ଜଗଦେବଙ୍କ ଜବାବ ! ହଁ ଆଜ୍ଞା ଖୋର୍ଦ୍ଧାରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପାଇଛନ୍ତି ପ୍ରଶାନ୍ତ ଜଗଦେବ । ତେବେ ଗଣ ମାଧ୍ୟମର ସାକ୍ଷାତକାରରେ ପ୍ରଶାନ୍ତ ଜଗଦେବ ନିଜର ପ୍ରତିକ୍ରିୟାରେ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି । ବିଜେପି କର୍ମୀ କାଳୁ ଖଣ୍ଡାୟତରାୟଙ୍କୁ ନେଇ ପ୍ରଶାନ୍ତ ଜଗଦେବ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । କାଳୁ ଖଣ୍ଡାୟତରାୟ ମୋର ଜଣେ ବଡ ଭାଇ ହିସାବରେ ହେବେ । ବିଜେପି ଦଳର ମଧ୍ୟ ସେ ଜଣେ ସକ୍ରିୟ କର୍ମୀ । ତାଙ୍କ ସହ ମୋର ବହୁତ ଦିନର ସମ୍ପର୍କ ରହିଛି ।
ତେଣୁ ତାଙ୍କ ପାଇଁ ମୋ ମନରେ ବହୁତ ସମ୍ମାନ ରହିଅଛି । ହେଲେ କାଳୁ ଖଣ୍ଡାୟତରାୟଙ୍କର ରାଜନୀତିରେ ଟିକେଟ ମିଳିବା ନମିଳିବା ଉପରେ ତାଙ୍କର କିଛି ଧାରଣା ନାହିଁ । ଟିକେଟ କିଏ ପାଇବ କିଏ ପାଇବ ନାହିଁ ? ଏ ସବୁ ବିଷୟରେ ନିଷ୍ପତ୍ତି କିଏ ସବୁ ନିଅନ୍ତି ଏ ସବୁ ସମ୍ପର୍କରେ କାଳୁ ଖଣ୍ଡାୟତରାୟଙ୍କର ବିଶେଷ କିଛି ଧାରଣା ନାହିଁ । ଯଦିଓ ସେ ବିଜେପି ପାର୍ଟିରେ ଏତେ ବର୍ଷ ଧରି ରହିଆସିଛନ୍ତି । ଖୋର୍ଦ୍ଧା ଏକ ସେନ୍ସିଟିଭ ଜାଗା । ସେଠାକାର ଭୋଟର ବହୁତ ବୁଦ୍ଧିଆ ଓ ସଚେତନ ଅଟନ୍ତି ।
ତେଣୁ ଖୋର୍ଦ୍ଧାର ବହୁ ସଚେତନ ଭୋଟରଙ୍କ ସମର୍ଥନ ମୋ ସାଥିରେ ରହିଛି । ମୁଁ ଭାରତୀୟ ଜନତା ପାର୍ଟିରେ ରହିଛି । ତେଣୁ ଦଳ ମୋତେ ଯେଉଁ ସବୁ ଦାୟିତ୍ଵ ଦେବ । ତାହାକୁ ମୁଁ ସୂଚାରୁ ରୂପେ ନିର୍ବାହ କରିବାକୁ ଚେଷ୍ଟା କରିବି । ଯଦି ଦଳ ମୋର କାମ ଓ ଅଭିଜ୍ଞାତା ଦେଖି ମୋତେ ନିର୍ବାଚନ ଲଢିବାକୁ ଟିକେତ୍ବ ଦେଇଛି । ଲୋକଙ୍କ ସମର୍ଥନ ଯଦି ମୋ ପାଇଁ ସେମିତି ରହିଛି । ତେବେ ମୋର ଜିତିବାର ସମ୍ଭାବନା ଏଠାରେ ବହୁତ ରହିଛି ।
ବିଜେପିରେ ବହୁତ ଜଣ ଆଶାୟୀ କର୍ମୀ ରହିଛନ୍ତି । ସମସ୍ତେ ଯଦି ଟିକେଟ ପାଇଁ ଅଧର୍ଜ୍ୟ ହେବେ ତେବେ ସେମିତି ତ ନିର୍ବାଚନ ଠିକରେ ହୋଇପାରିବ ନାହିଁ । ତେଣୁ ଓଡିଶାରେ କେମିତି ବିଜେପି ସରକାର ଆସିବ ? ସେହି ସବୁ ପ୍ରସଙ୍ଗ ଉପରେ ଦ୍ରୁଷ୍ଟି ରଖି ଦଳ ଟିକେଟ କେଉଁ ସବୁ ଏରିଆରୁ କେଉଁ ସବୁ ପ୍ରାର୍ଥୀ ମାନଙ୍କୁ ଦିଆଗଲେ ଠିକ ହେବ ଦଳ ସେହି କଥାକୁ ଦ୍ରୁଷ୍ଟିରେ ରଖି ପ୍ରାର୍ଥୀଙ୍କୁ ଚୟନ କରୁଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।