ଘରେ କିପରି ସୁଖ ଶାନ୍ତି ବଢେ ? ଏହା ସହିତ ପଢନ୍ତୁ ଆଜିର 14 ଟି Anuchinta

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରନ୍ତି । ତେବେ ମଣିଷ ଚାହିଁ ଥାଏ ସେ ଦୁନିଆର ସମସ୍ତ ସୁଖ ସୁବିଧା ପାଉ ଏଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାଏ ହେଲେ ପ୍ରତ୍ୟକ ମଣିଷ ଏକ ସୁଖମୟ ଜୀବନ ଅତିବାହିତ କରିପାରନ୍ତି ନାହିଁ । ବନ୍ଧୁଗଣ ଘରେ କିଭଳି ସୁଖ ଶାନ୍ତି ବୃଦ୍ଧି ହେବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି କରିବା ପାଇଁ ହେଲେ ସକାଳୁ ଭକ୍ତି ଗୀତ କିମ୍ବା ଭଜନ କିଛି ସମୟ ବଜାଇବା ଉଚିତ ।

୨. ଘରେ ଝାଡୁକୁ କେବେ ଠିଆ କରି ରଖନ୍ତୁ ନାହିଁ  ଏବଂ ଝାଡୁରେ କେବେ ଗୋଡ ମାରନ୍ତୁ ନାହିଁ ଏହା ଦ୍ଵାରା ଆସନ୍ତୁ ସୃଷ୍ଟି ହୋଇଥାଏ ।

୩. ବାସ୍ତୁବିଦ୍ୟା ଅନୁସାରେ ଶୋଇବା ଘରେ କେବେ ଆଇନା ରଖନ୍ତୁ ନାହିଁ ଯଦି ରଖିବାକୁ ପଡୁଥାଏ ତେବେ କପଡା ଘୋଡାଇ ରଖିବା ଉଚିତ ।

୪. ଘରର ଶୋଇବା ଖାତା ଉପରେ କେବେ ବସିକି ଖାନ୍ତୁ ନାହିଁ ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିଥାଏ ଏବଂ ଦରିଦ୍ରା ବୃଦ୍ଧି ହୋଇଥାଏ ।

୫. ଘରର ମୁଖ୍ୟଦ୍ଵାର ସମ୍ମୁଖରେ କେବେବି ଜୋତା ଚପଲ ଏଠି ସେଠି ପକାନ୍ତୁ ନାହିଁ କି ଓଲଟ ପକାନ୍ତୁ ନାହିଁ ଏହାଦ୍ବାରା ଆସନ୍ତୁ ଉତ୍ପନ୍ନ ହୋଇଥାଏ ।

୬. ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୂଜା ସକାଳ ଛଟା ଠାରୁ ଆଠଟା ମଧ୍ୟରେ କରନ୍ତୁ ଏବଂ କୁଶ ଆସନରେ ବସି ପୂର୍ବ କିମ୍ବା ଉତ୍ତରକୁ ମୁହଁ କରିବା ଉଚିତ ।

୭. ଘରେ ସବୁବେଳେ ଖାଇବା ପାଇଁ ତିଆରି କରୁଥିବା ପ୍ରଥମ ରୁଟି ଗାଇକି ଖାଇବାକୁ ଦିଅନ୍ତୁ ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ।

୮. ଘର ଭିତରେ ପୂଜା କରୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣି ଭର୍ତ୍ତି କରି କଳସଟିଏ ରଖିବା ଉଚିତ ।

୯. ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ରହିବା ପାଇଁ ହେଲେ ମୁଖ୍ୟଦ୍ଵାର ଡାହାଣ ପାଖରେ ସ୍ଵସ୍ତିକ ଚିହ୍ନଟିଏ ଆଙ୍କିବା ଉଚିତ ।

୧୦. ଘରେ ଯଦି ଔଷଧ ରଖୁ ଥାନ୍ତି ତେବେ ଉତ୍ତର ପୂର୍ବ କୋଣରେ ରଖିବା ଉଚିତ ଏହା ଦ୍ଵାରା ଔଷଧର ପ୍ରଭାବ ଭଲ ରହିଥାଏ ।

୧୧. ଘରର ଦକ୍ଷିଣ ପୂର୍ବ କୋଣକୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପି ରଙ୍ଗ କରିବା ଉଚିତ ଏହା ଦ୍ଵାରା ବ୍ୟର୍ଥ ଖର୍ଚ୍ଚ କମ ହୁଏ ।

୧୨. ଘରେ କେବେବି ବୁଢିଆଣୀ ବସା ହେବାକୁ ଦିଅନ୍ତୁ ନାହିଁ କିମ୍ବା ଧୁଳି ହେବାକୁ ଦିଅନ୍ତୁ ନାହିଁ ଏହା ଦ୍ଵାରା ଆସନ୍ତି ବୃଦ୍ଧି ହୋଇଥାଏ ।

୧୩. ଘରେ କେବେବି ଶୁଖି ଯାଇଥିବା ଗଛ ରଖନ୍ତୁ ନାହିଁ ଏବଂ ଲଗାଯାଇଥିବା ଗଛରେ ସବୁଦିନ ପାଣି ଦେବା ଉଚିତ ।

୧୪. ଘରେ କବାଟ ଖୋଲା ରଖିବା ବେଳେ କିମ୍ବା ବନ୍ଦ କଲା ବେଳେ ଯେପରି କର୍କଶ ଶବ୍ଦ ନହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ କାରଣ ଏହାଦ୍ବାରା ଅସାନ୍ତି ସୃଷ୍ଟି ହୋଇଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *