ଛ’ ମାସ ର ଝିଅକୁ କାହିଁକି ଘରେ ତାଲା ପକାଇଦେଲା ମା, ଆଉ ବାର ବର୍ଷ ପରେ ଯେବେ କବାଟ ଖୋଲା ହେଲା…ସମସ୍ତଙ୍କ ହୋସ ଉଡିଗଲା

ବନ୍ଧୁଗଣ ଏବେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମା ନିଜ 6 ମାସର କୋମଳମତି ଶିଶୁ କନ୍ୟାକୁ ଏକ ନିଛାଟିଆ ଘରେ ଛାଡି ଦେଇ ଚାଲିଗଲା । ଏହି ଘଟଣାର ୧୨ ବର୍ଷ ପରେ ସେହି ଘରର କବାଟ ଖୋଲା ଗଲା ଆଉ ତାର ଦୃଶ୍ୟ ଦେଖି ସମସ୍ତଙ୍କ ପାଦରୁ ମାଟି ଖସିଗଲା । ଏହି ସତ୍ୟ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଦିଲ୍ଲୀର ନୋଏଡା ଅଞ୍ଚଳରେ ସେହି ମହିଳା ଜଣକ ଏକ ନିଛାଟିଆ ପୁରୁଣା ଘରେ ରହୁଥିଲେ । ନା ତାଙ୍କର କୌଣସି ପରିବାର ଥିଲା ନା ତାଙ୍କ ସ୍ଵାମୀଙ୍କ ବିଷୟରେ କାହାକୁ ଜଣା ଥିଲା । ଦିନେ ମହିଳା ଜଣକ ନିଜ ୬ ମାସର ଶିଶୁ କନ୍ୟାକୁ ଘର ଭିତରେ ଏକା ଛାଡି କବାଟ ବନ୍ଦ କରି କୁଆଡେ ଚାଲି ଯାଇଥିଲେ । ଗୋଟିଏ ମାଆ ପାଇଁ ତାର ସନ୍ତାନ ତା ଜୀବନ ଠାରୁ ଅଧିକ ପ୍ରିୟ ହୋଇଥାଏ ହେଲେ ଏହି ମହିଳା ଯାହା କରିଲେ ତାହା ନିନ୍ଦନୀୟ ।

ସେହି ଘର ଦେଇ ସୁରେନ୍ଦ୍ର ନାମକ ଜଣେ ବ୍ୟକ୍ତି ପ୍ରତି ଦିନ ନିଜ ଅଫିସକୁ ଯିବା ଆସିବା କରୁଥିଲେ । ସେଦିନ ସୁରେନ୍ଦ୍ର ସେହି ଘର ଦେଇ ଯିବା ବେଳେ ତାଙ୍କୁ ସେ ଶିଶୁ କନ୍ୟାର କାନ୍ଦିବା ଆବାଜ ଶୁଣା ଯାଇଥିଲା । ସେ ଚାରି ପାଖରେ ଖୋଜି ଥିଲେ ହେଲେ ତାଙ୍କୁ କେହି ମିଳି ନଥିଲେ ଆଉ ସେ ଘର ତାଲା ପଡି ଥିବାରୁ ସେ ସେଠାରୁ ଚାଲି ଯାଇଥିଲେ । ପରଦିନ ପୁଣି ସେ ସେହି ଘର ପାଖ ଦେଇ ଯିବା ସମୟରେ କାନ୍ଦିବା ଆବାଜ ଶୁଣିଲେ ନିଜକୁ ରୋକିପାରିଲେ ନାହିଁ ।

ଏହା ପରେ ସେ ଘର ଝରକାକୁ ଖୋଲି ଶିଶୁ କନ୍ୟାକୁ ଦେଖିଲେ । ସେ ଏହା ପରେ ପୋଲିସକୁ ଖବର ଦେଲେ ଆଉ ପୋଲିସ ଆସି ଶିଶୁ କନ୍ୟାକୁ ଉଦ୍ଧାର କରିଲା । ଶିଶୁ କନ୍ୟାଟି ଅତ୍ୟନ୍ତ ଦୟନିୟ ପରିସ୍ଥିତିରେ ଥିଲା ।ଶିଶୁଟି ତିନି ଦିନ ହେବ କିଛି ଖାଇ ନଥିଲା ଆଉ ତାର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ଥିଲା । ପୋଲିସ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରିଲେ ସେହି ହସ୍ପିଟାଲରେ ଲୀନା ନାମକ ଜଣେ ନର୍ସ ଥିଲେ ସେ ଶିଶୁର ଚିକିତ୍ସା କରୁଥିଲେ ।

ଲୀନା ଶିଶୁକୁ ସୁସ୍ଥ କରି ପୋଷ୍ୟ କନ୍ୟା ଭାବେ ଆପଣାଇ ଥିଲେ ଆଉ ନିଜ ଘରେ ରଖିଲେ । ସେ ମା ହୋଇ ଶିଶୁର ଯତ୍ନ ନେଲେ ଆଉ ସେହି ଘର ଉପରେ ନଜର ରଖିଲେ ଯେଉଁ ଘରେ ଏ ଘଟଣା ଘଟିଥିଲା । ଦେଖୁ ଦେଖୁ ଶିଶୁ କନ୍ୟାଟି ୬ ମାସରୁ ୧୨ ବର୍ଷର ହେଇଗଲା ଆଉ ଦିନେ ସେହି ଘରର କବାଟ ଖୋଲା ଥିଲା ।

ଲୀନା ଘର ଭିତରକୁ ଯାଇ ଏକ ମହିଳାଙ୍କୁ ଦେଖିଲେ ଆଉ ଚିତ୍କାର କରି ତାଙ୍କୁ ପ୍ରଶ୍ନ କରିଥିଲେ ଏମିତି ସେ କାହିଁକି କଲେ । ସେହି ମହିଳା କହିଲା ସେ ବେଶ୍ୟା ଅଟନ୍ତି ଆଉ ପିଲାକୁ ରଖିବାର କ୍ଷମତା ତାଙ୍କ ପାଖରେ ନଥିଲା । ସେ ପିଲାର ବାପା କିଏ ବି ସେ ଜାଣି ନଥିଲେ ସେଥିପାଇଁ ସେ ଏମିତି କରିଲେ । ଏହା ପରେ ସେ ନିଜ ଭୁଲ ସ୍ଵୀକାର କରିଥିଲେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *