କେକ୍ ସାଜିଲା କାଳ, ଜନ୍ମଦିନରେ କେକ୍ ଖାଇ ଚାଲିଗଲା ଜୀବନ…ଆସିଲା ରିପୋର୍ଟ…

କେକ୍ ଖାଇସାରିଲା ପରେ କାହିଁକି ମରିଗଲା ଝିଅ ! ହଁ ଆଜ୍ଞା 10 ବର୍ଷର ଏକ ଝିଅଟିର ଜନ୍ମ ଦିନ ଥିଲା । ଘର ଲୋକ ବହୁତ ଶ୍ରଦ୍ଧାରେ ନିଜ ଝିଅର ଜନ୍ମ ଦିନର ଆୟୋଜନ କରିଥିଲେ । ଝିଅ ମଧ୍ୟ ଖୁସିରେ ନିଜ ଜନ୍ମଦିନକୁ ଖୁସିରେ ମନାଉଥିଲେ । ଜନ୍ମ ଦିନ ପାଇଁ ଝିଅର କେକ୍ ମଧ୍ୟ ଆସିଥିଲା । ହେଲେ କେକ୍ କାଟି ସାରୀ ଯେତେବେଳେ ଝିଅଟି କେକ୍ କୁ ଖାଇଥିଲା । ସେତେବେଳେ ତା’ ର ହଟାତ ଜୀବନ ଚାଲିଯାଇଥିଲା । ହେଲେ କେକ୍ ଖାଇସାରି କଣ କାହାର କେବେ ମୃତ୍ୟୁ ହୋଇଯାଏ କି ?

ତେବେ ଏହି କଥାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ? ଝିଅର ଏଭଳି ଅଚାନକ କେକ୍ ଖାଇ ମୃତ୍ୟୁ ହୋଇଯିବା ନେଇ ଘର ଲୋକ ମଧ୍ୟ ଦୁଃଖରେ ଭାଙ୍ଗି ପଡିଥିଲେ । ହେଲେ ଏବେ ଝିଅର କେକ୍ ଖାଇ ମରିବା ପଛର କାରଣ ଜଣା ପଡିଛି । ଯେତେବେଳେ ଝିଅଟି କେକ୍ ଖାଇଥିଲା । ସେତେବେଳେ ହଟାତ ତା’ ର ପେଟରେ ଜୋର ଯନ୍ତ୍ରଣା ଅନୁଭୂତ ହେଉଥିଲା । ତାପରେ ଝିଅଟିର ଜୀବନ ଚାଲି ଯାଇଥିଲା । ତେବେ ସେହି ଝିଅଟି ଖାଇଥିବା କେକ୍ ରେ ସାକାରୀନର ମାତ୍ର ଅଧିକ ଥିଲା ।

ଯାହାକୁ ଖାଇ ଝିଅଟିର ଜୀବନ ଚାଲି ଯାଇଥିଲା । ତେବେ ଖାଦ୍ୟ ଓ ପାନୀୟରେ ଅଳ୍ପ ପରିମାଣର ସାକାରୀନ ରହିଥାଏ । ହେଲେ ଏହି ସାକାରୀନର ପରିମାଣ ଯଦି ଖାଦ୍ୟ କି ପାନୀୟରେ ଅଧିକ ପରିମାଣର ହୋଇଯାଇଥାଏ । ତେବେ ଏହା ଦେହ ପାଇଁ କ୍ଷତିକାରକ ହୋଇଯାଇଥାଏ । ଦରକାର ପଡିଲେ ଏହାକୁ ଖାଇବା ପରେ କାହାର ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଏହି ଯେପରି ପଞ୍ଜାବର ଏହି 10 ବର୍ଷୀୟ ଝିଅ ମାନବୀ ସହ ଯାହା ଘଟିଗଲା ।

ଜନ୍ମଦିନର ଖୁସିରେ କେକ୍ କାଟି କେକ୍ ଖାଇବା ପରେ ସେହି କେକ୍ ଖାଇବା ଯୋଗୁ ହିଁ ଝିଅଟି ପ୍ରାଣ ଚାଲି ଯାଇଥିଲା । ତେବେ ଏଭଳି ଘଟଣା ପଞ୍ଜାବର ପଟିଆଲା ଠାରେ ଘଟିଯାଇଛି । ଯାହାର ଖବରର ସୋସିଆଲ ମିଡିଆରେ ଗତ କିଛି ଦିନ ଧରି ବହୁତ ଭାଇରାଲ ହେଉଥିଲା । ତେବେ ଏହି ଘଟଣା ପରେ ପରିବାର ଲୋକେ କେକ ଆଣିଥିବା ଦୋକାନ ନାମରେ ଅଭିଯୋଗ କରିବା ଫଳରେ ଦୋକାନର କିଛି ଲୋକଙ୍କୁ ପୋଲିସ ଗିରଫ କରିଛି । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

 

Leave a Reply

Your email address will not be published. Required fields are marked *