ଭୁବନେଶ୍ୱରରେ ଚାଲିଥିଲା ନବୀନଙ୍କ ରୋଡ୍ ଶୋ’… ହଠାତ୍ କାହାକୁ ଦେଖି ଅଟକିଗଲେ CM Naveen Patnaik

କାହାକୁ ଦେଖି ଅଟକି ଗଲେ ନବୀନ ? ହଁ ଆଜ୍ଞା ପୁଣି ଥରେ ସମସ୍ତଙ୍କର ହୃଦୟକୁ ଜିତିଯାଇଛନ୍ତି ସମସ୍ତଙ୍କର ଅତି ପ୍ରିୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀ ଜଣେ ଏମିତି ଏକ ରାଜନେତା ଅଟନ୍ତି । ଯିଏକି ଅନ୍ୟ ସବୁ ରାଜନେତାଙ୍କ ଠାରୁ ପୁରା ଭିନ୍ନ ଓ ନିଆରା ଅଟନ୍ତି । ନବୀନ ପଟ୍ଟନାୟକଙ୍କର କଥା କମ୍ କାମ ବେଶି ନୀତି ତାଙ୍କୁ ସମସ୍ତଙ୍କ ଠାରୁ ପୁରା ସ୍ଵତନ୍ତ୍ର କରିଛି । ରାଜନୀତିର ଉର୍ଦ୍ଧରେ ନବୀନ ପଟ୍ଟନାୟକ ଯେ ଜଣେ ହୃଦୟବାନ ଓ ଦରଦୀ ମଣିଷ ଏହା ଓଡିଶାବାସୀ ବେଶ ଭଲ ଭାବେ ଜାଣିଛନ୍ତି ।

ତେବେ ଦୀର୍ଘ 25 ବର୍ଷ ଧରି ଓଡିଶାବାସୀଙ୍କ ପ୍ରିୟ ହୋଇ ଶାସନ କ୍ଷମତାରେ ରହିଆସିଥିବା ଆମ ମୁଖ୍ୟମନ୍ତ୍ରୀ ପୁଣି ଥରେ ଏଭଳି କିଛି କାମ କରି ଦେଖାଇଛନ୍ତି । ଯାହାକୁ ନେଇ ନବୀନ ପଟ୍ଟନାୟକଙ୍କର ପ୍ରଶଂଷା ବିଷୟରେ ସବୁଠି ଚର୍ଚା ଲାଗି ରହିଛି । ତେବେ ଗତକାଲି ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ କରିଥିଲେ । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ରୋଡ ସୋ’ ପାଇଁ ଗଙ୍ଗନଗରରେ ପହଞ୍ଚିଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡି ।

ତାପରେ ସେଠାରେ ମୁଖ୍ୟମନ୍ତ୍ରୀ ଗାଡି ଭିତରୁ ଉଠି ସେଠାରେ ଉପସ୍ଥିତ ରହିଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେବା ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ସେଠାରେ ରାସ୍ତା ପୁରା ଭିଡ ହୋଇଯାଇଥିଲା । ଟ୍ରାଫିକ ସଂପୂର୍ଣ୍ଣ ଜାମ୍ ହୋଇଯାଇଥିଲା କହିଲେ ଚଳେ । ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡି ମଧ୍ୟରୁ ବାହାରି ଲୋକଙ୍କୁ ଉଦବୋଧନ ଦେବା ଆରମ୍ଭ କରିଥିଲେ । ସେତେବେଳେ ହଟାତ ପଛରୁ ଏକ ଆମ୍ବୁଲାନ୍ସର ଆବାଜ ଶୁଣିବାକୁ ମିଳିଥିଲା ।

ତାପରେ ସଙ୍ଗେ ସଙ୍ଗେ ସେହି ଆମ୍ବୁଲାନ୍ସର ଆବାଜ ଶୁଣି କିଛି ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜିଆର ଉଦବୋଧନ ବନ୍ଦ କରିଦେଇଥିଲେ । ତାପରେ ହାତ ହଲାଇ ଲୋକଙ୍କୁ ଆଗରୁ ହଟିଯିବା ପାଇଁ କହିଥିଲେ । ଏଥିସହ ଆମ୍ବୁଲାନ୍ସକୁ ରାସ୍ତା ଛାଡିଦେବାକୁ ସେ ଈଷାରା ଦେଇଥିଲେ । ତାପରେ ମୁଖ୍ୟମନ୍ତ୍ରୀଙ୍କ ଈଷାରା ପାଇବା ମାତ୍ରେ ଲୋକମାନେ ରାସ୍ତାରୁ ଆଡେଇ ହୋଇଯାଇଥିଲେ । ଏହାସହ ଆମ୍ବୁଲାନ୍ସକୁ ରାସ୍ତାରେ ଯିବା ପାଇଁ ବାଟ ଫାଙ୍କା ହୋଇଯାଇଥିଲା ।

ରୋଡ ସୋ’ ଏତେ ଭିଡ ଭିତରେ ମଧ୍ୟ ଆମ୍ବୁଲାନ୍ସଟି କିଛି ସମୟ ପାଇଁ ମଧ୍ୟ ନଅଟକି ସୁରୁଖୁରୁରେ ନିଜର ଗନ୍ତବ୍ୟସ୍ତଳକୁ ଯାଇପାରିଥିଲା । ଆମ୍ବୁଲାନ୍ସ ଯିବା ପରେ ଯାଇ ମୁଖ୍ୟମନ୍ତ୍ରୀ ପୁଣି ଥରେ ନିଜର ଉଦବୋଧନ ଆରମ୍ଭ କରିଥିଲେ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *