ଆଜି ଆମେ ଆପଣଙ୍କୁ ବିବାହର କିଛି ଯୋଗ ବିଷୟରେ କହିବୁ । ଯାହାକି ଆପଣଙ୍କ ହସ୍ତରେଖାରୁ ଜଣା ପଡିଥାଏ । ଯଦି ଆପଣଙ୍କ ହାତର ରେଖାରେ ଶୁକ୍ର ପର୍ବତ ଓ ଗୁରୁ ପର୍ବତ ବଢିଥାଏ ତେବେ ଆପଣଙ୍କ ଜୀବନରେ ବିବାହ ଯୋଗ୍ୟ ଆସିଥାଏ । କିନ୍ତୁ ବିଦ୍ଵାନମାନେ ଏହି ତଥ୍ୟକୁ ଛାଡି ଅନ୍ୟ ବହୁତ ତଥ୍ୟ ଦେଇଛନ୍ତି । ଯେଉଁ ଗୁଡିକ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।ପ୍ରଥମେ ସୁଖିମ ବିବାହ ଯୋଗ୍ୟ ବିଷୟରେ ଜାଣିବା ।
ଯଦି ଆପଣଙ୍କର ହାତର ପାପୁଲିରେ ଭାଗ୍ୟରେଖା ଉତ୍ତମ ପର୍ବତ ଠାରୁ ବାହାରି ହୃଦୟ ରେଖାରେ ଶେଷ ହୋଇଛି କିମ୍ବା ଗୁରୁ ପର୍ବତ ଉପରେ X ଚିହ୍ନ ହୋଇଥିବ ତେବେ ବୁଝି ଯାଆନ୍ତୁ କି ସୁଖିମ ବିବାହର ଯୋଗୁକୁ ଦର୍ଶାଉଛି । ଯଦି ଶୁକ୍ର ପର୍ବତ ଅଧିକ ବଢି ନ ଥିବ କିମ୍ବା ନାଲି ରଙ୍ଗର ତାରା ଚିହ୍ନ ବି ଅଧିକ ବଢି ନ ଥିବ ତେବେ ଏହା ବି ସୁଖିମ ବିବାହର ଯୋଗ ହୋଇଥାଏ । ସୁଖିମ ବିବାହର ଯୋଗର ଅର୍ଥ ହେଉଛି ଏହି ଲୋକମାନଙ୍କ ବିବାହ ଅଚାନକ ହୋଇଯାଏ ।
ଏହି ଯୋଗ ଥିବା ଲୋକମାନଙ୍କର ପ୍ରାୟତଃ ସମୟ ଲଭ ମ୍ୟାରେଜ ହୋଇଥାଏ । ଏମାନେ ନିଜର ବିବାହକୁ ନେଇ ଅଧିକ କିଛି ଚିନ୍ତା କରି ନ ଥାନ୍ତି । କିନ୍ତୁ ଅଚାନକ ଏମାନଙ୍କର ବିବାହ ହୋଇଯାଏ । ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢି ଉଠିଥାଏ । ଏମାନଙ୍କର ଦୁଇଟି କିମ୍ବା ତାହା ଠାରୁ ଅଧିକ ସନ୍ତାନ ହେବାର ଯୋଗ ଥାଏ ।
ଅନମୋଲ ବିବାହ ଯୋଗ ବିଷୟରେ ଯଦି କହିବା ତେବେ ଯଦି ଆପଣଙ୍କର ହାତ ରେଖାରେ ସୂର୍ଯ୍ୟ ରେଖା ଓ ବିବାହ ରେଖା ପରସ୍ପର ସହ ମିଶି ଥାନ୍ତି ଅର୍ଥାତ ଯୋଡି ହୋଇଥାନ୍ତି, ଏହା ସହିତ ସୂର୍ଯ୍ୟ ପର୍ବତ ଛୋଟ ରହିଥାଏ ତେବେ ଏହା ଅନମୋଲ ବିବାହ ଯୋଗକୁ ଦର୍ଶାଇ ଥାଏ । ଏହିଭଳି ଲୋକମାନଙ୍କ ବିବାହ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଓ ସମସ୍ତଙ୍କ ଇଚ୍ଛାରେ ହୋଇଥାଏ । ଏହି ଦମ୍ପତ୍ତିଙ୍କ ଗୋଟିଏ କିମ୍ବା ଦୁଇଟି ସନ୍ତାନ ହୋଇଥାଏ ।
ବେଇପାରିକ ବିବାହ ଯୋଗ୍ୟରେ ମଣି ପର୍ବତରୁ କୌଣସି ରେଖା ବୁଧ ପର୍ବତ ରେଖା ପାଖକୁ ଯାଉଛି କିମ୍ବା ସୂର୍ଯ୍ୟ ରେଖା ଶୁକ୍ର ପର୍ବତ ସହ ମିଶୁଛି ତେବେ ଏହିଭଳି ଲୋକମାନଙ୍କ ବିବାହ ବହୁତ ଅଧିକ ବୟସରେ ହୋଇଥାଏ । କିଛି ଲୋକମାନେ ତ ବିବାହ ବି କରି ପାରନ୍ତି ନାହିଁ । ଏହିଭଳି ହସ୍ତରେଖା ଥିବା ଝିଅ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିତଥାନ୍ତି ।
ବୁଧ ବିବାହ ଯୋଗରେ ଯଦି ଆପଣଙ୍କ ହାତ ଅଧିକ ସଙ୍କିର୍ଣ ଥାଏ କିମ୍ବା ଚନ୍ଦ୍ର ପର୍ବତ ପାଖରେ ଛୋଟ ଛୋଟ ରେଖା ଥାଏ ତେବେ ଏହିଭଳି ଲୋକମାନେ ନିଜ ଠାରୁ ଅଧିକ ବୟସର ସାଥିଙ୍କୁ ବିବାହ କରିଥାନ୍ତି । ଏମାନଙ୍କର ସନ୍ତାନ ପ୍ରାପ୍ତିରେ ସମସ୍ଯା ଆସିଥାଏ । କିନ୍ତୁ ବୈବାହିକ ଜୀବନରେ ସୁଖମୟ ହୋଇଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।