ବଡଚଣା ବିଧାନସଭା ଆସନରୁ Varsha ଙ୍କୁ ବିଜେଡି ପ୍ରାର୍ଥୀ କରିବା ପଛରେ ରହିଛି ଏସବୁ କାରଣ…Varsha Priyadarshini

କାହିଁକି ବଡଚଣାରୁ ପ୍ରାର୍ଥୀ ହେଲେ ବର୍ଷା ! ହଁ ଆଜ୍ଞା ନିକଟରେ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବିଜେଡି ଦଳ ଘୋଷଣା କରିଛି । ଏହି ପର୍ଯ୍ୟାୟରେ ଦଳ 9 ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଏହାରି ମଧ୍ୟରେ ଅଭିନେତ୍ରୀ ବର୍ଷାଙ୍କୁ ଦଳ ଯାଜପୁର ଜିଲ୍ଲା ବଡଚଣାରୁ ବିଧାୟିକା ପ୍ରାର୍ଥୀ ଭାବେ ଟିକେଟ ଦେଇଛି । କାରଣ ବଡଚଣାରୁ ବିଧାୟକ ଥିବା ଅମର ଶତପଥିଙ୍କ ଭଳି ବରିଷ୍ଠ ବିଜେଡି ନେତାଙ୍କ ଭଳି ଆହୁରି ମଧ୍ୟ ଅନେକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଦଳ କିନ୍ତୁ ଏଥର ବର୍ଷାଙ୍କ ଉପରେ ଭରଷା କରି ଟିକେଟ ଦେଇଛି ।

ରାଜନୀତିରେ ନବାଗତା ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ସଙ୍ଗେ ସଙ୍ଗେ ବିଧାୟିକା ଟିକେଟ ଦେଇଦେବାରୁ ରାଜନୀତି ମହୋଲରେ ଏହାକୁ ନେଇ ଖୁବ ଚର୍ଚା ଲାଗି ରହିଛି । ତେବେ ନୂଆ କରି ରାଜନୀତିରେ ପାଦ ଥାପିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ବଡଚଣାରୁ ଟିକେଟ ଦେବା ପଛରେ କିଛି ଏଭଳି ପ୍ରମୁଖ କାରଣମାନ ରହିଅଛି । ଚାଲନ୍ତୁ ସେହି ସବୁ କାରଣ ଗୁଡିକ ଉପାରେ ନଜର ପକାଇବା । ବଡଚଣାର ବର୍ତ୍ତମାନର ବିଧାୟକ ଅମର ଶତପଥୀ 2019 ରେ ମାତ୍ର 1, 485 ଭୋଟ ବ୍ଯବଧାନରେ ବିଜୟୀ ହୋଇଥିଲେ ।

ତେବେ ଏହି କାରଣ ଯୋଗୁ ଦଳ ଏଥର ଏହି ସ୍ଥାନରୁ ଏକ ନୂଆ ଚେହେରାକୁ ପ୍ରାର୍ଥୀ କରି ବିପୁଳ ମାତ୍ରାର ଭୋଟ ଦ୍ଵାରା ବିଜୟୀ ହେବାର ଆଶା ରଖିଛି । ଜନ୍ମେଜୟ ଲେଙ୍କା ଓ କ୍ଯାପଟେନ ରାଜ ନାରାୟଣ ମହାପାତ୍ର ମଧ୍ୟ ବିଜେଡି ଦଳର ହୋଇଥିବା ବେଳେ ଏଥର ବଡଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଦୃଢ ଦାବୀଦାର ଥିଲେ । 2019 ରେ ବଡଚଣାରୁ ବିଜେପି ପ୍ରାର୍ଥୀ ଅମର ନାୟକ ବିଜେଡି ପ୍ରାର୍ଥୀ ଅମର ଶତପଥିଙ୍କ ଠାରୁ ହାରିଥିଲେ ବି ଭୋଟ ବ୍ଯବଧାନ 1, 500 ରୁ ବି କମ୍ ଥିଲା ।

ବଡଚଣାର ଏହି ବିଜେପି ନେତା ବିଜେଡିର ବଡଚଣା ବିଜୟୀ ହେବା ପଛରେ ମଧ୍ୟ ବଡ ପ୍ରତିବନ୍ଧକ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ବଡଚଣା ପାଇଁ 3 ଜଣ ଆଶାୟୀ ପ୍ରାର୍ଥୀ ଥିବା ନେଇ ଦଳ ବହୁତ ଦ୍ଵନ୍ଦରେ ରହିଥିଲା । ତେଣୁ ବଡଚଣାରୁ ଏକ ବୁଝାମଣା ଭିତ୍ତିରେ ଦଳ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇ ସେଠାରୁ ବିଜୟୀ ହେବାର ଆଶା ରଖିଛି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *