ଭଲ ପାଠ ପଢ଼ୁଥିଲା ପୁଅ ସମସ୍ତେ ଭାବିଥିଲେ ପୁଅ ଭଲ ମାର୍କ ରଖିବ, ହେଲେ ରେଜଲ୍ଟ ବାହାରିଲା ପରେ ପୁଅ…

ମାର୍କ ଦେଖୁ ଦେଖୁ ଜୀବନ ହାରିଦେଲା ପୁଅ ! ସୂଚନା ମୁତାବିକ ଗତକାଲି ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ପିଲାଙ୍କ ପରୀକ୍ଷା ଫଳାଫଳ ବାହାରିଥିଲା । ତେବେ ପରୀକ୍ଷା ଫଳ ଦେଖୁ ଦେଖୁ ଜଣେ ଛାତ୍ର ଜୀବନ ହାରିଦେଇଛି । ଛାତ୍ର ଜଣଙ୍କ ସ୍କୁଲରେ ଭଲ ପାଠ ପଢୁଥିଲେ । ପୁଅ ପାଇଁ ବାପା ମାଆ ମଧ୍ୟ ବହୁତ ସ୍ଵପ୍ନ ଦେଖିଥିଲେ । ପୁଅ ଦଶମ ପରୀକ୍ଷାରେ ଫଳ ମାର୍କ ଆଣିବ ବୋଲି ବାପା ମାଆ ବହୁତ ଆଶା ରଖିଥିଲେ । ହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା ।

ଗତକାଲି ମେଟ୍ରିକ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କର ପରୀକ୍ଷା ଫଳାଫଳ ବାହାରିଥିବା ବେଳେ ଯେଉଁ ପିଲାଙ୍କର ପରୀକ୍ଷା ଭଲ ମାର୍କ ରହିଛି । ସେମାନେ ନିଜ ପରିବାର ସହ ଖୁସି ମନାଉଛନ୍ତି । ହେଲେ ଏପଟେ ଜଣେ ଦଶମ ଶ୍ରେଣୀର ଛାତ୍ର ନିଜେ ମେଟ୍ରିକ ଫଳାଫଳ ଦେଖି ସହି ନପାରି ହଟାତ ନିଜର ଜୀବନ ହାରିଦେଇଛି । ଛାତ୍ର ଜଣଙ୍କର ନାମ ହେଉଛି ପ୍ରଜ୍ଞାନ । ପ୍ରଜ୍ଞାନଙ୍କର 300 ମାର୍କ ଥିବାରୁ ସେ ତାହାକୁ ସହି ନପାରି ନିଜ ଘରେ ନିଜ ଜୀବନ ହାରିଦେଇଛନ୍ତି ।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ ଜଗନ୍ନାଥ ସହିରେ ଏଭଳି ଏକ ଦୁଃଖନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଜ୍ଞାନଙ୍କ ବାପା ବ୍ରଜକିଶୋର ଯାହାଙ୍କ ଘର ଶଙ୍ଖଚିଲା ହୋଇଥିବା ବେଳେ ତାଙ୍କ ପରିବାର କିନ୍ତୁ ଦୀର୍ଘ 10 ବର୍ଷ ଧରି ସୁକିନ୍ଦା ଅଞ୍ଚଳରେ ଏକ ଭଡା ଘର ନେଇ ବସବାସ କରୁଥିଲେ । ବ୍ରଜରାଜ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ କଳିଙ୍ଗ ସ୍ଥିତ ଟାଟା ପ୍ଳାଣ୍ଟରେ କାମ କରୁଥିଲେ । ସେଥିରୁ ଯାହା ରୋଜଗାର ହୁଏ ।

ସେଥିରେ ପ୍ରଜ୍ଞାନଙ୍କ ବାପା ପୁରା ପରିବାରକୁ ଚଳାଇବା ସହ ନିଜ ପୁଅର ପାଠ ପଢା ପାଇଁ ମଧ୍ୟ ବହୁତ କିଛି ସ୍ଵପ୍ନ ଦେଖିଥିଲେ । ହେଲେ ବାପା, ମାଆଙ୍କର ସବୁ ସ୍ଵପ୍ନ ଆଜି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । କାରଣ ଯାହା ପାଇଁ ବାପା ମାଆ ଏତେ ସ୍ଵପ୍ନ ଦେଖିଥିଲେ । ସେହି ପୁଅ ଆଉ ଏହି ଦୁନିଆରେ ନାହିଁ । ଦଶମ ପରୀକ୍ଷାରେ 300 ମାର୍କ ରଖିଥିବାରୁ ପ୍ରଜ୍ଞାନ ନିଜ ଜୀବନ ହାରିଦେଇଛି । ଯେଉଁଥି ପାଇଁ ପ୍ରଜ୍ଞାନଙ୍କ ସାଙ୍ଗସାଥି ଓ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *