ଧ୍ୟାନରେ ବସିଛନ୍ତି PM Narendra Modi! ସେପଟେ ରାଜନୀତିରେ ବଢୁଛି ତେଜ !

କନ୍ୟାକୁମାରୀରେ ଧ୍ୟାନ ମୁଦ୍ରାରେ ମୋଦୀ ! ତେବେ ସୂଚନା ମୁତାବିକ ଗତ ମେ’ 30 ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀର ରକ ମେମୋରିଆଲରେ ଧ୍ୟାନରେ ବସିଛନ୍ତି । ତେବେ କନ୍ୟାକୁମାରୀରେ ମୋଦୀ ଧ୍ୟାନରେ ବସିଥିବା ସମୟରେ ଏହାକୁ ନେଇ ଦିଲ୍ଲୀ ରାଜନୀତି ମାହୋଲ ପୁରା ସରଗରମ ହୋଇ ଉଠିଛି । ତେବେ କଙ୍ଗ୍ରେଶ ସଭାପତି ମଲିକା ଅର୍ଜୁନ ଖଡଗେ ନରେନ୍ଦ୍ର ମୋଦୀ ଧ୍ୟାନରେ ବସିବା କଥାକୁ ନେଇ ଏହା ଏକ ସୋ’ ବୋଲି କହିଛନ୍ତି ।

ଅନ୍ୟ ପଟେ ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟର ଦ୍ଵାରସ୍ଥ ହୋଇଛି ତାମିଲନାଡୁ କଙ୍ଗ୍ରେଶ କମିଟି । ତେବେ ଧ୍ୟାନ ମୁଦ୍ରାରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯେଉଁ ଶିଳା ଉପରେ ବସି ଦିନେ ସ୍ଵାମୀ ବିବାକାନନ୍ଦ ଧ୍ୟାନ କରୁଥିଲେ । ସେହି ଶିଳା ଉପରେ ଏବେ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିଛନ୍ତି । ଧ୍ୟାନରେ ବସିଥିବା ସମୟରେ ସେ ଗେରୁଆ ବସ୍ତ୍ର ପିନ୍ଧିବା ସହ ହାତରେ ରୁଦ୍ରାକ୍ଷ ମଧ୍ୟ ଧରିଛନ୍ତି । ଧ୍ୟାନ ସମୟରେ ଯୋଗୀ ମୁଦ୍ରାରେ ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ । ଜପମାଳି ଧରି ଶାନ୍ତିରେ ବସି ଧ୍ୟାନ କରୁଛନ୍ତି ।

ଧ୍ୟାନର ଏହି 40 ଘଣ୍ଟା ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଖାଲି ତରଳ ପଦାର୍ଥ ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି । ଏଥିସହ ମୌନ ବ୍ରତ ମଧ୍ୟ ପାଳନ କରୁଛନ୍ତି । ତେବେ ଏହି ସମୟରେ ସାଧାରଣ ପର୍ଯ୍ୟଟକଙ୍କୁ ମେମୋରିଆଲ ପରିଦର୍ଶନର ମଧ୍ୟ ଅନୁମତି ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେତୁ ସାଧାରଣ ପର୍ଯ୍ୟଟକଙ୍କର ଏହି ସ୍ଥାନରେ ଜୁନ 1 ତାରିଖ ପର୍ଯ୍ୟନ୍ତ ପରିଦର୍ଶନ ପାଇଁ କଟକଣା ରହିଥିଲା । ହେଲେ ସାଧାରଣ ଜନତା ଯେପରି ଏଥିପାଇଁ କୌଣସି ସମସ୍ଯାର ସମ୍ମୁଖୀନ ନହୁଅନ୍ତି ।

ସେଥିପ୍ରତି ଦ୍ରୁଷ୍ଟି ଦେଇ ପ୍ରଧାନମନ୍ତ୍ରୀ ସେହି କଟକଣାକୁ ହଟାଇଦେବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଧ୍ୟାନ ପୂର୍ବରୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ । ତାପରେ ଭଗବତୀ ମନ୍ଦିରରେ ପୂଜାଅର୍ଚନା ମଧ୍ୟ କରିଥିଲେ । ତାପରେ ବୋଟ ଦ୍ଵାରା ରକ ମେମୋରିଆଲକୁ ଯାଇଥିଲେ । ତେବେ ମୋଦୀଙ୍କର ଏହି ଧ୍ୟାନ ପାଇଁ ସେପଟେ ରାଜନୀତି କିନ୍ତୁ ଜୋର ଧରିଛି । ତେବେ କଙ୍ଗ୍ରେଶ ସଭାପତି ମଲିକା ଅର୍ଜୁନ ଖଡଗେ ନରେନ୍ଦ୍ର ମୋଦୀ ଧ୍ୟାନରେ ବସିବା କଥାକୁ ନେଇ ଏହା ଏକ ସୋ’ ବୋଲି କହିଛନ୍ତି ।

ସେପଟେ ତାମିଲନାଡୁ କଙ୍ଗ୍ରେଶ କମିଟି ମୋଦୀଙ୍କ ଧ୍ୟାନକୁ ନେଇ ମାଡ୍ରାସ ହାଇକୋର୍ଟର ଦ୍ଵାରସ୍ଥ ହୋଇଛି । ନିଜ ପଦବୀର ଦୁରୁପଯୋଗ କରି ଭୋଟ ଆଦାୟ କରିବା ପାଇଁ ଏଭଳି କରିଛନ୍ତି ବୋଲି କଙ୍ଗ୍ରେଶ କହିବା ସହ ମୋଦୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅପିଲ କରାଯାଇଛି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *