କୁଖ୍ୟାତ ମାଓ କମାଣ୍ଡର ହିଡ଼ମାଙ୍କ ମା’ର ସୁଖ ଦୁଃଖ ବୁଝିଲେ… ସୁକୁମା ଏସପି Kiran Chauhan

ମାଓବାଦୀ ହିଡମାଙ୍କ ମା’ ପାଖରେ ପହଞ୍ଚିଲେ ଏସ୍ପି ! ହିଡମା ଏପରି ଏକ ନାମ ଯାହାକୁ ଶୁଣିଲେ ଛାତି ଥରି ଉଠେ । କାରଣ ଏହି ହିଡମା ହେଉଛି ଜଣେ କୁଖ୍ୟାତ ମାଓ କମାଣ୍ଡର । ହିଡମା ସେତିକି ଭୟଙ୍କର ମଣିଷ ଅଟେ । ତେବେ ପୋଲିସ ଏସ୍ପି କିରଣ ଚୌହାନ ହିଡମାର ଜନ୍ମସ୍ଥାନକୁ ଯାଇଥିଲେ । ହିଡମାର ଜନ୍ମସ୍ଥାନରେ ପହଞ୍ଚି ହିଡମାର ଘରକୁ ଯାଇଥିଲେ । ମାଓ କମାଣ୍ଡର ହିଡମାର ଘରେ ତା’ ର ବୁଢୀ ମା’ ଟିଏ ଅଛି । ଯେଉଁଠାରେ ପହଞ୍ଚି ଏସ୍ପି ହିଡମାର ମା’ ଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

ତାଙ୍କର ସୁଖ, ଦୁଃଖ ଓ ଭଲମନ୍ଦ ସବୁ ପଚାରି ବୁଝିଥିଲେ । ଯେଉଁ ସ୍ଥାନରେ ଆଜି ପର୍ଯ୍ୟନ୍ତ ପ୍ରଶାସାନ ପହଞ୍ଚି ପାରିନଥିଲା । ଯେଉଁ ସ୍ଥାନରେ ରାସ୍ତା କି ପାନୀୟ ଜଳ ଭଳି କିଛି ମଧ୍ୟ ସୁବିଧା କରାଯାଇନାହିଁ । ସ୍ଵାସ୍ଥ, ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ଯେଉଁ ସ୍ଥାନର କିଛି ବି ବିକାଶ ହୋଇପାରିନାହିଁ । ହେଲେ ସେହି ସ୍ଥାନରେ କଳାବାରୁଦର ଶବ୍ଦ ଶୁଣିବାକୁ ମିଳେ । ହେଲେ ଏହି ସବୁ ମଧ୍ୟରେ ସବୁ କିଛିକୁ ଚଲେଞ୍ଜ କରି ପୋଲିସ ନିଜର ମାନବିକତା ଦେଖାଇଛନ୍ତି ।

ଶତ୍ରୁ ହେଲେ ମଧ୍ୟ ମାଓ କମାଣ୍ଡର ହିଡମାର ଗାଁ ଘରେ ପୋଲିସ ଟିମ ପହଞ୍ଚିଯାଇଥିଲେ । ସେଠାରେ ପହଞ୍ଚି ହିଡମା ମା’ ଙ୍କର ସବୁ ଭଲମନ୍ଦ ପଚାରି ବୁଝିଛନ୍ତି । ତେବେ ମାଓ କମାଣ୍ଡର ହିଡମାର ଘର ହେଉଛି ସୁକୁମା ଜିଲ୍ଲା ପୂର୍ବତୀ ଗ୍ରାମ। ଯେଉଁ ସ୍ଥାନରେ ଦୁର୍ଦ୍ଧାନ୍ତ ମାଓ କମାଣ୍ଡର ହିଡମା ଜନ୍ମ ଗ୍ରହଣ କରିଥିଲା । ହିଡମାର ଘର ପ୍ରଥମ କରି ସାହାସ ଯୁଟାଇ ଏସ୍ପି କିରଣ ଚୌହାନ ଯାଇ ପହଞ୍ଚିଥିଲେ ।

ହିଡମା ଜଣେ ଦୁର୍ଦ୍ଧାନ୍ତ ମାଓବାଦୀ ହେଲେ ମଧ୍ୟ ହିଡମାର ମା’ ଙ୍କ ସହ ଏସ୍ପି ଭଲ ଭାବେ କଥାବାର୍ତ୍ତା ହୋଇ ସେଠାରେ କିଛି ସମୟ ବିତାଇଛନ୍ତି । ତେବେ ହିଡମାଙ୍କ ମା’ ମଧ୍ୟ ଏସ୍ପିଙ୍କୁ ନିଜ ପୁଅ ଭଳି ଆଦର କରିଥିଲେ । ତେବେ ହିଡମାର ଗଡ କୁହାଯାଉଥିବା ସୁକୁମା ଠାରେ ପ୍ରଥମ କରି ସୁକୁମା ଏସ୍ପି କିରଣ ଚୌହାନ ହିଡମାର ଘରକୁ ଯାଇ ହିଡମାର ମା’ ଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଏହିଭଳି ଭାବେ ଯୋଡି ହୋଇବା ପାଇଁ ପେଜକୁ ଲାଇକ୍ କରନ୍ତୁ । ଏଥିସହ କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *