ବିଧାୟିକାଙ୍କୁ ପ୍ରଶ୍ନ ପଚାରିବାରୁ ତଳେ ପକାଇ ପିଟିଲେ… ତେବେ ଖବର ମୁତାବିକ ବର୍ତ୍ତମାନ ରାଜ୍ୟରେ ନିର୍ବାଚନୀ ଘଡି ଥିବାରୁ ଏବେ ଗାଁ ଗାଁ ବୁଲି ନେତା, ମନ୍ତ୍ରୀ ମାନେ ଭୋଟ ମାଗୁଛନ୍ତି । ତେବେ ଘର ଘର ବୁଲି ନେତା ମାନେ ଭୋଟ ମାଗିବା ସମୟରେ ସାଧାରଣ ଜନତା ନେତା ମାନଙ୍କୁ ମଧ୍ୟ ଗତ 5 ବର୍ଷରେ କଣ ସବୁ ଆମ ପାଇଁ କରିଛ ? ଭୋଟ ପାଇଲା ପରେ ଆମ ପାଇଁ ଆଗକୁ କଣ ସବୁ ବିକାଶ କରିବ ତାହା ମଧ୍ୟ ପ୍ରଶ୍ନ ପଚାରୁଛନ୍ତି ।
ତେବେ ଏହିସବୁ ମଧ୍ୟରେ କବିସୂର୍ଯ୍ୟନଗରରେ ବିଜେଡି ବିଧାୟିକା ପ୍ରାର୍ଥୀ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଥିବା ବେଳେ ସେଠାରେ କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା । ତେବେ ସୂଚନା ମୁତାବିକ କବିସୂର୍ଯ୍ୟନଗରରେ ବିଜେଡି ବିହାୟିକା ଲତିକା ପ୍ରଧାନ ଯେତେବେଳେ ଘର ଘର ବୁଲି ନିର୍ବାଚନ ପାଇଁ ଭୋଟ ମାଗିବାକୁ ଯାଇଥିଲେ । ସେତେବେଳେ ସେଠାକାର ସ୍ଥାନୀୟ ବାସିନ୍ଦା ମାନେ ବିଧାୟିକାଙ୍କୁ ପ୍ରଶ୍ନ କରିଥିଲେ ? ଯେ ତୁମେ ଗତ ଥର ଭୋଟ ପାଇଲା ପରେ 5 ବର୍ଷରେ ଆମ ପାଇଁ କଣ ସବୁ କରିଛ ?
ତେବେ ବିକାଶକୁ ନେଇ ବିଧାୟିକାଙ୍କୁ ଲୋକଙ୍କର ପ୍ରଶ୍ନ ପଚାରିବା ପରେ ବିଧାୟିକା ମ୍ୟାଡାମ ରାଗି ଉତ୍ତେଜିତ ହୋଇଯାଇଥିଲେ । ତାପରେ ବିକାଶର ପ୍ରଶ୍ନ ପଚାରିଥିବା ଜଣେ ମହିଳାଙ୍କୁ ବିଜେଡିର କର୍ମୀ ମାନେ ଟଣା ଓଟରା କରିବା ସହ ତାକୁ ମାଡ ମାରି ଆହତ ମଧ୍ୟ କରିଦେଇଥିଲେ । ଏପରିକି ଭୋଟ ମାଗିବାକୁ ଆସିଥିବା ବିଜେଡି ବିଧାୟିକା ପ୍ରାର୍ଥୀ ମଧ୍ୟ ରାଗିକି ସେହି ମହିଳାଙ୍କୁ ଦେଖିନେବି ବୋଲି କହିଥିଲେ ।
ତେବେ କବିସୂର୍ଯ୍ୟନଗରରେ ଏଭଳି ସ୍ଥିତି ସୃଷ୍ଟି ହେବ ପରେ ବର୍ତ୍ତମାନ ସବୁଆଡେ ଚର୍ଚା ହେବାରେ ଲାଗିଛି । ମହିଳା ଜଣଙ୍କ ବିଧୟିକାଙ୍କୁ ବିକାଶ ପ୍ରସଙ୍ଗରେ ପଚାରିବାରୁ ମହିଳା ଜଣଙ୍କୁ ଅସଦାଚାରଣ କରିବା ଏ କେଉଁ ପ୍ରକାର ନାରୀ ମାନଙ୍କୁ ସମ୍ମାନ ଜଣା ଗଲା । ତେବେ ଏହି ଘଟଣା ପରେ ମହିଳା ଜଣଙ୍କ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ରାଜ୍ୟରେ ନିର୍ବାଚନ ଘଡି ଚାଲିଥିବା ସମୟରେ ଏଭଳି ରାଜନୈତିକ ହିଂସାକାଣ୍ଡ ନିର୍ବାଚନରେ ବିଶ୍ରୂଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି । ଯାହାକୁ ନେଇ ସାଧାରଣ ଜନତା ଏହି ପ୍ରସଙ୍ଗରେ ବହୁତ କିଛି ଚର୍ଚା କରୁଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।