ବାଃ ! କଣ ସଟ୍ ମାରିଲେ Washington Sundar ! ପଡିଆରେ ଗଡି ଗଡି ମାରିଲେ ଚଉକା…ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଭିଡିଓ

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯାଇଥିବା ODI ସିରିଜର ପ୍ରଥମ ମ୍ୟାଚ୍ ଆଜି ଅକଲ୍ୟାଣ୍ଡରେ ଖେଳା ଯାଇଛି । ଏହି ମ୍ୟାଚରେ ଟସ୍ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ 307 ରନ୍‌ର ଟାର୍ଗେଟ ଦେଇଥିଲା । ଶ୍ରେୟସ୍ ଅୟର, ଶିଖର ଧାୱନ ଓ ଶୁଭମାନ ଗିଲଙ୍କ ଅର୍ଦ୍ଧ ଶତକ ଭାରତକୁ ଏହି ବୃହତ ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲା ବେଳେ ଶେଷରେ ୱାଶିଂଟନ୍ ସୁନ୍ଦର ମଧ୍ୟ ଏକ ଇନିଂସ ଖେଳି ସମସ୍ତଙ୍କ ହୃଦୟ ଜିତିଥିଲେ ।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସଞ୍ଜୁ ସାମସନ ଆଉଟ ହେବା ପରେ ୱାଶିଂଟନ୍ ସୁନ୍ଦର କ୍ରିଜକୁ ଆସିବା ମାତ୍ରେ ନିଜର ଦମଦାର ଖେଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ସୁନ୍ଦର ସମସ୍ତ ବୋଲରଙ୍କୁ ଝଟକା ଦେଇ ମାତ୍ର 16 ବଲରେ 36 ରନ୍ ସଂଗ୍ରହ କରିଥିଲେ । ୱାଶିଂଟନ୍ ସୁନ୍ଦର ଏହି ଇନିଂସରେ ଅନେକ ଉତ୍କୃଷ୍ଟ ସଟ୍ ଖେଳିଥିଲେ କିନ୍ତୁ ସବୁଠାରୁ ଖତରନାକ ସଟ୍ 49 ଓଭରରେ ମ୍ୟାଟ ହେନେରୀଙ୍କ ବିପକ୍ଷରେ ହୋଇଥିଲା ।

ଯେଉଁଥିରେ ବୋଲର ତାଙ୍କୁ ଫଲୋ କରିଥିଲେ, ତା’ପରେ ସୁନ୍ଦର ତାଙ୍କର ସମସ୍ତ କଳାକୁ ବ୍ୟବହାର କରି ତଳେ ଗଡିଯାଇ ଏକ ଦମଦାର ସଟ୍ ଖେଳିଥିଲେ । ସମସ୍ତେ ସୁନ୍ଦରଙ୍କ ଏହି ସଟ୍କୁ ଦେଖୁଥିଲେ । ଏହି ସଟ୍ ଦେଖି ଲୋକମାନେ ଏବି ଡିଭିଲିୟର୍ସ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ମନେ ପକାଇଲେ ।

ଭାରତୀୟ ଟୀମର ଧମାକେଦାର ଏଣ୍ଟ୍ରି

ଟସ୍ ହାରିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଧମାକେଦାର ଖେଳ ଆରମ୍ଭ କରିଥିଲା । ଦଳର ଉଭୟ ଓପନର୍ ଏକ ଶତକ କରିବାରେ ଶଅହଳ ହୋଇଥିଲେ । ଏଥି ସହିତ ଶୁଭମନ ଗିଲ ଓ ଶିଖର ଧାୱନ ମଧ୍ୟ ଅର୍ଦ୍ଧ ଶତକ ପୂରଣ କରିଥିଲେ । ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ଉଭୟଙ୍କ ସାମ୍ନାରେ ନିରାଶ ଦେଖାଯାଉଥିଲେ ମଧ୍ୟ 24 ତମ ଓଭରରେ ଶୁକମନ ଗିଲଙ୍କୁ ଲକି ଫର୍ଗୁସନ୍ ଆଉଟ କରିଥିବା ବେଳେ ପରେ ଟିମ୍ ସାଉଦୀ ମଧ୍ୟ ଧବନଙ୍କୁ ଆଉଟ୍ କରିଥିଲେ ।

ଉଭୟ ଓପନର୍ଙ୍କ ୱିକେଟ୍ ଖସିଯିବା ପରେ ଶ୍ରେୟସ୍ ଆୟର ଏବଂ ରିଷଭ ପନ୍ତ କ୍ରିଜରେ ଅବତରଣ କରିଥିଲେ । ଉଭୟ ମନ୍ଥର ଗତିରେ ଚାଲିଥିଲେ ଓ ପରେ ଲକି ଫର୍ଗୁସନ ଙ୍କ ଦ୍ୱାରା ଆଉଟ ହୋଇଥିଲେ । ପନ୍ତଙ୍କ ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଫର୍ଗୁସନ୍ ତାଙ୍କ ଶିକାର କରିଥିଲେ, ଏହା ପରେ ସଞ୍ଜୁ ସାମସନ୍ ଏବଂ ଶ୍ରେୟସ୍ ଆୟର୍ ଇନିଂସ ପରିଚାଳନା କରିଥିଲେ ଏବଂ 94 ରନ୍ ଭାଗିଦାରୀ କରିଥିଲେ । ଏହି ସହଭାଗୀତାରେ ଶ୍ରେୟସ୍ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *