖରେ ଥିବା ବନ୍ଧୁକକୁ ଦେଖାଇ ସେଠାରୁ ଖସି ପଳାଇ ଆସିଥିଲେ । ତେବେ ବନ ବିଭାଗଙ୍କ କର୍ମଚାରୀଙ୍କ କହିବା ଅନୁସାରେ ଏଭଳି ବାରମ୍ବାର ହେଉଛି । ଏଥିପାଇଁ ଅନେକ ଅଧିକାରୀ ସହିଦ ମଧ୍ୟ ହୋଇଯାଇଛନ୍ତି । ତେବେ ଏ ନେଇ ଟ୍ରଲର ମାଫିଆ ମାନଙ୍କୁ କିପରି ଭାବେ ରୋକାଯାଇ ପାରିବ ? ସେଥିପାଇଁ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *