VK Pandiyan ସାର୍ ମୋ ଅଟୋରେ ବସିଲେ ଆଉ ଭଡା ବି ଦେଲେ, ଏହାଠୁ ବଡ଼ କଥା ଆଉ କ’ଣ ଥାଇପାରେ..

ମୋ ଅଟୋରେ ଗଲେ 500 ଟଙ୍କା ଦେଲେ । ହଁ ଆଜ୍ଞା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରରିୟା ଆରମ୍ଭ ହୋଇସାରିଛି । ଗଣତନ୍ତ୍ରର ଏହି ବଡ ପର୍ବରେ ସମସ୍ତେ ନିଜ ନିଜର ଭୋଟ ଦେଇଛନ୍ତି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା, ମନ୍ତ୍ରୀ ମାନେ ସବୁ ବୁଥକୁ ଯାଇ ଭୋଟ ଦେଇଛନ୍ତି । ତେବେ ଏହାରି ଭିତରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ଏକ ଅଟୋରେ ବସି ବୁଥକୁ ଭୋଟ ଦେବାକୁ ଯିବାର ଦୃଶ୍ୟ ବର୍ତ୍ତମାନ ବହୁ ମାତ୍ରାରେ ଭାଇରାଲ ହେଉଛି ।

ତେବେ କାର୍ତ୍ତିକ ପାଣ୍ଡିୟାନ ବସିଥିବା ଅଟୋର ଚାଳକ ମଧ୍ୟ ଏ ନେଇ ବେଶ ଖୁସି ଅଛନ୍ତି ବୋଲି ମତ ରଖିଛନ୍ତି । ତେବେ ତାଙ୍କ ଅଟୋରେ କାର୍ତ୍ତିକ ପାଣ୍ଡିୟାନ ବସିବା ନେଇ ସେ କଣ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା । ତେବେ ଅଟୋ ଚାଳକଙ୍କ କହିବା ଅନୁଯାଇ ମୋତେ ଗତ କାଲି ଠାରୁ ଆମ ଅଟୋ ଆସୋସିଏସନର ସେକ୍ରେଟ୍ରି ସେ ମୋତେ କହିଥିଲେ । ଯେ ତୁମ ଅଟୋରେ କାଲି କାର୍ତ୍ତିକ ପାଣ୍ଡିୟାନ ସାର ଯିବାର ଅଛି । ଏ କଥା ଶୁଣିକି ମୋତେ ଜମାରୁ ମଧ୍ୟ ବିଶ୍ବାସ ହୋଇନଥିଲା ।

କାରଣ ଭୁବନେଶ୍ବରରେ ତ ଏତେ ଭୋଟ ଅଛି । ତେଣୁ ସେ ମୋ ଅଟୋରେ ବସିକି ଯିବେ । ତାହା ମୋତେ କାଲି ଜମା ରୁ ବି ବିଶ୍ବାସ ହୋଇନଥିଲା । ତାପରେ ସକାଳୁ ଭୋଟ ଦେବା ପାଇଁ ଯିବା ବେଳେ ପାଣ୍ଡିୟାନ ସାର ମୋ ଅଟୋରେ ଆସି ବସିଥିଲେ । ଅଟୋରେ ବସିକି ଯିବା ବେଳେ ମୋ ନାଁ ଆଉ ମୁଁ କେଉଁ ଅଟୋ ଆସୋସିଏସନର ବୋଲି ପଚାରିଥିଲେ । ମୁଁ ତାଙ୍କୁ ମଧ୍ୟ ସବୁ କହିଥିଲି । ତାପରେ ସେ ଅଟୋରୁ ଓହ୍ଲାଇ ମୋତେ 500 ଟଙ୍କା ଯାଚିଥିଲେ ।

ମୁଁ ପଇସା ନେବାକୁ ଜମାରୁ ରାଜି ନଥିଲି । କାରଣ ବିଜେଡିର ଜଣେ ଏତେ ବଡ ନେତା ମୋ ଅଟୋରେ ବସିକି ଯାଉଛନ୍ତି ସେଇଟା ମୋ ପାଇଁ ବହୁତ ବଡ କଥା ଥିଲା । ହେଲେ ସେ ମୋତେ ବାଧ୍ୟ କରି ମୋ ପକେଟରେ ଟଙ୍କା ରଖିବାକୁ କହିବାରୁ ମୁଁ ତାଙ୍କ ଠାରୁ ପଇସା ରଖିଥିଲି । ଭିକେ ପଣ୍ଡିୟାନ ସାର ମୋ ଅଟୋରେ ବସିଥିବାରୁ ମୋତେ ବହୁତ ଖୁସି ଲାଗୁଛି ବୋଲି ଅଟୋ ଚାଳକ ଜଣଙ୍କ ନିଜର ମତ ରଖିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *