ଚାଲିଥିଲା ଯାତ୍ରା…ବିଳମ୍ବରେ ଆସିଲେ ଯାତ୍ରା ଅଭିନେତ୍ରୀ, ପେଣ୍ଡାଲରେ ଉଡିଲା ଚେୟାର…

ବିଳମ୍ବରେ ଆସିଲେ ଯାତ୍ରା ଅଭିନେତ୍ରୀ ! ପେଣ୍ଡାଲରେ ଉଡିଲା ଚେୟାର ! ହଁ ଅଜ୍ଞା ଯାତ୍ରୀପ୍ରେମୀ ଲୋକଙ୍କୁ ଯାତ୍ରା ଦେଖିବାକୁ ଏତେ ଭଲ ଲାଗିଥାଏ । ଯେ ସେମାନେ ରାତି ରାତି ଅନିଦ୍ରା ରହି ଯାତ୍ରା ଦେଖିବାକୁ ଭଲ ପାଇଥାନ୍ତି । ରାତି ରାତି ଅନିଦ୍ରା ରହି ଯାତ୍ରା ପେଣ୍ଡାଲରେ ହିରୋ ହିରୋଇନ ମାନଙ୍କୁ ଦେଖିବା ପାଇଁ ଦର୍ଶକଙ୍କର ମାଛ ତଳେ ଭିଡ ଜମିଥାଏ । ହେଲେ ଗୋଟେ ଯାତ୍ରା ପେଣ୍ଡାଲରେ ଏଭଳି କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା ।

କାରଣ ଯେତେବେଳେ ଯାତ୍ରା ପେଣ୍ଡାଲ ଉପରକୁ ଯାତ୍ରା ଅଭିନେତ୍ରୀ ବିଳମ୍ବରେ ଆସିଥିଲେ । ସେତେବେଳେ ମଞ୍ଚ ତଳେ ଥିବା ଦର୍ଶକ ଯାତ୍ରା ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ତାପରେ ଯାତ୍ରା ପେଣ୍ଡାଲରେ ଖାଲି ଗୋଟେ ପରେ ଗୋଟେ ଚେୟାର ଉଡିବାକୁ ଲାଗିଥିଲା । ଏଥିସହ ଦର୍ଶକ ଅଧିକ ଉତ୍ତେଜିତ ହୋଇ ଲାଇଟକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଯାତ୍ରା ହେଉଥିବା ସ୍ଥାନରେ କେଉଁଠାରେ ଚେୟାର ଭଙ୍ଗା ହୋଇ ପଡିଛି ତ ଅନ୍ୟ କେଉଁଠି ଲାଇଟ ଭଙ୍ଗାଭଙ୍ଗି ହୋଇ ପଡି ରହିଛି ।

ଯାତ୍ରା ଅଭିନେତ୍ରୀଙ୍କର ଟିକେ ବିଳମ୍ବରେ ଆସିବା କାରଣରୁ ଏଭଳି କିଛି ଘଟଣା ଯାତ୍ରା ହେଉଥିବା ସ୍ଥାନରେ ଘଟିଯାଇଛି । କଟକ ଜିଲ୍ଲାର ବଡମ୍ବା ଅଞ୍ଚଳର ଏକ ସ୍ଥାନରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । କଟକ ଜିଲ୍ଲାର ବଡମ୍ବା ଜୁଡୁମରେ ଗତ 2 ଦିନ ଧରି ଯାତ୍ରା ଆରମ୍ଭ ହୋଇସାରିଛି । ହେଲେ ଗତକାଲି ଯାତ୍ରା ପେଣ୍ଡାଲକୁ ଯାତ୍ରା ଅଭିନେତ୍ରୀଙ୍କର ଆସିବା ବିଳମ୍ବ ହେବା କାରଣରୁ ଦର୍ଶକ ବହୁ ମାତ୍ରାରେ ଉତ୍ତେଜିତ ହୋଇଯାଇ ଚେୟାର, ଲାଇଟ ସବୁ ଫୋପୋଡା ଫିଙ୍ଗା କରିବା ଆରମ୍ଭ କରିଦେଇଥିଲେ ।

ତେବେ ଦର୍ଶକ ମାନଙ୍କର ଏଭଳି ଉତ୍ତେଜନା ଦେଖି ବାଧ୍ୟ ହୋଇ ଯାତ୍ରାକୁ ଅଧାରୁ ବନ୍ଦ କରିଦିଆଯାଇଥିଲା । ଓଡିଶା ଅପେରା ଯାତ୍ରା ନାଟକ 2 ଦିନ ଧରି ପରିବେଷଣ କରାଯାଉଥିଲା । ହେଲେ ଗତକାଲି ଯାତ୍ରା ଅଭିନେତ୍ରୀ ଯାତ୍ରା ମଞ୍ଚକୁ ବିଳମ୍ବରେ ଆସିବା କାରଣରୁ ନାଟକକୁ ଅଧାରୁ ଦର୍ଶକ ବନ୍ଦ କରିଦେଇଥିଲେ । ଯାତ୍ରା ପେଣ୍ଡାଲରେ ଯାତ୍ରାରେ ପଡିଥିବା ଚେୟାରକୁ ଭଙ୍ଗାରୁଜା କରିବା ସହ ଯାତ୍ରାରେ ଲାଗିଥିବା ଲାଇଟକୁ ମଧ୍ୟ ଛାଡି ନଥିଲେ । ସେଠାରେ ଏଭଳି ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିବା ଦେଖି ଯାତ୍ରାକୁ ଅଧାରେ ବନ୍ଦ କରିଦିଆଯାଇଥିଲା । ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *