ବିଜେଡି ସଭାରେ ଫୁଙ୍କିଲେ ଶଙ୍ଖ ପକାଇଲେ ହୁଳହୁଳି ଗଲା ଚାକିରୀ… ସଭାରୁ ଫେରିଲା ବେଳକୁ ଆଉ କିଛି ନାହିଁ…

ବିଜେଡି ସଭାରେ ଫୁଙ୍କିଲେ ଶଙ୍ଖ ଓ ପକାଇଲେ ହୁଳହୁଳି ଗଲା ଚାକିରୀ ! ହଁ ଆଜ୍ଞା ଆଦର୍ଶ ଆଚରଣ ବିଧି ଉଲଂଘନ କରିବାରୁ 2 crp ଙ୍କ ଚାକିରୀ ଚାଲିଯାଇଛି । ବିଜେଡିର କର୍ମୀ ସମ୍ମିଳନୀ ସଭାରେ ଶଙ୍ଖ ଫୁଙ୍କିବା ସହ ଫୁଲ ମଧ୍ୟ ପକାଇଥିଲେ । ଏଥିସହ ବିଜେଡି କର୍ମୀ ସମ୍ମିଳନୀରେ ଯୋଗ ଦେବା 2 srp ଙ୍କ ଉପରେ ମହଙ୍ଗା ପଡିଥିଲା । କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ପଂଚାୟତରେ ଏଭଳି କିଛି ଘଟିଗଲା ।

ତେବେ ସେଠାରେ ବିଜେଡିର କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ବିଜେଡି କର୍ମୀ ସମ୍ମିଳନୀରେ ଶଙ୍ଖ ବଜାଇ ଫୁଲ ପକାଇବା 2 crp ଙ୍କ ଚାକିରୀ ଚାଲିଯାଇଛି । ହଁ ଆଜ୍ଞା ଆଦର୍ଶ ଆଚରଣ ବିଧି ଉଲଂଘନରେ କେନ୍ଦ୍ରପଡାର 2 ଜଣ କମିଟି ରିସର୍ଚ ପର୍ଶନ ବା crp ଙ୍କ ଚାକିରୀ ଚାଲିଯାଇଛି । ତେବେ 2 ଜଣ crp ହେଉଛନ୍ତି କେନ୍ଦ୍ରପଡା ମହାକାଳପଡା ନିର୍ବାଚନ ମଣ୍ଡଳୀର କାଳସୁଙ୍ଗା ପଂଚାୟତର ପୁଷ୍ପାଞ୍ଜଳି ମହାନ୍ତି ଓ ମାର୍ଶାଘାଇ ବ୍ଲକର ନର୍ମଦା ବସନ୍ତିଆ ।

ଉଭୟ ଏକ ନିର୍ବାଚନୀ ସଭାରେ ଫୁଲ ପକାଇବା ସହ ଶଙ୍ଖ ଫୁଙ୍କିବା ଏବଂ ହୁଳହୁଳି ପକାଇଥିବା ଅଭିଯୋଗ ହୋଇଥିଲା । ଜଣେ ଲୋକଙ୍କ ଅଭିଯୋଗ ଆଧାରରେ ଅତିରିକ୍ତ ଉପ ଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ଦେଇଥିଲେ । ଉଭୟ crp ଙ୍କ ବିରୁଦ୍ଧରେ ଉପ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ବିକାଶ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ । ତେବେ ଏହି ପ୍ରସଙ୍ଗଙ୍କୁ ନେଇ ଜିଲ୍ଲାପାଳଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ବିଜେଡିର କର୍ମୀ ସମ୍ମିଳନୀରେ ବହୁ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ଯୋଗ ଦେଇଥିଲେ । ତେବେ କାର୍ଯ୍ୟକ୍ରମଟି ଭଲରେ ଭଲରେ ସମାପନ ହୋଇଥିଲା । ହେଲେ କାର୍ଯ୍ୟକ୍ରମରେ ଏହିଭଳି ଭାବେ ଆଦର୍ଶ ବିଧି ଉଲଂଘନ କରାଯାଇ ଫୁଲ ପକାଇବା, ଶଙ୍ଖ ଫୁଙ୍କିବା ଓ ହୁଳହୁଳି ପକାଇବା ପାଇଁ 2 crp ଙ୍କର ଚାକିରୀ ଚାଲି ଯାଇଛି । ତେବେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ହିଁ ଉଭୟ crp ଙ୍କ ଚାକିରୀ ଚାଲିଗଲା । କାରଣ ସେମାନେ ଆଦର୍ଶ ବିଧିର ଉଲଂଘନ କରି ଏହି ସବୁ କାର୍ଯ୍ୟ କରିଥିଲେ । ଯାହାକି ତାଙ୍କୁ କରିବାର ନଥିଲା । ଏଥିଯୋଗୁ 2 crp ଙ୍କ ଚାକିରୀ ଚାଲିଗଲା । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *