ମାଙ୍କଡ଼ ସହ ଖେଳ ହୋଇଗଲା କାଳ ! ଏବେ ଜେଲରେ ଅଛନ୍ତି Youtuber Monalisa

ମାଙ୍କଡ ମାନଙ୍କ ପାଇଁ ଜେଲ୍ ରେ କାନ୍ଦୁଛନ୍ତି ୟୁଟ୍ଯୁବର ! ହଁ ଆଜ୍ଞା ମାଙ୍କଡ ମାନଙ୍କ ପାଇଁ ଏବେ ଜେଲ୍ ରେ ଅଛନ୍ତି ୟୁଟ୍ଯୁବର ମୋନାଲିସା । ଆଗରୁ ବନ ବିଭାଗ ବାରମ୍ବାର ମନା କରିଥିଲା । ହେଲେ ବନ ବିଭାଗର ବାରମ୍ବାର ବାରଣ ସତ୍ବେ ମଧ୍ୟ ଏହି କଥାକୁ ମୋନଳୀଶା ଗୁରୁତ୍ଵ ଦେଉନଥିଲେ । ମୋନାଲିସା ନିଜ ଘରେ ମାଙ୍କଡ ମାନଙ୍କୁ ରଖି ତାଙ୍କ ସହ ଅନେକ ଭିଡିଓ କରୁଥିଲେ । ଖାଲି ଭିଡିଓ ନୁହେଁ, ବଂର ସେହି ଭିଡିଓକୁ ମଧ୍ୟ ସେ ସୋସିଆଲ ମିଡିଆରେ ଶେୟାର କରୁଥିଲେ ।

ମୋନାଲିସାଙ୍କୁ ୟୁଟ୍ଯୂବରେ ମାଙ୍କଡ ମାନଙ୍କ ସହ ଅନେକ ସମୟରେ ଦେଖିବାକୁ ମିଳେ । ମାଙ୍କଡ ମାନଙ୍କ ସହ ଭିଡିଓ କରି ସୋସିଆଲ ମିଡିଆରେ ମୋନାଲିସା ପୁରା ଛାଇ ଯାଇଥିଲେ । କୁନି କୁନି ମାଙ୍କଡ ମାନଙ୍କୁ ଖାଇବାକୁ ଦେବା ସହ ତାଙ୍କ ସହ ଖେଳ ମଜାମସ୍ତି ସବୁ ମୋନାଲିସ କରନ୍ତି । ହେଲେ ଏହି ସବୁ ଦୃଶ୍ୟ ଯେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେତେବେଳେ ଏହାକୁ ଦେଖି ବନ ବିଭାଗ ମୋନାଲିସା ଏଥିପାଇଁ ବାରମ୍ବାର ମନା କରିଥିଲା ।

ଏଭଳି ଭାବେ କେହି ବି ବନ୍ୟଜନ୍ତୁ ମାନଙ୍କୁ ନିଜ ଘରେ ରଖିପାରିବେ ନାହିଁ । ହେଲେ ବନ ବିଭାଗର ଏହି ସବୁ କଥାକୁ ମୋନାଲିସା ଶୁଣୁନଥିଲେ । ଯେଉଁ କାରଣରୁ ମୋନାଲିସାଙ୍କୁ ଘରେ ଆଣି ମାଙ୍କଡ ରଖିବା କଥା ବହୁତ ମହଙ୍ଗା ପଡିଛି । ଯେଉଁଥି ପାଇଁ ମୋନାଲିସା ଏବେ ଜେଲ୍ ରେ ଅଛନ୍ତି । ବେଆଇନ ଭାବେ ମୋନାଲିସା ମାଙ୍କଡ ମାନଙ୍କୁ ଘରେ ଆଣି ରଖି ତାଙ୍କ ସହ ଫୋଟ ଉଠାଇବା ସହ ଭିଡିଓ ମଧ୍ୟ କରୁଥିଲେ ।

ତେବେ ମୋନାଲିଆ ଓ ତାଙ୍କ ସ୍ଵାମୀ ନାରାୟଣଙ୍କୁ ଏଥିପାଇଁ ଜେଲ୍ ଯିବାକୁ ପଡିଛି । ସ୍ଵାମୀ ଓ ସ୍ତ୍ରୀ ଉଭୟ ଗତ ବୁଧବାର ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟଳୟରେ ଆତ୍ମସମର୍ପଣ କରିଥିଲେ । ଦମ୍ପତ୍ତିଙ୍କୁ ବନଖଣ୍ଡ କାର୍ଯ୍ୟଳୟ ପକ୍ଷରୁ ଯାଜପୁର କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଦମ୍ପତ୍ତିଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଯାଜପୁର ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି । ବେଆଇନ ଭାବେ ମାଙ୍କଡ ମାନଙ୍କ ସହ ଘରେ ଭିଡିଓ କରି ସୋସିଆଲ ମିଡିଆରେ ଛାଡୁଥିବାରୁ ବନ ବିଭାଗ ପକ୍ଷରୁ ତାଙ୍କୁ ଧରିବା ପାଇଁ ଟିମ ଗଠନ କରାଯାଇଥିଲା । ବର୍ତ୍ତମାନ ମୋନାଲିସା ଜେଲରେ ଅଛନ୍ତି । ଖବରର ଅପଡେଟ ପାଇଁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *