ଟ୍ରେନରେ ନିଜ ଛେଳି ସହ ଯାଉଥିଲେ ମହିଳା, ହଠାତ୍ ପହଞ୍ଚିଗଲେ ଟିଟିଇ, ଆଉ ତାପରେ…

ଗରିବ ହେଲେ ବି ଛେଳିର ଟିକେଟ କରି ଟ୍ରେନରେ ଗଲେ ମହିଳା…ହଁ ଆଜ୍ଞା ଟ୍ରେନରେ ଯାତ୍ରା କରିବା ସମୟରେ ଟିକେଟ କରିଯିବାକୁ ପଡିଥାଏ। ଏହା ତ ସମସ୍ତଙ୍କୁ ଜଣା ଅଛି । ହେଲେ ଟ୍ରେନର ନିୟମ ଜାଣି ମଧ୍ୟ କିଛି ଲୋକ ନିୟମକୁ ଉଲଂଘନ କରି ଟ୍ରେନରେ ଯିବା ସମୟରେ ଟିକେଟ କରିନଥାନ୍ତି । ଫଳରେ ଟିଟିଇଙ୍କ ହାବୁଡରେ ପଡି ଜୋରିମାନା ମଧ୍ୟ ସେମାନଙ୍କୁ ଦେବାକୁ ପଡିଥାଏ । ହେଲେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ନିଜ ଛେଳିକୁ ନେଇ ଟ୍ରେନରେ ଯାତ୍ରା କରୁଥିଲେ ।

ହେଲେ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି । ଟ୍ରେନରେ ଛେଳିକୁ ନେଇ ଯିବା ସମୟରେ ମହିଳା ଜଣଙ୍କ ନିଜ ପାଇଁ ଟିକେଟ କରିବା ସହ ନିଜ ଛେଳିର ଟିକେଟ ମଧ୍ୟ କରିକି ମହିଳା ଜଣଙ୍କ ଛେଳିକୁ ନେଇକି ଯାଉଥିଲେ । ଯେତେବେଳେ ଟିଟିଇ ମହିଳା ଜଣଙ୍କୁ ନିଜର ଟିକେଟ ଦେଖେଇବା ପାଇଁ କହିଥିଲରେ । ସେତେବଳେ ସେ ନିଜର ଟିକେଟ ଦେଖେଇବା ସହ ନିଜ ଛେଳିର ଟିକେଟ ମଧ୍ୟ ଟିଟିଇ ଜଣଙ୍କୁ ଦେଖାଇଥିଲେ ।

ତେବେ ମହିଳା ଜଣଙ୍କ ଗରିବ ହେଲେ କଣ ହେଲା । ତାଙ୍କ କଥାବାର୍ତ୍ତାରୁ ତାଙ୍କ ମଧ୍ୟରେ ଥିବା ନମ୍ରତା ଓ ସଚ୍ଚୋଟ ପଣିଆ ଝଲସି ଦେଖା ଯାଉଥିଲା । କାରଣ ସେ ଗରିବ ହେଲେ କଣ ହେଲା । ତାଙ୍କ ପାଖରେ ନିଜର ଆତ୍ମସମ୍ମାନ ରହିଛି । ତାଙ୍କ ଛେଳିକୁ ନେଇ କିଏ କଣ କହିଦେବ । ସେଥିପାଇଁ ସେ ଟ୍ରେନରୁ ଯାତ୍ରା କରିବା ବେଳେ ନିଜ ପାଇଁ ଓ ନିଜ ଛେଳି ପାଇଁ ମଧ୍ୟ ଟିକେଟ କରିକି ତାପରେ ଯାଇ ଟ୍ରେନରେ ଚଢିଥିଲେ ।

ବୃଦ୍ଧ ମହିଳା ଜଣଙ୍କ ନିଜ ଛେଳି ପାଇଁ ଟିକେଟ କରିକି ଛେଳିକୁ ଟ୍ରେନରେ ନେଇ ଯାତ୍ରା କରୁଥିବାରୁ ଏପରି କାର୍ଯ୍ୟ ଦେଖି ଟିଟିଇ ମଧ୍ୟ ତାଯୁବ ହୋଇଯାଇଥିଲେ । ଏଭଳି ଏକ କାର୍ଯ୍ୟରୁ ସେହି ମହିଳାଙ୍କର ସଚ୍ଚୋଟତା ପୁରା ସ୍ପଷ୍ଠ ଭାବେ ଦେଖାଯାଉଥିଲା । ଆଉ ସେହି ମହିଳା ଜଣଙ୍କ ଛେଳି ପାଇଁ ଟିକେଟ କରିଦେଇଛି କହିଲା ବେଳେ ଯେଉଁ ହସ ତାଙ୍କ ମୁହଁରୁ ଫୁଟି ଉଠୁଥିଲା । ତାହା ମଧ୍ୟ ଖୁବ ସୁନ୍ଦର ଥିଲା ।

ଏହି ଦୃଶ୍ୟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *