ଓଡ଼ିଶାରେ ଏଥର କିଏ ଗଢ଼ିବ ସରକାର ! କ’ଣ କହୁଛନ୍ତି ପଲିଟିକାଲ ଏକ୍ସପର୍ଟ Biswa Ranjan BJD-BJP

ଓଡିଶାରେ କିଏ ଗଢିବ ସରକାର ବିଶେଷଜ୍ଞଙ୍କ ମୁହଁରୁ ଜାଣନ୍ତୁ…2024 ନିର୍ବାଚନକୁ ନେଇ ସବୁ ଆଡେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ନିର୍ବାଚନୀ ହାୱା ପ୍ରବାହିତ ହେଉଛି । ତେବେ ଏଥର ଓଡିଶାରେ ସରକାର କିଏ ଗଠନ କରିବ ତାହାକୁ ନେଇ ଅନେକ କଲ୍ପନା ଜଳ୍ପନା ଜାରୀ ରହିଛି । ଏହାରି ଭିତରେ ଓଡିଶାରେ ଏଥର କିଏ ସରକାର ଗଠନ କରିବ ତାହାକୁ ନେଇ ରାଜନୀତି ବିଶେଷଜ୍ଞ ବିଶ୍ଵରଞ୍ଜନ ନିଜର ଏଭଳି କିଛି ମତ ରଖିଛନ୍ତି ।

ତେବେ ଏକ୍ସପର୍ଟଙ୍କ କହିବା ଆଧାରରେ ଆମେ ଗତ 24 ବର୍ଷ ଧରି ଯେଉଁ ସବୁ ନିର୍ବାଚନ ଦେଖି ଆସିଥିଲୁ । ହେଲେ ଏଥର 2024 ରେ ଯେଉଁ ନିର୍ବାଚନ ଦେଖୁଛୁ । ଉଭୟ ମଧ୍ୟରେ ବହୁତ ତଫାତ ରହିଛି । ଏଥର 2024 ନିର୍ବାଚନ ଏକ ଭିନ୍ନ ଧରଣର ନିର୍ବାଚନ ପରି ଲାଗୁଛି । କାରଣ ଏତେ ପ୍ରତିଦ୍ୱନ୍ଦିତାମୂଳକ ନିର୍ବାଚନ କେବେବି ଆଗରୁ ଆମେ ଦେଖି ନଥିଲୁ । କାରଣ କିଛି ନେତା ମାନେ ଦଳରୁ ଟିକେଟ ନପାଇଲା ପରେ ସଙ୍ଗେ ସଙ୍ଗେ ଦଳ ଡିଆଁ ନୀତି ଆପଣାଉଛନ୍ତି ।

ତେଣୁ ଲୋକ ଏଠାରେ କାହାକୁ ଭୋଟ ଦେବେ କି ନଦେବେ ତାହାକୁ ନେଇ ଭ୍ରମରେ ପଡିଯିବେ । ଏହାର ଅର୍ଥ ହେଉଛି ଦଳର କୌଣସି ନୀତି ଆଦର୍ଶ ହିଁ ନାହିଁ । ତେଣୁ ସର୍ବ ଉପରେ ଯଦି ଏଠାରେ କହିବାକୁ ଯିବା । ତେବେ ଓଡିଶାରେ ପରିବର୍ତ୍ତନ ଦରକାର ହେଉଛି । କାରଣ ସବୁ କ୍ଷେତ୍ରରେ ପରିବର୍ତ୍ତନ ହେଉଛି ଏକ ସ୍ଵାଭାବିକ ଲକ୍ଷଣ । ଯେପରି ବିଜେପି ଦଳ ନିର୍ବାଚନ ସମୟରେ ବଡ ବଡ ନେତା ମାନଙ୍କ ଠାରୁ ଆରମ୍ଭ କରି ଅନ୍ୟ ସବୁ ନେତା ଓ କର୍ମୀ ମାନେ ନିର୍ବାଚନ ଜିତିବା ପାଇଁ ଲାଗି ପଡିଛନ୍ତି ।

କାରଣ ସମସ୍ତଙ୍କୁ ନେଇ ହିଁ ଦଳ ଗଢା ଯାଇଥାଏ । ହେଲେ ଯଦି କୌଣସି ଦଳରେ ଜଣେ ଲୋକ ଆଗରୁ ନଥିବ । ହେଲେ ଏହି କିଛି ବର୍ଷ ଭିତରେ ଆସି ଜଣେ ନେତା ଦଳ ପାଇଁ ସବୁ କିଛି କରିବ ଓ ଅନ୍ୟ ମାନଙ୍କୁ ହିଁ କିଛି କରିବାକୁ ସୁଯୋଗ ମିଳିବ ନାହିଁ । ସେଇଟା ଗଣତନ୍ତ୍ରରେ ଉଚିତ ବୋଲି ମାନାଯିବ ନାହିଁ । ତେଣୁ ଏହି କଥାକୁ ଲୋକମାନେ ମଧ୍ୟ ଗ୍ରହଣ କରିପାରୁନାହାନ୍ତି । ତେଣୁ ଏବେ ପରିବର୍ତ୍ତନର ପବନ ବହୁଛି । ଯଦି ପରିବର୍ତ୍ତନ ହେବ, ତେବେ ଠିକ କଥା । ନଚେତ ଲୋକ ଯାହା ଚାହୁଁଛନ୍ତି ତାହା ହିଁ ହେବ । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *