ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ସରକାର ଆଣିଲେ ନୂଆ ନିୟମ ! ଜୁଲାଇରୁ ଲାଗୁ ହେବ ନିୟମ, ମାନିବାକୁ ସମସ୍ତେ ବାଧ୍ୟ !

ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଆସିଲା ବଡ ଖବର ! ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ହାତରେ ନିହାତି ଭାବେ ମୋବାଇଲ ରହୁଛି । ତେବେ ଯେଉଁ ମାନେ ମୋବାଇଲ ବ୍ୟବହାରକାରୀ ଏବଂ ସେମାନଙ୍କ ପାଖରେ ଯଦି ସିଁ କାର୍ଡ ଥାଏ । ତେବେ ଏଥିପାଇଁ ସେମାନଙ୍କୁ ସତର୍କ ରହିବା ନିହାତି ଜରୁରୀ ଅଟେ । କାରଣ ଭାରତୀୟ ଟେଲିକମ ନିୟାମକ କର୍ତ୍ତୁପକ୍ଷ ସିମ କାର୍ଡ ସମ୍ବଦ୍ଧରେ ଏକ ବଡ ପରିବର୍ତ୍ତନ କରିଛି ।

ଏହି ନୂଆ ନିୟମଟି ଆସନ୍ତା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଅଛି । ତେବେ ଏହି ନିୟମ ବିଶେଷ କରି ଯେଉଁ ମାନେ ଭାରତରେ ସିମ କାର୍ଡର ବ୍ୟବହାର କରୁଛନ୍ତି । ସେମାନଙ୍କ ଉପରେ ଲାଗୁ କରାଯିବ । ଏହି ନିୟମ ସମସ୍ତ ସିମକାର୍ଡ ବ୍ୟବହାରକାରୀଙ୍କ ପାଇଁ ବାଧ୍ୟତାମୁକାଳ ଅଟେ ବୋଲି କୁହାଯାଇଛି । ଟେଲିକମ ବିଭାଗରେ ଦିନକୁ ଦିନ ବଢି ଚାଲିଥିବା ଜାଲିଆତି ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର କିଛି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଯଦି ଆପଣ ଆପଣଙ୍କ ସିମ ଅଦଳ ବଦଳ କରିଛନ୍ତି । କିମ୍ବା ଆଗକୁ କରିବାକୁ ଏହା ଯୋଜନା କରୁଛନ୍ତି । ତେବେ ଏହି କିଛି କଥା ଉପରେ ନିଶ୍ଚିତ ରୂପେ ଧ୍ୟାନ ଦେବା ଅବଶ୍ୟକ । ଏହି ନୂଆ ନିୟମ ଅନୁଯାଇ ସିମ ସ୍ଵାପିଙ୍ଗ, ଅଦଳବଦଳ କରିବା ପରେ ଉପୋଭୋକ୍ତା ମାନେ ମୋବାଇଲ ନମ୍ବର ପୋଟିଙ୍ଗ ବା ପୋର୍ଟାବୀଲିଟି କରିପାରିବେ ନାହିଁ । ନୂଆ ବ୍ୟବସ୍ଥା ଅନୁଯାଇ ଥରେ ସିମ ସ୍ଵାପିଙ୍ଗ କରିବା ପରେ ଉପୋଭୋକ୍ତା ମାନେ ଅନ୍ୟ ନମ୍ବର ଥିବା ଟେଲିକମ କମ୍ପାନୀକୁ ସେମାନଙ୍କ ନମ୍ବରକୁ ପୋର୍ଟାବିଲିଟି କରିବା ବା ବଦଳେଇ ପାରିବେ ନାହିଁ ।

ଏହି ନୂଆ ନିୟମ ମୋବାଇଲ ଉପୋଭୋକ୍ତା ମାନଙ୍କୁ ସାଇବର ଠକେଇରୁ ରକ୍ଷା କରିବାରେ ବହୁ ସାହାଜ୍ଯ କରିବ । ସାଇବର ଠକେଇ ମାମଲାରେ ସ୍କାମର ମାନେ ବାରମ୍ବାର ବ୍ୟବହାରକାରୀଙ୍କୁ ଠକିବାରେ ସିମ ଅଦଳବଦଳ ବ୍ୟବହାର କରିଥାନ୍ତି । ସିମ ସ୍ଵାପିଙ୍ଗ ବା ଅଦଳ ବଦଳ ପରେ ଉପୋଭୋକ୍ତା ମାନଙ୍କର ସମସ୍ତ କଲ୍, ମେସେଜ ଓ ଓଟିପି ଅନ୍ୟ ଫୋନରେ ଗ୍ରହଣ କରିବା ଆରମ୍ଭ ହୋଇଯାଇଥାଏ ।

ଯେଉଁଥି ପାଇଁ ସେମାନେ ପ୍ରତାରଣାର ଶିକାର ମଧ୍ୟ ଅନେକ ସମୟରେ ହୋଇଥାନ୍ତି । ତେଣୁ ଉପୋଭୋକ୍ତା ଏହି ନିୟମକୁ ଅନୁସରଣ କରିବା ପାଇଁ ସଚେତନ ହେବା ଉଚିତ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *