BJP ପାଇଁ ଅନୁଭବଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ଥି ! Anubhav Mohanty

ଅନୁଭବଙ୍କୁ ମିଳିଲା ଆଶ୍ବସ୍ଥି ! ସୂଚନା ମୁତାବିକ ଅନୁଭବ ମହାନ୍ତିଙ୍କୁ କୋର୍ଟ ହଜାର ହେବା ପାଇଁ ନିର୍ଦ୍ଧେଶ ଦେଉଥିଲେ ମଧ୍ୟ ଏହାକୁ ସେ ଅଣଦେଖା କରୁଥିଲେ । ଯେଉଁଥି ପାଇଁ କୋର୍ଟରେ କେବଳ ତାରିଖ ପରେ ତାରିଖ ଗଡୁଥିଲା । ହେଲେ ଅନୁଭବ ମହାନ୍ତିଙ୍କୁ କୋର୍ଟରେ ଦେଖା ମିଳୁନଥିଲା । ଯେଉଁ କାରଣରୁ ଅନୁଭବଙ୍କୁ କୋର୍ଟ ଆତ୍ମସମର୍ପଣ କରିବାକୁ ନିର୍ଦ୍ଧେଶ ଦେଇଥିଲା । ପୁରୀ ଘାଟ ଥାନା ଆଇଆଇସିଙ୍କୁ ନିର୍ଦ୍ଧେଶ ଦେଇଥିଲେ ସ୍ଵତନ୍ତ୍ର ଯେଏମସି କୋର୍ଟ । ଯାହା ଉପରେ ଏବେ ହାଇକୋର୍ଟ ରୋକ ଲଗାଇଛନ୍ତି ।

ତେବେ ଅନୁଭବଙ୍କ ଓକିଲଙ୍କ କହିବା ଅନୁଯାଇ ଅନୁଭବଙ୍କ ଉପରେ ନିନ୍ମ ଅଦାଲତ ଯେଉଁ nbw ଜାରୀ ହୋଇଥିଲା । ହାଇକୋର୍ଟ ତାହା ଉପରେ ସ୍ଥଗିତାଫ୍ଦେଶ ଜାରୀ କରି ତାହା ଉପରେ ରୋକ୍ ଲଗାଇଛନ୍ତି । ପ୍ରତି ପକ୍ଷରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ଏଥିପାଇଁ ହାଇକୋର୍ଟ ନୋଟିସ ଜାରୀ କରିଛନ୍ତି । ମାମଲାର ପରବର୍ତୀ ଶୁଣାଣୀ ଜୁଆଇ 8 ତାରିଖକୁ ଧାର୍ଯ୍ୟ କରାଯାଇଛି । ତେବେ ଏହାରି ଉପରେ ମାନ୍ୟବର ହାଇକୋର୍ଟ ସ୍ପଷ୍ଠ କରିଛନ୍ତି ।

ଆମେ ମାନ୍ୟବର ହାଇକୋର୍ଟକୁ ଜଣାଇଥିଲୁ । ଯେ ଅନୁଭବ ମହାନ୍ତି ଭାରତୀୟ ଜନତା ପାର୍ଟିର ଷ୍ଟାର କ୍ୟାମ୍ପେନର । ସେଥିପାଇଁ ତାଙ୍କୁ ନିର୍ବାଚନରେ ପ୍ରଚାର କରିବାର ଯିବାର ଅଛି । ଏଥିସହ ଅନୁଭବଙ୍କ ମାଆ ଙ୍କ ସ୍ଵାସ୍ଥ ଅବସ୍ଥା ମଧ୍ୟ ଏ ସମୟରେ ଭଲ ନାହିଁ । ତେଣୁ ସେ ତାଙ୍କର ମାଆ ଙ୍କ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ହସ୍ପିଟାଲକୁ ନେଇକି ମଧ୍ୟ ଯିବାର ଥିଲା । ହେଲେ ଏହି ସବୁ କଥାର ବାସ୍ତବତାକୁ ନିନ୍ମ ଅଦାଲତ ବିଚାରକୁ ନନେଇ ଅତ୍ୟନ୍ତ ବେନିୟମ ଭାବେ ଅନୁଭବ ମହାନ୍ତିଙ୍କ ଉପରେ nbw ଜାରୀ କରିଥିଲେ ।

ଯାହା ଉପରେ ମାନ୍ୟବର ହାଇକୋର୍ଟ ରୋକ୍ ଲଗାଇଛନ୍ତି । ତେବେ ଏହି ଖବର ପାଇଲା ପରେ ଏବେ ଅନୁଭବ ମହାନ୍ତିଙ୍କୁ ବହୁତ ବଡ ଆଶ୍ବସ୍ଥି ବର୍ତ୍ତମାନ ସମୟରେ ମିଳିଛି । ତେବେ ଅନୁଭବଙ୍କ ନାମରେ ଅପରାଧିକ ମାମଲା ଦାୟର କରିଥିଲେ ଅଭିନେତ୍ରୀ ତଥା ବଡଚଣାର ବିଜେଡି ବିଧାୟିକା ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କ ନିର୍ଯାତନା ମାମଲାର ଶୁଣାଣୀ ବେଳେ ହାଜର ହେଉନଥିଲେ ଅନୁଭବ ।

ଏଥିନେଇ ନିନ୍ମ ଅଦାଲତ ଅନୁଭବଙ୍କ ଉପରେ nbw ଜାରୀ କରିଥିଲେ । ହେଲେ ଅନୁଭବ ଏହାକୁ ନେଇ ହାଇକୋର୍ଟରେ ଚାଲେଞ୍ଜ କରିବା ପରେ ହାଇକୋର୍ଟ ନେଇଥିବା ନିଷ୍ପତ୍ତିରେ ଅନୁଭବଙ୍କୁ ଆଶ୍ବସ୍ଥି ମିଳିପାରିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *