ଏହି ସ୍ଥାନରୁ ଲୋକସଭା ପ୍ରାର୍ଥୀ ପାଇଁ ବିଜେପିରୁ ଲଢ଼ିବେ… Sidhant Mohapatra

ଏଇଠୁ ଲଢିବେ ସିଦ୍ଧାନ୍ତ ମହାପାତ୍ର ! ହଁ ଆଜ୍ଞା ଅଭିନେତା ତଥା ରାଜନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ରାଜନୀତି ମାହୋଲରେ ଖୁବ ଚର୍ଚା ଲାଗି ରହିଛି । କାରଣ ଏବେ ଏବେ ନିକଟ ଅତୀତରେ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେବେ ଏଠାରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ? ସିଦ୍ଧାନ୍ତ ମହାପାତ୍ର ବିଜେପିରେ ସାମିଲ ହେଲା ପରେ ତାଙ୍କୁ ଦଳ କେଉଁ କାର୍ଯ୍ୟ ଦେବ ? ସିଦ୍ଧାନ୍ତ ମହାପାତ୍ର କେଉଁ ସ୍ଥାନର ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ?

ଏହି ସବୁ ଭିତରେ ରାଜନୀତି ଖବରର ଚର୍ଚା ଲାଗି ରହିଛି । କାରଣ ଏବେ ଗୋଟେ ପରେ ଗୋଟେ ଓଡିଆ ଅଭିନେତା ରାଜନୀତିରେ ସାମିଲ ହୋଇବା ସହ ବିଜେଡି ଛାଡି ବିଜେପିକୁ ଯାଉଛନ୍ତି । ନିକଟରେ ସିଦ୍ଧାନ୍ତ ମହାପାତ୍ର ଦିଲ୍ଲୀ ଯାଇ ବିଜେପିରେ ଯୋଗ ଦେଇଛନ୍ତି । ବିଜେଡିରୁ 2 ଥର ବ୍ରହ୍ମପୁରର ସାଂସଦ ହୋଇଛନ୍ତି ସିଦ୍ଧାନ୍ତ ମହାପାତ୍ର । ହେଲେ ଗତ 2019 ପର ଠାରୁ ବିଜେଡି ଦଳ ତାଙ୍କୁ ଅଣଦେଖା କରିବା ପରି ମନେ ହେଉଥିଲା । ତାପରେ ସେ ପାର୍ଟି ବଦଳାଇ ବିଜେପିରେ ସାମିଲ ହୋଇଗଲେ ।

ତେବେ ବର୍ତ୍ତମାନ ସମୟରେ ସିଦ୍ଧାନ୍ତ କେଉଁ ଅଞ୍ଚଳର ଲୋକସଭା ପ୍ରାର୍ଥୀ ଭାବେ ଛିଡା ହେବେ ତାକୁ ନେଇ ସୃଷ୍ଟି ହେଉଛି ଅନେକ ଚର୍ଚା । ବିଜେପି ପକ୍ଷରୁ ବ୍ରହ୍ମପୁରର ଲୋକସଭା ଦଳ ଘୋଷଣା କରିସାରିଛି । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରର ଲୋକସଭା ପ୍ରାର୍ଥୀ ଭାବେ ଗ୍ରହଣ କରିସାରିଛି । ବିଜେପି 3 ଟି ସ୍ଥାନ ଛାଡି ଦେଇ ବାକି ଅନ୍ୟ ସବୁ ସ୍ଥାନର ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛି । କନ୍ଧମାଳ, କଟକ ଓ ଯାଜପୁର ବାକି ରହିଛି ।

କଟକରୁ ସିଦ୍ଧାନ୍ତ ଲୋକସଭା ପ୍ରାର୍ଥୀ ହୋଇ ଛିଡା ହେବାର ସମ୍ଭାବନା ଖୁବ କମ୍ ରହିଛି । ବାକି ରହିଥିବା ଆଉ 2 ଟି ସ୍ଥାନ ହେଉଛି ଯାଜପୁର ଓ କନ୍ଧମାଳ । ତେବେ ଏହି 2 ଗୋଟି ସ୍ଥାନ ମଧ୍ୟରୁ କନ୍ଧମାଳ ପାଇଁ ଲୋକସଭା ପ୍ରାର୍ଥୀ ଭାବେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରି ଛିଡା କରିପାରେ ବୋଲି ଚର୍ଚା ଖୁବ ଧରିଛି । ଅପର ପକ୍ଷରେ ବିଜେଡି ଦଳରୁ ଲୋକସଭା ପ୍ରାର୍ଥୀ ଭାବେ ଅଚ୍ୟୁତ ସାମଲଙ୍କୁ କନ୍ଧମାଳରୁ ଦଳ ଟିକେଟ ଦେଇସାରିଛି । ଯଦି କନ୍ଧମାଳରୁ ସିଦ୍ଧାନ୍ତଙ୍କୁ ଲୋକସଭା ପ୍ରାର୍ଥୀ କରାଯାଏ । ତେବେ ଏହା ତାଙ୍କ ପାଇଁ କେତେ ଚାଲେନ୍ଜିଙ୍ଗ ରହିବ ତାହା ଦେଖିବାକୁ ଅପେକ୍ଷା ରହିଲା । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *