Arindam କହିଲେ Varsha ବିଜେଡ଼ିରେ ମିଶିବା ପରେ Anubhav ଏବେ କରିବେ କଣ…?

ବର୍ଷାଙ୍କ ବିଜେଡି ମିଶିବାକୁ ନେଇ କଣ କହିଲେ ଅରିନ୍ଦମ ରଏ ! ହଁ ଆଜ୍ଞା ନିକଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡି ଦଳରେ ଯୋଗ ଦେଇଛନ୍ତି । ତେବେ ବର୍ଷାଙ୍କର ବିଜେଡିରେ ମିଶିବା ପରେ ଅଭିନେତା ଅରିନ୍ଦମ ରଏ ମିଡିଆରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ଅରିନ୍ଦମଙ୍କ କହିବା ଆଧାରରେ ଯଦି ବର୍ଷା ପ୍ରିୟଦର୍ଶିନୀ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଏହା ବହୁତ ଭଲ କଥା । ଦଳ ତାଙ୍କୁ ଯାହା ବି ଦାୟିତ୍ଵ ଦେବ। ସେ ସେହି କାମ କରିବେ ।

ସେଥିରେ ମୋର କିଛି ମତାମତ ଦେବାର ନାହିଁ । ଆମେ ବିଜେପିରେ ଦଳରେ ଅଛୁ । ଆମେ ଆମ ଦଳ ପାଇଁ କାମ କରୁଛୁ । ତେଣିକି ଯିଏ ଯେଉଁ ଦଳରେ ରହୁ । ସେହି ଦଳରେ ରହି କାମ କରିଲେ ହେଲା । ତେବେ ଅରିନ୍ଦମଙ୍କ ଟିକେଟ ପାଇବା କଥାକୁ ନେଇ ସେ ଏଭଳି କିଛି ପ୍ରତିକ୍ରିୟା ଗଣ ମାଧ୍ୟମରେ ରଖିଛନ୍ତି । ଯେ ମୋ ଟିକେଟ ପାଇବା ନପାଇବା କୁ ନେଇ ବହୁତ ଚର୍ଚା ହେଉଛି । ତେଣୁ ଜନତା ବୋଧ ହୁଏ ଚାହୁଁଛନ୍ତି ।

ଦଳ ତରଫରୁ ମୋତେ ଟିକେଟ ମିଳୁ । ତେବେ ଦଳରେ ରହି ଜନତାଙ୍କ ସେବା କରିବା ମୋର କାର୍ଯ୍ୟ । ଯଦି ଦଳ ଟିକେଟ ଦେବ ତେବେ ସେଇଟା ଆହୁରି ଭଲ କଥା । କାରଣ ଟିକେଟ ପାଇ ବିଧାନସଭାରେ ରହି ଲୋକଙ୍କ ପାଇଁ ସ୍ଵର ଉତ୍ତୋଳନ କରିବା । ଲୋକଙ୍କ ଉନ୍ନତି ପାଇଁ କାମ କରିବା ସେଇଟା ଭଲ କଥା । ନଚେତ ମୁଁ ଯେଉଁଠାରେ ବି ରୁହେ । ମୋତେ ଟିକେଟ ମିଳୁ କି ନମିଳୁ ।

ହେଲେ ଲୋକଙ୍କର ସେବା କରିବା ଲୋକଙ୍କ ପାଇଁ କାମ କରିବା ମୁଁ କେବେବି ବନ୍ଦ କରିବି ନାହିଁ । ମୁଁ ଦୀର୍ଘ 15 ବର୍ଷ ଧରି ଦଳରେ ରହି ବିଜେଡି ଦଳ ପାଇଁ କାମ କରିଥିଲି । ହେଲେ ସେଠାରେ ମୋ ପରିଶ୍ରମର ମୂଲ୍ୟ କେହି ବୁଝି ପାରିଲେ ନାହିଁ । ଏବେ ମୁଁ ନୂଆ କରି ବିଜେପିରେ ସାମିଲ ହୋଇଛି । ତେଣୁ ଦଳ ମୋତେ ଯାହା ବି ଦାୟିତ୍ଵ ଦେବ ତାହା ମୁଁ କରିବାକୁ ପ୍ରସ୍ତୁତ ଅଛି । ତେବେ ଏଭଳି କିଛି ପ୍ରତିକ୍ରିୟା ମିଡିଆରେ ଅରିନ୍ଦମ ରଏ ରଖିଛନ୍ତି । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *