ଲୁଚି ଲୁଚି ଷଡଯନ୍ତ୍ର ରଚୁଛି ଏହି ମାଓବାଦୀ, ଆତଙ୍କ ରଚିଥିବା ଏହି ମାଓବାଦୀର ଠିକଣା ଦେଲେ ମିଳିବ 41ଲକ୍ଷ ଟଙ୍କା…

ମାଓବାଦୀର ଠିକଣା ଦେଲେ ହୋଇଯିବେ ଲକ୍ଷପତି ! ତେବେ ଖବର ଅନୁଯାଇ ଏମିତି ଏକ ମାଓବାଦୀ ଲୁଚି ଲୁଚି ବୁଲୁଛି । ଯାହାକୁ ଧରାଇ ଦେଲେ ପୋଲିସ ପ୍ରଶାସନ ପକ୍ଷରୁ ସେହି ଲୋକକୁ ମିଳିବ 41 ଲକ୍ଷ ଟଙ୍କା । ତେବେ ମାଓବାଦୀକୁ ଧରିବା ପାଇଁ ଏଭଳି କିଛି ପୁରଷ୍କାର ରାଶି ଘୋଷଣା କରାଯାଇଛି । କାରଣ ଏହି ମାଓବାଦୀ ପାଇଁ ପୁରା ପୋଲିସ ଓ ସେନା ବାହିନୀ ବିପଦରେ ରହିଛି । ଶହ ଶହ ସେନାଙ୍କ ପାଇଁ କାଳ ପାଲଟି ଯାଇଛି ଏହି ମାଓନେତା ହିଡିମ୍ବା ।

ସେନା ବାହିନୀ ଉପରେ ଆକ୍ରମଣ କରି ଗୋଟିଏ ପରେ ଗୋଟିଏ ଜୀବନ ନେଇଚାଲିଛି । ହେଲେ ଏହି ମାଓବାଦୀ ଜଣଙ୍କୁ କେହି ବି ଧରି ପାରୁନାହାନ୍ତି । ଜଙ୍ଗଲ ଭିତରେ ଲୁଚି ଲୁଚିକି ଏ ରାଜ୍ୟରୁ ସେ ରାଜ୍ୟକୁ ଘୁରି ବୁଲୁଛି ମାଓବାଦୀ । ତାପରେ ସୁବିଧା ଓ ସୁଯୋଗ ଦେଖି କ୍ୟାମ୍ପ ଉପରେ ଆକ୍ରମଣ ମଧ୍ୟ କରୁଛି । ଏ ପର୍ଯ୍ୟନ୍ତ ସେହି ଜଣେ ମାଓବାଦୀଙ୍କର ନେତା ମାଓନେତା ହିଡିମ୍ବା 102 ରୁ ଅଧିକ ଜଣ ଯବାନଙ୍କର ଜୀବନ ନେଇଯାଇଛି ।

ତେଣୁ ଯବାନ ମାନଙ୍କ ଜୀବନ ନେବା ହିଡିମ୍ବା ପାଇଁ ଗୋଟେ ସାଧାରଣ କଥା ହୋଇଗଲାଣି । ହେଲେ ଯେତେ ଯାହା ଚେଷ୍ଟା କରିଲେ ମଧ୍ୟ ହିଡିମ୍ବାର କେହି କିଛି ଖୋଜ ଖବର ପାଉନାହାନ୍ତି । ତେଣୁ ଯେଉଁ ବ୍ୟକ୍ତି ଏହି ହିଡିମ୍ବାର ଠିକଣା ପୋଲିସକୁ ଦେବ । ସେହି ବ୍ୟକ୍ତିକୁ ପୁରଷ୍କାର ସ୍ୱରୂପ ପୋଲିସ ପ୍ରଶାସନ ତରଫରୁ 41 ଲକ୍ଷ ଟଙ୍କା ଦିଆଯିବାର ଘୋଷଣା ହୋଇଛି । ଏଥିସହ ସେହି ବ୍ୟକ୍ତିର ନାମକୁ ମଧ୍ୟ ଗୋପନରେ ରଖାଯିବ ।

ତେବେ 2021 ମସିହାରେ ଏହି ମାଓନେତାର ନେତୃତ୍ଵରେ ମାଓବାଦୀ ମାନେ ଏପରି ଭାବେ ଆକ୍ରମଣ କରିଥିଲେ । ଯାହା ଫଳରେ 23 ଜଣ ଯବାନଙ୍କର ପ୍ରାଞ୍ଚାଳିଯାଇଥିଲା । ଏହି ଦୁର୍ଦ୍ଧାନ୍ତ ମାଓନେତା ହିଡିମ୍ବା ଅନେକ ହିଂସାକାଣ୍ଡରେ ସମ୍ପୃକ୍ତ ରହିଛି । ଗୋଟେ ପରେ ଗୋଟେ ପ୍ଳାନ ଯୋଗାଡ କରି ସେନା ମାନଙ୍କ ଜୀବନ ନେବାରେ ଟିକେ ହେଲେବି ପଚାଉ ନାହିଁ ଏହି ମାଓନେତା । ତେଣୁ ତାକୁ ଧରିବା ପାଇଁ ପୋଲିସ ପ୍ରଶାସନ ଓ ସେନା ମାନେ ପୁରା ଲାଗିପଡିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *