ଝିଲିକଙ୍କୁ ନକରି କାହିଁକି ବବି ଦାସଙ୍କ ମା’ କୁ ପ୍ରାର୍ଥୀ କଲା ବିଜେଡି…ହଁ ଆଜ୍ଞା ବିଜେଡି ତା’ ର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜ୍ୟର 147 ବିଧାନସଭା ଆସନରୁ 144 ଟି ଟି ପାଇଁ ପୂର୍ବରୁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବଳକା 3 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । କୋରେଇ, ଖଣ୍ଡପଡା ଓ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କୋରେଇ ଆସନରୁ ସନ୍ଧ୍ଯାରାଣୀ ଦାସଙ୍କୁ ବିଜେଡି ଟିକେଟ ଦେଇଛି ।
ତେବେ ସନ୍ଧ୍ଯାରାଣୀ ହେଉଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ । ଏଥର କୋରେଇ ଆସନରୁ ନିର୍ବାଚନ ଲଢିବା ପାଇଁ ଅନେକ ଆଶାୟୀ ରହିଥିଲେ । 2014 ରେ କୋରେଇ ଆସନରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ ଆକାଶ ଦାସ ନାୟକ । ହେଲେ 2019 ରେ ବିଜେଡି ଆକାଶ ଦାସଙ୍କୁ ପ୍ରାର୍ଥୀ କରିନଥିବା ବେଳେ 2024 ନିର୍ବାଚନ ଲଢିବା ପାଇଁ ସେ ଆଶାୟୀ ଥିଲେ । ହେଲେ ଏଥର ମଧ୍ୟ ଆକାଶଙ୍କୁ ଟିକେଟ ମିଳିବାର ସମ୍ଭାବନା ନଥିବା ଦେଖି ଆକାଶ ବିଜେଡି ଛାଡି ବିଜେପିରେ ମିଶିଥିଲେ ।
ଏଥିସହ କୋରେଇ ଆସନରୁ ଲଢିବା ପାଇଁ ବିଜେପିରୁ ଟିକେଟ ପାଇଥିଲେ । ତେବେ କୋରେଇ ବିଧାନସଭା ଆସନରୁ 2019 ରେ ପ୍ରୀତିରଞ୍ଜନ ଘଡାଇ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ତେଣୁ ଏଥର ଏହି ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ପ୍ରୀତିରଞ୍ଜନ ଘଡେଇଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ବୋହୁ ଝିଲିକ ଭଟ୍ଟାଚାର୍ଜ୍ୟ । ଓଲିଉଡ ଅଭିନେତ୍ରୀରୁ ଏକ ସଫଳ ରାଜନୈତିକ ପରିବାରର ବୋହୁ ସାଜିଥିବା ଝିଲିକ ମଧ୍ୟ ଏଭଳି କିଛି ଥରେ କହିଥିଲେ ।
ଯେ ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ କୋରେଇ ଆସନରୁ ଟିକେଟ ଦେବେ । ତେବେ ସେ ନିଶ୍ଚୟ ଲଢିବେ । ଏପରିକି କୋରେଇରୁ ଟିକେଟ ନେବା ପାଇଁ ବବି ଦାସ ଓ ପ୍ରୀତିରଞ୍ଜନ ଘଡେଇଙ୍କ ମଧ୍ୟରେ ପୂର୍ବରୁ ଝକାପଞ୍ଝା ଲାଗିଥିବା କଥା ଚର୍ଚାକୁ ଆସିଥିଲା । ହେଲେ ଏହି ସବୁ ମଧ୍ୟରେ କିନ୍ତୁ ଦଳ ପ୍ରଣବ ପ୍ରକାଶ ଦାସ ଅର୍ଥାତ ବବି ଦାସଙ୍କ ମାଆ ସନ୍ଧ୍ଯାରାଣୀ ଦାସଙ୍କୁ କୋରେଇ ଆସନରୁ ପ୍ରାର୍ଥୀ କରିଛି । କୋରେଇ ଆସନରୁ ଲଢିବା ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ଦଳ ମଧ୍ୟରେ ଯେପରି ଅସନ୍ତୋଷ ନଆସିବ । ସେଥିପାଇଁ ଦଳ ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇରୁ ପ୍ରାର୍ଥୀ କରିଛି । ବେଳେ ଯେପରି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।