Goutam ର ଗୋଟେ ଫୋନ କଲ ବଞ୍ଚାଇ ପାରିଥାନ୍ତା Anjan ଙ୍କ ଜୀବନ… ହେଲେ ବଞ୍ଚାଇବା ବଦଳରେ ନିଜେ ଲୁଚିଗଲା…

ଗୌତମ ଚାହିଁଥିଲେ ବଞ୍ଚିଯାଇଥାନ୍ତା ଅଞ୍ଜନ ! ହଁ ଆଜ୍ଞା ସାଙ୍ଗର ପ୍ରେମ ପାଇଁ ଆଉ ଗୋଟେ ନିରୀହ ସାଙ୍ଗର ଜୀବନ ଚାଲିଯାଇଛି । ଗୋଟିଏ ସାଙ୍ଗ ଆଗରେ ଆଉ ଗୋଟେ ସାଙ୍ଗର ଜୀବନ ଚାଲିଗଲା । ହେଲେ ଯଦି ସାଙ୍ଗ ଗୌତମ ଚାହିଁଥାନ୍ତା ତେବେ ହୁଏତ ଆଜି ଆଉ ଜଣେ ସାଙ୍ଗ ଅଞ୍ଜନର ଜୀବନ ବଞ୍ଚିଯାଇଥାନ୍ତା । ହେଲେ ଯେଉଁ ସାଙ୍ଗ ଗୌତମର ପ୍ରେମ ମାମଲା ସମାଧାନ କରିବାକୁ ଯାଇଥିଲେ । ସେହି ସାଙ୍ଗ ଆଗରେ ହିଁ ଅଞ୍ଜନର ଜୀବନ ଚାଲିଗଲା । ତେବେ ଗୌତମ ଆଉ ଅଞ୍ଜନ ହେଉଛନ୍ତି ପରସ୍ପର ବହୁତ ଭଲ ବନ୍ଧୁ ।

ତେବେ ପ୍ରେମ ସହ ଜଡିତ ମାମଲାକୁ ସମାଧାନ କରିବା ପାଇଁ ନିହାରିକା ଆଉ ତା’ ପ୍ରେମିକ କାହ୍ନା ଗୌତମକୁ ରାତି ଅଧରେ ଡକାଇ ଥିଲେ । ତେବେ ଘଟଣା ସ୍ତଳକୁ ଯିବା ପୂର୍ବରୁ ଗୌତମ ନିଜ ସାଥିରେ ଘଟଣାର ସମାଧାନ କରିବା ପାଇଁ ବନ୍ଧୁ ଅଞ୍ଜନକୁ ମଧ୍ୟ ନେଇକି ଯାଇଥିଲା । ଘଟଣା ସ୍ତଳରେ ନିହାରିକା ଓ ତା’ ର ପ୍ରେମିକ କାହ୍ନା ଓ 5 ଜଣ ସହଯୋଗୀ ଥିବା ବେଳେ ଅନ୍ୟ ପଟେ ଗୌତନ ଆଉ ତାର ସାଙ୍ଗ ଅଞ୍ଜନ ଆସି ପହଞ୍ଚିଥିଲେ ।

ତାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା । କଥାରେ କଥାରେ ଗଣ୍ଡଗୋଳ ମଧ୍ୟ ସୃଷ୍ଟି ହୋଇଥିଲା । ଆଉ ତାହାରି ଭିତରେ ଏପରି କିଛି ଅପ୍ରିୟକର ପରିସ୍ଥିତି ଉପୁଜି ଯାଇଥିଲା । ଯେ ନିହାରିକା ତା’ ପ୍ରେମିକ କାହ୍ନାକୁ ମାର ମାର ବୋଲି କହିଥିଲା । ଆଉ ତାପରେ କାହ୍ନା ସଙ୍ଗେ ସଙ୍ଗେ ସାଥିରେ ନେଇଥିବା ଖଣ୍ଡା ବାହାର କରି ଅଞ୍ଜନକୁ ଖଣ୍ଡାରେ ଚୋଟ ମାରିବା ଭିତରେ ଏହାକୁ ଦେଖି ଭୟ କରି ନିଜ ବନ୍ଧୁ ଅଞ୍ଜନକୁ ଛାଡି ଗୌତମ ଘଟଣା ସ୍ତଳରୁ ପଳାଇଯାଇଥିଲା ।

ତାପରେ ଗୌତମ ଏକ ଟ୍ରକ ତଳେ ଲୁଚି ଯାଇଥିଲା । ହେଲେ ସେହି ସମୟରେ ଯଦି ଗୌତମ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ପୋଲିସକୁ ଫୋନ୍ ଲଗାଇ ଦେଇଥାନ୍ତା । ହେଲେ ହୁଏତ ଅଞ୍ଜନ ସେଦିନ ବଞ୍ଚିଯାଇଥାନ୍ତା । କିନ୍ତୁ ପୋଲିସ କେସକୁ ଡରି ଗୌତମ ଟ୍ରକ ତଳେ ନିଜ ପ୍ରାଣ ବଞ୍ଚାଇ ଲୁଚି ଯାଇଥିଲା । ହେଲେ ନିଜ ସାଙ୍ଗ ଅଞ୍ଜନକୁ ବଞ୍ଚାଇବା ପାଇଁ କିଛି ବୁଦ୍ଧି ଖଟାଇ ପାରିନଥିଲା । ଯାହା ଫଳରେ କି ସେଦିନ ଅଞ୍ଜନର ଜୀବନ ଚାଲିଯାଇଥିଲା । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *