ସମ୍ବଲପୁର ଲୋକସଭା ଆସନରୁ କିଏ ଜିତିବ ? କହିଦେଲେ ବରିଷ୍ଠ ସାମ୍ବାଦିକ…Prasann Mishra

ସମ୍ବଲପୁରରୁ କିଏ ଜିତିବ କହିଦେଲେ ପ୍ରସନ୍ନ ମିଶ୍ର ! ତେବେ ଆଗକୁ ଆସିଥିବା ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ନିର୍ବାଚନ ପର୍ବ ପାଇଁ ରାଜ୍ୟ ରାଜନୀତିରେ ଖୁବ ଚର୍ଚା ଜୋର ଧରିଛି । ତେବେ ଏହାରି ମଧ୍ୟରେ ପଶ୍ଚିମ ଓଡିଶାରୁ କିଏ ଜିତିବ ତାହାକୁ ନେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମିଶ୍ର । ତେବେ ତାଙ୍କ କହିବା ଆଧାର ପଶ୍ଚିମ ଓଡିଶାରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଏହା ହେଉଛି ରାଜନୈତିକ ଦଳର ଏକ ରଣନୀତି । କାରଣ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜନୈତିକ ଦଳର ନେତୃତ୍ଵ ନେଉଛନ୍ତି ।

ଗତଥର ମଧ୍ୟ ସେ ପଶ୍ଚିମ ଓଡିଶାରୁ ଛିଡା ହୋଇଥିଲେ । ଗତ ଥର କିନ୍ତୁ ବିଜେପିକୁ ସେଠାରୁ ଫାଇଦା ମିଳିଥିଲା । 2019 ନିର୍ବାଚନରେ ସର୍ବାଧିକ ସାଂସଦ ଆସନ ପଶ୍ଚିମ ଓଡିଶାରୁ ବିଜେପି ସପକ୍ଷକୁ ଯାଇଥିଲା । ତାହାକୁ କଡା ଟକ୍କର ଦେବା ପାଇଁ ଏଥର ବିଜେଡିରୁ ମୁଖ୍ୟମନ୍ତ୍ରୀ ନିଜେ ପଶ୍ଚିମ ଓଡିଶାରୁ ଛିଡା ହେଉଛନ୍ତି । ସାଂସଦ ସହ ବିଧାୟକ ଭୋଟ ମଧ୍ୟ କାଳେ ବିଜେପି ସପକ୍ଷକୁ ଚାଲିଯିବା ନେଇ ବିଜେଡି ଦଳ ଆଶଙ୍କା କରୁଛନ୍ତି ।

ତେଣୁ ଏଭଳି ଏକ ଆଶଙ୍କାକୁ ରୋକିବା ପାଇଁ ବିଜେଡି ଏକ ନୂଆ ପ୍ରକାର ରଣନୀତି ଏଥର କରିବା ଏପାଇଁ ଚେଷ୍ଟା କରୁଛି । ସମ୍ବଲପୁରରୁ ବିଜେପିର ହେଭିୱେଟ ନେତା ତଥା ଧର୍ମେନ୍ଦ୍ର ପ୍ରଧାନ ଲଢୁଛନ୍ତି । ତାଙ୍କୁ କଡା ଟକ୍କର ଦେବା ବିଜେଡିର ଆବଶ୍ୟକତା ରହିଛି । ସେଥିପାଇଁ ବିଜେଡି ପ୍ରଣବ ପ୍ରକାଶ ଦାଶଙ୍କୁ ସମ୍ବଲପୁରରୁ ଛିଡା କରିଛି । ବିଜେଡି ଦଳ ନିର୍ବାଚନକୁ ଗୁରୁତ୍ଵର ସହ ଲଢୁଛି ବୋଲି ଏହି ସବୁ କଥାରୁ ଜଣା ପଡୁଛି ।

ଯଦି ସମ୍ବଲପୁରରୁ କିଏ ବାଜି ଜିତିବ ତାହା ବର୍ତ୍ତମାନ ସମୟରେ ସ୍ପଷ୍ଠ ଭାବେ କହି ହେବ ନାହିଁ । ହେଲେ ଉଭୟ ବିଜେଡି ଓ ବିଜେପି ଦଳର ଜିତିବା ପଛରେ ଅନେକ ସବୁ କାରଣ ରହିଛି । ସମ୍ବଲପୁରର ସମଲେଇ ମନ୍ଦିରର ପ୍ରସଙ୍ଗକୁ ବିଜେଡି ହାଇଲାଇଟରେ ଥିବା ବେଳେ ମୋଦୀଙ୍କର ବିକାଶ ଧାରା ପ୍ରସଙ୍ଗକୁ ନେଇ ବିଜେପିର ମଧ୍ୟ ସମ୍ବଲପୁରରେ ଜିତିବାର ସମ୍ଭାବନା ରହିଛି । ତେବେ ଆଗକୁ ନିର୍ବାଚନ ସମୟ ପାଖେଇ ଆସୁଛି । ତେଣୁ ନିର୍ବାଚନ ପାଇଁ ସବୁ ଦଳ ନିଜର ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *