ଆଉ ହେବନି ଗରମ , ମାଡି ଆସୁଛି ବର୍ଷା, ଏହି ଦିନ କାଚିବ ପ୍ରବଳରୁ ଅତି ପ୍ରବଳ ବର୍ଷା !

ମାଡି ଆସୁଛି ବର୍ଷା ପ୍ରବଳ କାଚିବ… ଗତ କିଛି ଦିନ ଧରି ପ୍ରବଳରୁ ଅତି ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭବ ହେଉଛି । ଲୋକମାନେ ଖରାର ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି । ସକାଳ ହେଉ ହେଉ ଖରା ଏମିତି ମାଡି ଆସୁଛି । ଯେ ସାଧାରଣ ଲୋକଙ୍କର ଘରୁ ଗୋଡ କାଢିବା ଅସମ୍ଭବ ହେଉଛି । ତେବେ ଏଥର ଅସହ୍ୟ ଖରା ତାତୀରୁ ମିଳିବ ତ୍ରାହୀ । ମାଡି ଆସୁଛି ବର୍ଷା । ଏଥର ପ୍ରବଳ କାଚିବ । ତେବେ ଏହି ଦିନ ଠାରୁ ପ୍ରବଳରୁ ଅତି ପ୍ରବଳ ପବନ ସହ ବର୍ଷା ହେବାକୁ ଯାଉଛି ।

ଲଗାତର ଦୁଇ ଦିନ ଧରି ବର୍ଷା ହେବାକୁ ପୂର୍ବାନୁମାନ କରାଯାଇଛି । ରାଜ୍ୟ ସାରା ପ୍ରଚଣ୍ଡ ଖରା ତାତୀରେ ଲୋକମାନେ ବହୁତ ହନ୍ତସନ୍ତ ହେଉଛନ୍ତି । ସକାଳ 8 ଟା ପରେ ଘରୁ ବାହାରିବା ପୁରା ମୁସ୍କିଲ ହୋଇ ପଡୁଛି । ଏହି ସମୟରେ ଆଶ୍ଵସ୍ତି କଲା ଭଳି ଖବର ପାଣିପାଗ ବିଭାଗ ତରଫରୁ ମିଳିଛି । ତେବେ ପାଣିପାଗର ପୂର୍ବାନୁମାନ ଅନୁସାରେ 21, 22 ତାରିଖ ଆଡକୁ ଖରାର ପ୍ରକୋପ ଟିକେ କମିବାକୁ ଯାଉଛି । ଲୋକମାନେ ସାମାନ୍ୟ ଖରାରୁ ଆଶ୍ବସ୍ଥି ପାଇବେ ।

ତେବେ ଏଥିସହ ଏଭଳି କିଛି ଖବର ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । 20 ତାରିଖ ବେଳକୁ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବିଜୁଳୀ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 21 ଓ 22 ତାରିଖ ବେଳକୁ ଉପକୂଳ ଉତ୍ତର ଓଡିଶାରେ କାଳବୈଶାଖୀ ସହ ବର୍ଷା ହେବାର ଅନୁମାନ ପାଣିପାଗ ବିଭାଗ ପକ୍ଷରୁ କରାଯାଇଅଛି ।

ଯାହା ଫଳରେ ତାପମାତ୍ରାରେ 2 ରୁ 3 ଡିଗ୍ରୀ ହ୍ରାସ ପାଇବା ବୋଲି କୁହାଯାଉଅଛି । ତେବେ ବାୟୁମଣ୍ଡଳର ଉପରି ଭାଗରେ ନିନ୍ମଚାପ ରେଖା ସୃଷ୍ଟି ହୋଇଛି । ଯାହା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଖରା ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ହେଲେ ଏହି 21, 22 ରେ ହେବାକୁ ଥିବା ବର୍ଷା ଏଥିରୁ ସାମାନ୍ୟ ଆଶ୍ବସ୍ଥି ଦେବ ବୋଲି ଅନୁମାନ କରାଯାଉଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *