Naveen Pattanaik ଆଗେ Pandian ଙ୍କୁ ପଠେଇଲେ, ପରେ କାହିଁକି ନୂଆ ସାଂସଦଙ୍କୁ BJP ଦିଲ୍ଲୀ ଡକାଇଲା ?

ଆଗେ ପାଣ୍ଡିୟାନ ଗଲେ, ପରେ ନୂଆ ସାଂସଦ ଦିଲ୍ଲୀ ଗଲେ । ଗାଁ ଠାରୁ ନେଇ ସହର ସବୁଆଡେ ଏବେ ଗୋଟିଏ କଥା ଖାଲି ଚର୍ଚା ହେବାରେ ଲାଗିଛି । ସବୁବେଳେ ଅପରାଜୟ ରହିଆସୁଥିବା ନବୀନ 2024 ନିର୍ବାଚନରେ କିପରି ଭାବେ ପରାଜୟ ହୋଇପାରିଲେ । 24 ବର୍ଷର ମଜଭୁତ ବିଜେଡି ସରକାର କିଭଳି ଭାବେ ଚଳିତ ବର୍ଷ ଭାଙ୍ଗିଗଲା ? ତେବେ ଏହି କଥାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚା ଲାଗି ରହିଥିବା ବେଳେ ରାଜ୍ୟ ରାଜନୀତିରେ ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ।

ତେବେ ବିଜେଡିର ଏଭଳି ଶୋଚନୀୟ ପରାଜୟ ପାଇଁ ଓଡିଶାବାସୀ ବିଜଦି ନେତା ଭିକେ ପାଣ୍ଡିୟାନଙ୍କୁ ଟାର୍ଗେଟ କରୁଥିବା ବେଳେ ପାଣ୍ଡିୟାନଙ୍କୁ ନେଇ ଏଭଳି କିଛି କଥା ଚର୍ଚ ଏବେ ଏବେ ଧରିଛି । ତାହା ହେଉଛି ପାଣ୍ଡିୟାନଙ୍କର ଦିଲ୍ଲୀ ଗସ୍ତ । ଗତ ବୁଧବାର ଦିନ ଭିକେ ପାଣ୍ଡିୟାନ ଦିଲ୍ଲୀ ଗସ୍ତରେ ଓଡିଶାରୁ ଦିଲ୍ଲୀକୁ ଯାଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ? ଦିଲ୍ଲୀରେ ଇଣ୍ଡିମେଣ୍ଟର ସମସ୍ତ ସାଂସଦ ପ୍ରଥୀଙ୍କର ବୈଠକ ଥିବା ବେଳେ ତାହାର ଗୋଟେ ଦିନ ଆଗରୁ କାହିଁକି ଦିଲ୍ଲୀରେ ପହଞ୍ଚିଥିଲେ କାର୍ତ୍ତିକ ପାଣ୍ଡିୟାନ ।

ତେବେ ଏହା କ’ଣ ନବୀନଙ୍କର କିଛି ସ୍ଵତନ୍ତ୍ର ରଣନୀତି ହୋଇପାରେ । ନବୀନଙ୍କ ବିରୁଦ୍ଧରେ ବିରୋଦ୍ଧିର ଦଳର ନେତା ମାନେ ନିର୍ବାଚନ ସମୟରେ ଅନେକ କଟୁ କଥା କହିଛନ୍ତି । ହେଲେ ଏତେ ସବୁ ପରେ ବି ନିର୍ବାଚନ ଫଳାଫଳ ବାହାରିବା ପରେ ଦଳମତ ନିର୍ବିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନବୀନ ଶୁଭେଛା ଜଣାଇଥିଲେ । ତେବେ ନବୀନଙ୍କର ଅତି ନିକଟବର୍ତ୍ତୀ ବୋଲାଉଥିବା ପାଣ୍ଡିୟାନ ନବୀନଙ୍କ ନିର୍ଦ୍ଧେଶରେ ରହି ସମସ୍ତ କାର୍ଯ୍ୟ ନିର୍ବାହ କରନ୍ତି ।

ନିର୍ବାଚନ ସମୟରେ ମଧ୍ୟ ପାଣ୍ଡିୟାନ ନିର୍ବାଚନୀର ମଙ୍ଗ ଧରି ନିର୍ବାଚନ ପରିଚାଳନା କରିବା କାର୍ଯ୍ୟରେ ସବୁଠାରୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ଏଥର ମଧ୍ୟ ନିର୍ବାଚନ ଫଳାଫଳ ବାହାରିବା ପରେ ନବୀନ ପାଣ୍ଡିୟାନଙ୍କୁ କିଛି ସ୍ଵତନ୍ତ୍ର ରଣନୀତିର ଉଦ୍ଧେଶ୍ୟ ନେଇ ଦିଲ୍ଲୀ ପଠାଇ ଥିବା ନେଇ ବର୍ତ୍ତମାନ ସବୁଆଡେ ଚର୍ଚା ହେବାରେ ଲାଗିଛି । ତେବେ ଭିକେ ପାଣ୍ଡିୟାନ ନବୀନଙ୍କ ନିର୍ଦ୍ଧେଶରେ ନିଜର ପ୍ରଶାସନିକ ଚାକିରୀ ଛାଡି ରାଜନୀତିରେ ସାମିଲ ହୋଇ ନବୀନ ଓଡିଶା ଗଠନ କରିବାରେ ମୁଖ୍ୟ ଭୂମିକା ନେଇଥିବା ପାଣ୍ଡିୟାନଙ୍କର ଗତିବିଧି ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *