ଚଳିତ ବର୍ଷ 2024 IPL ରେ ଲାଗୁ ହେବାକୁ ଯାଉଛି ସ୍ମାର୍ଟ ରିଭ୍ୟୁ ସିଷ୍ଟମ ! IPL 2024

ନୂଆ ସିଜିନ ନୂଆ ନିୟମ ! ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି  IPL ର 17 ତମ ସଂସ୍କରଣ ! ଉଦ୍ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗ ଓ ରୋୟାଲ ଚାଲେଞ୍ଜର୍ଷ ବାଙ୍ଗଲୋର । ବୋଲର ମାନେ ଗୋଟିଏ ଓଭରରେ ଗୋଟିଏ ବାଉଂଶର ପରିବର୍ତ୍ତେ 2 ଟି ବାଉଁଶର ପକାଇପାରିବେ । T-20 ମ୍ଯାଚରେ ବ୍ୟାଟର ମାନଙ୍କ ପ୍ରଭାବ ଅଧିକ ରହୁଥିବା କାରଣରୁ ଗୋଟିଏ ଓଭରରେ ବୋଲରଙ୍କୁ 2 ଟି ବାଉଂଶର ପକାଇବାର ସୁବିଧା ଦିଆଯାଇଛି ।

ତେବେ ଚଳିତ ବର୍ଷ 2024 IPL ରେ ସ୍ମାର୍ଟ ରୀଭ୍ୟୁ ସିଷ୍ଟମ ଆରମ୍ଭ ହେବାକୁ ଯାଉଛି । ମଇଦାନ ଉପରେ ଭଲ ଭାବେ ନଜର ରଖିବାକୁ 8 ଟି ହାଇ ସ୍ପୀଡ କ୍ୟାମେରା ଲଗାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହା ନିର୍ଭୁଲ ତଥ୍ୟ ଦେବାରେ ବହୁ ମାତ୍ରାରେ ସହାୟକ ମଧ୍ୟ ହେବ । ସ୍ମାର୍ଟ ରୀଭ୍ୟୁ ନିୟମ ଦ୍ଵାରା ଫିଲ୍ଡ ଅମ୍ପେୟାରଙ୍କୁ ନିଷ୍ପତ୍ତି ନେବାରେ ଆହୁରି ଏବେ ସହଜ ହୋଇଯିବ । ପୂର୍ବରୁ ଟିଭି ଅମ୍ପେୟାର ହକାଏ ଅପେରେଟରଙ୍କ ମଧ୍ୟରେ ଟିଭି ବର୍ଡକାସ୍ତ ଡ଼ିରେକ୍ଟରଙ୍କ ପ୍ରମୁଖ ଭୂମିକା ରହୁଥିଲା ।

ଟିଭି ଅମ୍ପେୟାରଙ୍କୁ କୌଣସି ନିଷ୍ପତ୍ତି ନେବା ବେଳେ ଭାୟା ଟିଭି ବର୍ଡକାଷ୍ଟ ଦ୍ଵାରା ହକାଏ ଅପରେଟରଙ୍କ ଠାରୁ ଫୁଟେଜ ନେବାକୁ ପଡୁଥିଲା । କିନ୍ତୁ ଏଥର ଏକାଠି ବସି କାମ କରିବାକୁ  ଯାଉଛନ୍ତି ଟିଭି ଅମ୍ପେୟାର ହକାଏ ଅପେରେଟର କାମ କରିବେ । ଯାହା ଦ୍ଵାରା ରିଭ୍ୟୁ ପାଇଁ ଅଧିକ ସମୟ ନଷ୍ଟ ହୋଇବ ନାହିଁ । ବହୁ ବିଚାର ବିମର୍ଶ ପରେ BCCI ଏହି 2 ଟି ନୂଆ ନିୟମ ଚଳିତ ବର୍ଷ 2024 ଆଇପିଏଲ ଲାଗୁ କରିବା ପାଇଁ ଯାଉଛନ୍ତି ।

ଯାହା ଦ୍ଵାରା ମ୍ଯାଚ ଚାଲିଥିବା ମଧ୍ୟରେ ରିଭ୍ୟୁ ସମୟରେ ଆଉ ଅଧିକ ସମୟ ବିଳମ୍ବ ହେବ ନାହିଁ । ଏଥିସହ ସଠିକ ଓ ନିର୍ଭୁଲ ତଥ୍ୟ ଶୀଘ୍ର ବାହାରି ପାରିବ । ତେବେ ଆରମ୍ଭ ହେବାକୁ ଯାଉଥିବା IPL ମ୍ଯାଚ ପାଇଁ କ୍ରିକେଟପ୍ରେମୀ ମାନେ ବେଶ ଉତ୍ସାହରେ ମ୍ଯାଚ ଦେଖିବା ପାଇଁ ଚାତକ ଭଳି ଅନାଇ ରହିଛନ୍ତି । ସେପଟେ ମ୍ଯାଚ ଆରମ୍ଭ ହେବା ପୂର୍ବରୁ ମ୍ଯାଚର ସମସ୍ତ ପୂର୍ବ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଜୋରସୋରରେ ଜାରୀ ରହିଛି । ତେବେ କ୍ରିକେଟ ଦୁନିଆର ଗୁରୁତ୍ଵପୂର୍ଣ୍ଣ ଖବରର ଏହିଭଳି ଅପଡେଟ ପାଇବା ପାଇଁ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *