2 ମାସ ନପୂରୁଣୁ ରାମ ମନ୍ଦିରରୁ ହେଲା ବଡ଼ ଚୋରି, ହୁଣ୍ଡି ଭାଙ୍ଗି ଲୁଟେରା ଲୁଟି ନେଲେ କୋଟି କୋଟି ଟଙ୍କାର ସୁନା ଅଳଙ୍କାର…

ରାମ ମନ୍ଦିରରୁ ଲୁଟିନେଲେ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ! ହଁ ଆଜ୍ଞା ରାମ ମନ୍ଦିର ପ୍ରତିଷ୍ଠା ହେବାର ମାତ୍ର 2 ମାସ ମଧ୍ୟ ପୁରିନି । ତା’ ଭିତରେ ରାମ ମନ୍ଦିରରୁ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଯାଇଛି । ଚୋର ମାନେ ରାତାରାତି ହୁଣ୍ଡି ଭାଙ୍ଗି ମନ୍ଦିରକୁ ପୁରା କଳା କନା ବୁଲାଇ ଦେଇଛନ୍ତି । ଗତ ଜାନୁଆରୀ 22 ତାରିଖ ଥିଲା ସାରା ଦେଶବାସୀ ପାଇଁ ଏକ ସ୍ଵର୍ଣ୍ଣିମ ଦିବସ । ଭବ୍ୟ ଓ ଦିବ୍ୟ ମନ୍ଦିରରେ ବିରାଜି ଥିଲେ ସ୍ଵୟଂ ରାମଲାଲା ।

ଶ୍ରୀରାମଙ୍କ ପବିତ୍ର ଧ୍ୱନିରେ ଗଗନ, ପବନ ସବୁ ପ୍ରକମ୍ପିତ ହେଉଥିଲା । ରାମଲାଲାଙ୍କର ସେହି ଅପୂର୍ବ ଦିବ୍ୟରୂପ ଦେଖି ଭକ୍ତ ପୁରା ଭାବ ବିହ୍ଵଳ ହୋଇଯାଇଥିଲେ । ହେଲେ ଏହି ଘଟଣାକୁ 2 ମାସ ନପୁରୁଣୁ ରାମମନ୍ଦିରରୁ ଚୋରୀ ହୋଇଯାଇଛି । ଏତେ କଡା ସୁରକ୍ଷା ଭିତରେ ମଧ୍ୟ ରାମ ମନ୍ଦିର ଭିତରୁ ଚୋର ମାନେ ବିଳମ୍ବିତ ରାତିରେ ଚୋରୀ କରି ନେଇଯାଇଛନ୍ତି ।

ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଉଥିବା ବେଳେ ଠିକ ସେହି ସମୟରେ ନୟାଗଡ ଜିଲ୍ଲାର ଗିରି ଗୋବର୍ଦ୍ଧନ ପାହାଡ ଉପରେ ନବ ନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ସେହି ମନ୍ଦିରରେ ପ୍ରଭୁ ରାମଙ୍କ ସମ ମାତା ସୀତା ଓ ପ୍ରଭୁ ଲକ୍ଷ୍ମଣ ମଧ୍ୟ ବିରାଜି ଥିଲେ । ହେଲେ ଏହି ରାମ ମନ୍ଦିର ନିକଟରେ ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ କରାଯାଇଛି ।

ମନ୍ଦିରର ହୁଣ୍ଡି ଭାଙ୍ଗି ଦୁର୍ବୁତ୍ତ ମାନେ ଟଙ୍କା, ସୁନା, ଅଳଙ୍କାର ଲକ୍ଷ ଲକ୍ଷ ଟଙ୍କାର ଚୋରୀ କରି ନେଇଯାଇଛନ୍ତି । ଚୋରୀ କରି ଦୁର୍ବୁତ୍ତ ମାନେ ଫେରାର ହୋଇଥିବା ବେଳେ ପୋଲିସ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ କରୁଛି । ତେବେ ମିଳିଥିବା ସୂଚନା ମୁତାବିକ ସକାଳୁ ମନ୍ଦିରର ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟଫାଟକ ତାଲା ଭଙ୍ଗା ଯିବା ଦେଖିବା ସହ ମନ୍ଦିରର ହୁଣ୍ଡି ମଧ୍ୟ ଭାଙ୍ଗି ପଡିଥିବାର ଦେଖିବାକୁ ପାଇଥିଲେ । ମନ୍ଦିରକୁ ଭକ୍ତ ମାନେ ଦାନ କରିଥିବା ଟଙ୍କା, ସୁନା, ରୂପା ଅଳଙ୍କାରକୁ ଦୁର୍ବୁତ୍ତ ମାନେ ଚୋରୀ କରିନେଇଥିବା ଅଭିଯୋଗ ହୋଇଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *