ଭାଉଜ ପ୍ରେମରେ ଉବୁଟୁବ ହୋଇ ଚର୍ଚ୍ଚାକୁ ଆସିଥିଲା..ଏବେ ଅଟୋ ଭିତରେ ଏମିତି କରୁଥିଲା ଟୁଙ୍ଗୁରୁ ଭୋଳ

ଗିରଫ ହେଲା ଭାଉଜ ପ୍ରେମୀ ଟୁଙ୍ଗୁରୁ ଭୋଳ ! ହଁ ଆଜ୍ଞା ଟୁଙ୍ଗୁରୁ ଭୋଳ କଥା ଉଠିଲେ । ସମସ୍ତଙ୍କ ମନକୁ ଅଟୋ ଭିତର ଭାଉଜ ପ୍ରେମ କଥା ମନେ ପଡିଯାଏ । ତେବେ ଭାଉଜ ପ୍ରେମକୁ ନେଇ ବହୁ ଚର୍ଚିତ ଟୁଙ୍ଗୁରୁ ଭୋଳ ଏବେ ପୁଣି କିଛି କାମ କରି ଚର୍ଚାକୁ ଆସିଛି । ଅଟୋ ଭିତରେ କିଛି ଏମିତି କରିଛି ଟୁଙ୍ଗୁରୁ ଭୋଳ । ଯାହାପରେ ଭୁବନେଶ୍ବର ପୋଲିସ ହାତରେ ଗିରଫ ହୋଇଛି । ତେବେ ଟୁଙ୍ଗୁରୁ ଭୋଳ ଏବେ କୌଣସି ଭାଉଜଙ୍କୁ ନୁହେଁ, ବଂର ଚୋର ଗ୍ୟାଙ୍ଗ ମାନଙ୍କୁ ନିଜ ଅଟୋରେ ଟୁଙ୍ଗୁରୁ ଭୋଳ ବୋହି ନେଇଯାଉଥିଲା ।

ଚୋର ମାନଙ୍କ ସହ ସମ୍ପର୍କ ରଖି ଏବେ ଟୁଙ୍ଗୁରୁ ପୋଲିସ ହାତରେ ବନ୍ଧା ହୋଇଛି । ଭୁବନେଶ୍ବର ପୋଲିସ ଏବେ 11 ଜଣଙ୍କୁ ଗିରଫ କରିଛି । ଚୋର ଲୋକ ମାନଙ୍କୁ ନିଜ ଅଟୋରେ ବୋହି ନେଇଯାଉଥିବା ବେଳେ କମିଶନରେଟ ପୋଲିସ ହାତରେ ଟୁଙ୍ଗୁରୁ ଭୋଳ ଧରା ପଡିଯାଇଥିଲା । ଟୁଙ୍ଗୁରୁ ଭୋଳ ସହ ଅନ୍ୟ 10 ଜଣ ଲୋକଙ୍କୁ ମଧ୍ୟ ପୋଲିସ ଗିରଫ କରି ନେଇଯାଇଛି । ଭୁବନେଶ୍ବର ଚନ୍ଦକା ଥାନା ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ।

ତେବେ ପୋଲିସଙ୍କ କହିବା ମୁତାବିକ ଟୁଙ୍ଗୁରୁ ଭୋଳ ତା’ ର ଅଟୋକୁ ନେଇ ନନ୍ଦନକାନନ ଚନ୍ଦକା ରାସ୍ତାରେ ଯାଉଥିଲା । ହଟାତ ସେହି ଅଟୋଟିକୁ ଦେଖି ପୋଲିସର ମନକୁ ସନ୍ଦେହ ଆସିଥିଲା । ତାପରେ ସେହି ଅଟୋକୁ ଅଟକାଇ ସବୁ ଯାଞ୍ଚ କରିବାରୁ ସେଥିରୁ 4 ଜଣ ବାହାରିଥିଲେ । ସେମାନଙ୍କ ନିକଟରୁ ଚୋରୀ ସାମଗ୍ରୀ ମଧ୍ୟ ମିଳିଥିବା ସୂଚନା ମିଳିଛି । ସେହି ସବୁ ଲୋକ ମନେ ଏକ ଆପାର୍ଟମେଣ୍ଟରୁ ଚୋରୀ କରି ଫେରୁଥିବା ବେଳେ ପୋଲିସ ହାତକୁ ଏହି ଖବର ଆସିଥିଲା ।

ତାପରେ କମିଶନରେଟ ପୋଲିସ ଟୁଙ୍ଗୁରୁ ଭୋଳ ସହିତ ଅନ୍ୟ 10 ଜଣଙ୍କୁ ମଧ୍ୟ ଗିରଫ କରି ନେଇଯାଇଛି । ଓଡିଶାକୁ ଆସୁଥିବା ଭାରୀ ଜାନରେ ବିଭିନ୍ନ ସାମଗ୍ରୀକୁ ଲୋଡ କରି ଅନ୍ୟ ରାଜ୍ୟକୁ ତାହା ପଠାଇ ଦେଉଥିଲେ । ଏହାଛଡା ପାଇପ ଚୋରୀ କରି ତାହାକୁ ବିକି ସେଥିରୁ ପ୍ରାୟ 1 କୋଟି ଟଙ୍କା ପାଇଥିବାର ପୋଲିସଙ୍କୁ ଏହି ସମ୍ପର୍କରେ ମଧ୍ୟ ସେମାନଙ୍କ ଠାରୁ ସୂଚନା ମିଳିଛି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *