ପୁରୀ, ଗଞ୍ଜାମ ଓ କେନ୍ଦ୍ରାପଡା ଲୋକସଭା ଓ ବିଧାନସଭା ଆସନରୁ ଏମାନେ ହୋଇପାରନ୍ତି ବିଜେଡି ପ୍ରାର୍ଥୀ… BJD Candidates

ପୁରୀ, ଗଞ୍ଜାମ ଓ କେନ୍ଦ୍ରାପଡାରୁ କିଏ ହେବେ ବିଜେଡି ପ୍ରାଥୀ ? ରାଜ୍ୟରେ ବିଜେପି ଓ ବିଜେଡି ଏକାକୀ ଲଢିବେ ବୋଲି ସ୍ପଷ୍ଠ ହୋଇସାରିବା ପରେ ଏବେ ଟିକେଟ କସରତ ଆରମ୍ଭ ହୋଇସାରିଛି । ଉଭୟ ଦଳର ଶିବିରରେ ଏବେ ଆଶାୟୀ ପ୍ରାଥୀଙ୍କର ଭିଡ ଦେଖିବାକୁ ମିଳିଛି । କାହାକୁ କେଉଁ ଆସନରୁ ପ୍ରାଥୀ କରାଯିବ ? ଏହି ସବୁ କଥା ଉପରେ ଆଲୋଚନା ଜାରୀ ରହିଛି । ଏହି ସବୁ ମଧ୍ୟରେ ଶାସକ ଦଳ ବିଜେଡିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି ।

ତେବେ ରାଜ୍ୟର ପୁରୀ, ଗଞ୍ଜାମ ଓ କେନ୍ଦ୍ରପଡା ଭଳି ଗୁରୁତ୍ଵପୂର୍ଣ୍ଣ ଜିଲା ଉପରେ ବିଜୁ ଦଳର ସ୍ଵତନ୍ତ୍ର ନଜର ରହିଥିବା ଚର୍ଚା ହେବାରେ ଲାଗିଛି । ତେଣୁ ଏହି 3 ଟି ଜିଲ୍ଲାର ଲୋକସଭା ଓ ବିଧାନସଭା ଆସନରେ ଦଳ କେଉଁ ମାନଙ୍କୁ ପ୍ରାର୍ଥୀ କରିବ ତାହା ସ୍ତିର ହୋଇଯାଇଥିବା କଥା ଚର୍ଚାକୁ ଆସିଛି । ତେବେ ପୁରୀ, ଗଞ୍ଜାମ ଓ କେନ୍ଦ୍ରପଡା ଜିଲ୍ଲାର ବିଜେଡି ସମ୍ଭାବ୍ୟ ପ୍ରାର୍ଥୀଙ୍କ ବିଷୟରେ ଜାଣନ୍ତୁ । ପୁରୀ ଜିଲ୍ଲାର ଗୋଟେ ଲୋକସଭା ଆସନରୁ ଅରୂପ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ହୋଇପାରନ୍ତି ।

ନୟାଗଡ ବିଧାନସଭା ଆସନରୁ ଅରୁଣ ସାହୁ । ରଣପୁରରୁ ସତ୍ୟନାରାୟଣ ପ୍ରଧାନ । ଚିଲିକାରୁ ପ୍ରଶନ୍ନ ପାଟଶାଣି । ବ୍ରହ୍ମଗିରିରୁ ଉମା ସାମନ୍ତରାୟ । ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା । ପିପିଲିରୁ ରୁଦ୍ର ମହାରଥୀ ଏବଂ ପୁରୀ ବିଧାନସଭା ଆସନରୁ ସୁନୀଲ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚା ଧରିଛି । ସେହିପରି ଗଞ୍ଜାମ ଜିଲ୍ଲାର 2 ଟି ଲୋକସଭା ଆସନ ବ୍ରହ୍ମପୁର ଓ ଆସିକାରୁ ବିଜେଡି ପ୍ରାର୍ଥୀ ସ୍ତିର ହୋଇସାରିଥିବା କଥା ଚର୍ଚା ହେଉଛି ।

ବ୍ରହ୍ମପୁର ଲୋକସଭା ଆସନରୁ ଚନ୍ଦ୍ରଶେଖର ଶାହୁ, ଆସିକା ଲୋକସଭା ଆସନରୁ ଲତିକା ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ବ୍ରହ୍ମପୁରର ବିଧାନସଭା ଆସନରୁ ରମେଶ ଚ୍ୟାଉ ପଟ୍ଟନାୟକ, ଚିକିଟିରୁ ଶ୍ରୀରୂପ ଦେବ, ଦିଗପହଂଡିରୁ ବିପ୍ଲବ ପାତ୍ର, ଗୋପାଳପୁରରୁ ବିକ୍ରମ ପଣ୍ଡା, ସାନଖେମୁଣ୍ଡିରୁ ସୁଲକ୍ଷଣା ଦେବୀ ବିଜେଡିର ପ୍ରାର୍ଥୀ ହୋଇପାରନ୍ତି ବୋଲି ସମ୍ଭାବନା ରହିଛି । ଏଥିସହ କେନ୍ଦ୍ରପଡା ଜିଲ୍ଲାର ଗୋଟିଏ ଲୋକସଭା ଆସନରୁ ଅଂଶୁମାନ ମହାନ୍ତିଙ୍କୁ ସାଂସଦ ପ୍ରାର୍ଥୀ ଭାବେ ମଇଦାନକୁ ଆଣିବେ ବୋଲି ଚର୍ଚା ଜୋର ଧରିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *