ଏଥର ସଶକ୍ତ ବିରୋଦ୍ଧି ! ସୂଚନା ମୁତାବିକ ଦୀର୍ଘ 24 ବର୍ଷ ପରେ ଓଡିଶାରେ ବଦଳିବାକୁ ଯାଉଛନ୍ତି ସରକାର । ତେବେ ଗତ ଦୁଇ ଦଶନ୍ଧି ଧରି ସରକାର ମଜଭୁତ ଥିବା ବେଳେ ବିରୋଦ୍ଧି ଦଳ ଦୁର୍ବଳ ଥିଲା ବୋଲି କୁହାଯାଉଥିଲା । ହେଲେ ଯଦିଓ ଏଥର ସରକାର ବଦଳିଛି । ହେଲେ ପୂର୍ବ ଅପେକ୍ଷା ଏଥର ବିରୋଦ୍ଧି ଦଳ ମଧ୍ୟ ସଶକ୍ତ ଅଛନ୍ତି। ତେବେ 78 ଆସନରେ ପ୍ରଥମ ଥର ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।
2014 ଓ 2019 ରେ ବିଜୁ ଜନତା ଦଳ 100 ରୁ ଅଧିକ ଆସନରେ ଜିତ୍ୟ ମଜଭୁତ ସରକାର ଗଠନ କରିଥିଲା । ହେଲେ ସେହି ତୁଳନାରେ ଖୁବ ଦୁର୍ବଳ ଥିଲା ବିରୋଦ୍ଧି ଦଳ କଙ୍ଗ୍ରେଶ ଓ ବିଜେପି । 2014 ରେ ଯେଉଁଠି କଙ୍ଗ୍ରେଶ 16 ଟି ଆସନ ଜିତିଥିଲା ବିଜେପି 10 ଟି ଆସନ ଜିତିଥିଲା । ହେଲେ ବିଜେଡି 117 ଟି ଆସନ ପାଇ ଏକ ତରଫା ଭାବେ ନିର୍ବାଚନକୁ ଜିତ୍ୟ ନେଇଥିଲା । ସେହିପରି ଯଦି 2019 ମସିହାର ନିର୍ବାଚନ ଫଳାଫଳ ବିଷୟରେ ଏଠାରେ ଆଲୋଚନା କରିବା ।
ତେବେ 2019 ରେ ବିଜେଡି 112 ଟି ଆସନ ପାଇଥିବା ବେଳେ ବିଜେପି 23 ଓ କଙ୍ଗ୍ରେଶ ମାତ୍ର 9 ଟି ଆସନ ପାଇପାରିଥିଲା । ତେବେ ଏହି ସବୁ ପ୍ରସଙ୍ଗକୁ ଆଲୋଚନା କରିଲେ ଏହା ସ୍ପଷ୍ଠ ହେଉଛି । ଯେ 2014 ଏବଂ 2019 ର ନିର୍ବାଚନ ଫଳାଫଳ ବାହାରିବା ପରେ ବିଜେଡିର ମଜଭୁତ ସରକାର ବିରୋଦ୍ଧରେ ଅତି ଦୁର୍ବଳ ବିରୋଦ୍ଧି ଦଳ ରହିଥିଲେ । ହେଲେ ଏଥର ବିରୋଦ୍ଧିଙ୍କ ସ୍ଥିତି ବେଶ ସଶକ୍ତ ରହିଛି ।
କାରଣ ଯେଉଁ ଦଳ ଦୀର୍ଘ 24 ବର୍ଷ ଧରି ଶାସନ କରି ଆସୁଥିଲା । ସେହି ଦଳ ଏଥର ବିରୋଦ୍ଧି ଦଳ ଭାବେ ରହି କାମ କରିବ । ଅର୍ଥାତ ବିଜୁ ଜନତା ଦଳ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ବିପକ୍ଷରେ ବିରୋଦ୍ଧି ହୋଇଛି । ଚଳିତ ବର୍ଷ ବିଜେପି 78 ଟି ଆସନ ପାଇଥିବା ବେଳେ ବିଜେଡି 51 ଟି ଆସନ ପାଇଛି । ତେବେ ଏଥର ବିରୋଦ୍ଧି ଭୂମିକାରେ ବିଜେଡି ସରକାରକୁ ଘେରିବା ପାଇଁ ଯାଉଛି । ଯାହା ଗତ 2014 ଏବଂ 2019 ମସିହା ସମୟରେ ହୋଇପାରିନଥିଲା । ଏଥର 2024 ରେ ସରକାରକୁ ଟାର୍ଗେଟ କରିବା ପାଇଁ ସଶକ୍ତ ବିରୋଦ୍ଧି ଦଳ ବିଜେଡି ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।