2024 ନିର୍ବାଚନରେ ଓଡିଶାରୁ କେତେ ସିଟ ହାତେଇବ BJP । Odisha Election

ଓଡିଶାରୁ କେତେ ସିଟ ପାଇବ ବିଜେପି ! ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ନିର୍ବାଚନୀ ପର୍ବ ଯାହା ସାରା ଦେଶବ୍ୟାପୀ ଜାରୀ ରହିଥିଲା । ତେବେ ନିର୍ବାଚନର 6 ଟି ପର୍ଯ୍ୟାୟ ସରିଯାଇଛି । ନିର୍ବାଚନର ଆଉ ଗୋଟିଏ ମାତ୍ର ପର୍ଯ୍ୟାୟ ବାକି ରହିଛି । ହେଲେ ଏଥର ନିର୍ବାଚନରେ ଭାରତୀୟ ଜନତା ପାର୍ଟି କାହିଁକି ଏତେ ଓଡିଶାକୁ ଫୋକୋଷ କରୁଛି । ବାରମ୍ବାର ବିଜେପିର ହେଭିୱେଟ ନେତା ମାନେ ଓଡିଶା ଗସ୍ତରେ ଆସିବାର କାରଣ କଣ ରହିଛି ?

ଓଡିଶାରୁ ଏଥର 2024 ନିର୍ବାଚନରେ ଭାରତୀୟ ଜନତା ପାର୍ଟି କେତେ ସିଟ ହାତେଇବାକୁ ଯାଉଛି । ଗତଥର ନିର୍ବାଚନରେ ବିଜେପି ଯେତିକି ଆସନ ହାତେଇଥିଲା । ଏଥିସହ ଯେଉଁ ସବୁ ଆସନ ପାଇଁ ବିଜେପିକୁ କଡା ଟକ୍କର ବିରୋଦ୍ଧି ଦଳ ସହ କରିବାକୁ ପଡିଥିଲା । ତେବେ ସେହି ସବୁ ସ୍ଥାନରେ ଏଥର ଭାରତୀୟ ଜନତା ପାର୍ଟି ଖୁବ ଭଲ କରିବ ବୋଲି ଆଶାବାଦୀ ରହିଛି । କାରଣ ଯେଉଁ ସବୁ ସ୍ଥାନରେ ବିଜେପି ଭଲ ପଦର୍ଶନ କରିପାରିନଥିଲା ।

ଏଥିସହ ଯେଉଁ ସବୁ ତ୍ରୁଟି ପାଇଁ ଗତଥର ନିର୍ବାଚନରେ ବିଜେପି ଯେଉଁ ସବୁ ସିଟ ହାତେଇ ପାରିନଥିଲା । ଏଥର ସେହି ସବୁକୁ ସମାଧାନ କରି ଭଲ ପଦର୍ଶନ କରିବା ପାଇଁ ଖୁବ ଆଶାବାଦୀ ରହିଅଛି ବିଜେପି । ଏଥର ବିଜେପିର ଫୋକୋଷରେ ବିଶେଷ କରି ପୂର୍ବ ଓ ଦକ୍ଷିଣ ଭାରତ ରହିଛି । ତେବେ 2024 ନିର୍ବାଚନରେ ବିଜେପି ପାର୍ଟିର ସବୁଠାରୁ ବଡ ସ୍ଲୋଗାନ ରଖିଛି ଅବକି ବାର 400 ପାର । ଭାରତୀୟ ଜନତା ପାର୍ଟି ଲୋକସଭା ସିଟକୁ ଟାର୍ଗେଟ ରଖିଛି ।

ଯେଉଁଥିରେ ସେ ଭଲ କରିବ ବୋଲି ମଧ୍ୟ ଅନେକ ତୁଙ୍ଗ ନେତା ମାନେ ଦୃଢୋକ୍ତିର ସହ ମତ ରଖୁଛନ୍ତି । ଦକ୍ଷିଣ ଓଡିଶାର କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏହି ସବୁ ସ୍ଥାନକୁ ଲଗାତର ଭାବେ ମଧ୍ୟ କେନ୍ଦ୍ରୀୟ ନେତା ମାନଙ୍କର ଗସ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା , ଗୃହମନ୍ତ୍ରୀ ଅମିତ ଶାହ ଏଭଳି ଅନେକ ନେତା ପ୍ରଚାର କାର୍ଯ୍ୟରେ ଲାଗି ପଡିଥିଲେ ।

2014 ନିର୍ବାଚନ ତୁଳନାରେ ପରେ 2019 ରେ ମତଦାନ ପ୍ରତିଶତ ବିଜେପିର ବଢିଥିଲା । ସେଥିପାଇଁ 2019 ତୁଳନାରେ 2024 ରେ ମତଦାନ ବିଜେପିର ଭଲ ରହିବ ବୋଲି ଆକଳନ କରାଯାଉଛି । ଗୁରୁତ୍ଵପୂର୍ଣ୍ଣ ଖବର ର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *