BJD ର ବିଜୁଳୀ ବିଲ୍ ଛାଡ ଯୋଜନା ପଡିଲା ମହଙ୍ଗା !

ବିଜେଡିର ବିଜୁଳୀ ବିଲ୍ ଛାଡ ଯୋଜନା ପଡିଲା ମହଙ୍ଗା ! 2024 ନିର୍ବାଚନରେ ବିଜୁ ଜନତା  ଦଳ ନିଜ ନିର୍ବାଚନୀ ଇସ୍ତାହାରରେ ଲୋକଙ୍କୁ ମାଗଣା ବିଜୁଳୀ ଦେଲା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ଯଦି ବିଜୁ ଜନତା ଦଳ ଏଥର କ୍ଷମତାକୁ ଆସେ । ତେବେ ଲୋକଙ୍କୁ ମାଗଣା ବିଜୁଳୀ ଯୋଗାଇଦେବ । ତେବେ ଯାହାକୁ ନେଇ ରାଜନୀତି ମାହୋଲରେ ଖୁବ ଚର୍ଚା ଲାଗି ରହିଛି । ତେବେ ସରକାରଙ୍କ ଏହି ମାଗଣା ବିଜୁଳୀ ସମ୍ପର୍କରେ ବିରୋଦ୍ଧି ଦଳର ନେତା ଏହାକୁ ନେଇ ଚାଲେଞ୍ଜ କରି କହିଛନ୍ତି ।

ଯେ ଯଦି ସରକାର ମାଗଣା ବିଜୁଳୀ ଘୋଷଣା କରୁଛନ୍ତି । ତେବେ ଘରୁ ମିଟର ଖୋଲି ଦିଅନ୍ତୁ ବୋଲି ଏଭଳି କିଛି ମତ ରଖିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ତେବେ ବିଜେଡି ଦଳର ପ୍ରତିଶ୍ରୁତି ଅନୁଯାଇ 100 ୟୁନିଟରୁ କମ୍ ବିଜୁଳୀ ବ୍ୟବହାର କରୁଥିବା ସମସ୍ତ ଘରୋଇ ଉପୋଭୋକ୍ତାଙ୍କୁ ମାଗଣାରେ ବିଜୁଳୀ ଯୋଗାଇ ଦିଆଯିବ । ଯେଉଁ ମାନେ 100 ରୁ 150 ୟୁନିଟ ବିଜୁଳୀ ବ୍ୟବହାର କରୁଥିବେ । ସେହି ଘରୋଇ ଉପୋଭୋକ୍ତା ମାନଙ୍କୁ 50 ୟୁନିଟ ବିଜୁଳୀ ମାଗଣା ଦିଆଯିବ ।

ସେହିପରି ଚାଷୀ ମାନଙ୍କୁ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରୁଥିବା ବିଜୁଳୀ ବିଲ୍ ମଧ୍ୟ ଛାଡ କରିଦିଆଯିବ । ଏଥିସହ ଏହି ଯୋଜନାରେ ବିଶେଷ କରି ପଶ୍ଚିମ ଓଡିଶା ଚାଷୀଙ୍କ ପାଇଁ ବେଶ ଲାଭଦାୟକ ହେବ । ତେବେ ଏହା ଘୋଷଣା ପରେ ଚାଷୀ ମାନେ ମଧ୍ୟ ଭିନ୍ନ ତରିକାରେ ସରକାରଙ୍କୁ ଏକ ଚାଲେଞ୍ଜ ରଖିବା ସହ ଆନ୍ଦୋଳନ କରିଛନ୍ତି । ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଅଧୀନ ଆମ୍ବାଭନା ଅଞ୍ଚଳରେ ଶହ ଶହ ଚାଷୀ ଏବେ ଘରୁ ମିଟର ଖୋଲି ଦେଇଛନ୍ତି ।

ସେ ସବୁ କୁ ଆଣି ଟାଟା ପାୱାର ଅଫିସ ସାମ୍ନାରେ ଗଡାଇ ଦେଇଛନ୍ତି । ତେବେ ଚାଷୀଙ୍କ କହିବା ଅନୁଯାଇ ବିଲରେ ମାଡି ମଡାଇବା ପାଇଁ ଲାଗିଥିବା ମଟର ପମ୍ପ ବାବଦକୁ ମାସକୁ 2500 ରୁ ଉର୍ଦ୍ଧ ଟଙ୍କାର ବିଲ୍ ଆସୁଛି । ସରକାର ଏବେ ମାଗଣା ବିଜୁଳୀ ବିଲ୍ ଘୋଷଣା କରିଥିବାରୁ ସବୁ ବିଜୁଳୀ ମିଟର ଖୋଲି ନେଇ ଆସିଛୁ ବୋଲି ଚାଷୀ ମାନେ ମତ ରଖିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ବିଜେପି ଦଳର ନେତା ମାନେ ରାଜ୍ୟ ସରକାର ଘୋଷଣା କରିଥିବା ମାଗଣା ବିଜୁଳିକୁ ନେଇ ବହୁତ କିଛି ସମାଲୋଚନା କରି କହିଛନ୍ତି । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *