ହଠାତ୍ ତଳକୁ ଖସି ପଡିଲା ନନ୍ଦନକାନନ ରୋପୱେ ! ଏବେ ରୋପୱେରେ ବସିବାକୁ ଭୟ କରୁଛନ୍ତି ପର୍ଯ୍ୟଟକ…

ହଟାତ ଖସି ପଡିଲା ନନ୍ଦନକାନନର ରୋପୱେ ! ନନ୍ଦନକାନନରେ ଥିବା ରୋପୱେରେ ବସଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ଘଟିପାରେ ବଡ ଅଘଟଣ ! ତେବେ ବାରଙ୍ଗ ଠାରେ ଥିବା ନନ୍ଦନକାନନକୁ ବୁଲିବା ପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । ସେଠାକାର ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଏହା ଭିତରେ ସେଠାରେ ଥିବା ରୋପୱେ ମଧ୍ୟ ସେହି ସ୍ଥାନର ଏକ ପ୍ରମୁଖ ଆକର୍ଷଣ କହିଲେ ଚଳେ ।

ରୋପୱେରେ ବସି ସେଠାକୁ ଯାଇଥିବା ପର୍ଯ୍ୟଟକ ନନ୍ଦନକାନନର ଚାରିପଟ ଦୃଶ୍ୟକୁ ଭଲ ଭାବେ ଦେଖି ମଜା ଉଠାଇଥାନ୍ତି । ତେବେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରୋପୱେ ଏକ ଅନ୍ୟତମ ଆକର୍ଷଣ ପାଲଟି ଥିବା ବେଳେ ଗତ ମଙ୍ଗଳବାର ଦିନ ଏଠାରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକି ସାଧାରଣରେ ସମସ୍ତଙ୍କୁ ଚିନ୍ତାରେ ପକାଇଦେବ । ନନ୍ଦନକାନନରେ ଥିବା ରୋପୱେ ହଟାତ ଝୁଲି ପଡିବା କାରଣରୁ ସେଠାରେ ଲାଗିଥିବା 6 ଟି କ୍ୟାବିନ ମଧ୍ୟ ପାଣି ମଧ୍ୟକୁ ଖସି ପଡିଥିଲା ।

ହେଲେ ସେହି କ୍ୟାବିନ ଭିତରେ ସୌଭାଗ୍ୟ ବଶତଃ କୌଣସି ପର୍ଯ୍ୟଟକ କିନ୍ତୁ ନଥିଲେ । ନଚେତ ସେଠାରେ ଏକ ବହୁତ ବଡ ଅଘଟଣ ଘଟିଯାଇଥାନ୍ତା । ତେବେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ରୋପୱେ ଟି ତଳକୁ ଏହିପରି ଭାବେ ଝୁଲି ପଡିଥିଲା । ହେଲେ ନନ୍ଦନକାନନ କର୍ତ୍ତୁପକ୍ଷ ଏହାକୁ ଖଣ୍ଡନ କରିଛନ୍ତି । ତାପରେ ନନ୍ଦନକାନନର କର୍ତ୍ତୁପକ୍ଷ ଏ ଘଟଣା ନେଇ କହିଛନ୍ତି । ଏହା ନନ୍ଦନକାନନର ରୋପୱେରେ ନିୟମିତ ବ୍ଯବଧାନରେ ମରାମତି କରାଯାଉଥିବା କାମ ।

ଏଠାରେ କୌଣସି ଦୁର୍ଘଟଣା ଘଟିନାହିଁ । ତେବେ ବାରଙ୍ଗରେ ଥିବା ନନ୍ଦନକାନନକୁ ବୁଲିବା ପାଇଁ ଆସୁଥିବା ଦୂର ଦୂରାନ୍ତରୁ ହଜାର ହଜାର ପର୍ଯ୍ୟଟକ ସେଠାରେ ଥିବା ପଶୁପକ୍ଷୀ ଓ ଜାଗା ବୁଲି ଭଲ ଭାବେ ଦେଖିଥାନ୍ତି । ଏଥିସହ ସେଠାରେ ଥିବା ରୋପୱେରେ ମଧ୍ୟ ବସି ସେଠାକାର ଜାଗାକୁ ଭଲ ଭାବେ ଦେଖିବାର ଆନନ୍ଦ ଉଠାଇ ଥାନ୍ତି । ତେଣୁ ଏହି ରୋପୱେରେ ଯେପରି କୌଣସି ପ୍ରକାର ତ୍ରୁଟି କେବେ ନ ଦେଖାଯାଏ ତାହା ପ୍ରତି ନନ୍ଦନକାନର କର୍ତ୍ତୁପକ୍ଷ ବିଶେଷ ଭାବେ ଧ୍ୟାନ ଦେବା ଦରକାର । କାରଣ ଏଠାକୁ ବୁଲିବାକୁ ଆସୁଥିବା ଅନେକ ପର୍ଯ୍ୟଟକ ମାନେ ଏଥିରେ ବସିଥାନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିତନ୍ତୁ ।

Leave a Reply

Your email address will not be published. Required fields are marked *