ରାଣୀ ପଣ୍ଡାଙ୍କ ଆଖିରେ ଲୁହ ତରଳିଯିବ କି ବିକ୍ରମର ହୃଦୟ ! ହଁ ଆଜ୍ଞା ଗତ କିଛି ଦିନ ଧରି ରାଣୀ ପଣ୍ଡାଙ୍କ ପ୍ରେମ କାହାଣୀ ଚର୍ଚାର ଘେରକୁ ଆସିଛି । ତେବେ ପ୍ରେମରେ ରାଣୀଙ୍କ ହୃଦୟ ଭାଙ୍ଗିବା ପରେ ଗଣ ମାଧ୍ୟମ ସାମ୍ନାରେ ରାଣୀ ନିଜର ପ୍ରେମିକ ବିକ୍ରମକୁ ନେଇ କିଛି ଏପରି ଖୁଲାସା କରିଛନ୍ତି । ତେବେ ନିଜର ପ୍ରେମିକର ନାମ କହିବା ସହ ପ୍ରେମିକଙ୍କ ସହ ରାଣୀଙ୍କର କେତେ ଘନିଷ୍ଠ ସମ୍ପର୍କ ଥିଲା । ସେ ସବୁ ବିଷୟରେ ରାଣୀ ମିଡିଆ ସମସ୍ତଙ୍କ ସହ ଶେୟାର କରିଥିଲେ ।
ତେବେ ପୁଣି ଥରେ ମିଡିଆରେ ରାଣୀଙ୍କର କିଛି ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାଣୀ ନିଜର ଭଙ୍ଗା ହୃଦୟର ଦୁଃଖଭରା କାହାଣୀ ବିକ୍ରମ ଉଦ୍ଧେଶ୍ୟରେ କହିଛନ୍ତି । ତେବେ ଯେଉଁଥିରେ ରାଣୀ କାନ୍ଦି କାନ୍ଦି କହିଛନ୍ତି । ବିକ୍ରମ ମୁଁ ତୁମର କେଉଁ ଭୁଲ କରିଥିଲି । ଯେଉଁ କାରଣରୁ ତୁମେ ମୋତେ ଅଧା ରାସ୍ତାରୁ ମୋ ହାତ ଛାଡିଦେଲ । ଭଗବାନଙ୍କ ଫୋଟ ଧରି କହିଛନ୍ତି । ମୁଁ ଭଗବାନଙ୍କ ଫୋଟ ଧରି କହୁଛି । କେବେବି ମିଛ କହିବିନି ।
ବିକ୍ରମକୁ ମୁଁ ହୃଦୟରୁ ଭଲ ପାଉଥିଲି । ନିଜ ହୃଦୟରୁ ବିକ୍ରମକୁ ମୁଁ ମୋ ନିଜ ଠାରୁ ଢେର ଅଧିକା ଭଲ ପାଉଥିଲି । ହେଲେ ବିକ୍ରମ ମୋ ସହ ପ୍ରତାରଣା କରି ମୋତେ ଛାଡି ଅନ୍ୟ ଆଡେ ବାହା ହେବ ପାଇଁ ବାହାରିଛି । ବିକ୍ରମ ମୋ ସହ ଏମିତି କରିବ ମୁଁ କେବେବି ସ୍ଵପ୍ନରେ ସୁଦ୍ଧା ଭାବିନଥିଲି । ମୋତେ ଛାଡି ବିକ୍ରମ ତୁ ଅନ୍ୟ ଆଡେ ବିବାହ କରୁଛୁ । ମୋ ଆଖିର ଲୁହ ତୋ ଉପରେ ପଡିବ । ତୁ ତ ଜୀବନରେ କେବେବି ଶାନ୍ତିରେ ରହି ପାରିବୁ ନାହିଁ ।
କାରଣ ମୋ ଭଳି ଝିଅ ଯିଏ ତୋତେ ଏତେ ଭଲ ପାଉଥିଲା । ତା’ ହାତ ତୁ ପ୍ରତାରଣା କରି ଛାଡିଛୁ । ମୋ ଜୀବନ ସହ ଖେଳି ମୋତେ ତୁ ବର୍ବାଦ କରି ଦେଇ ଚାଲିଗଲୁ । ବିକ୍ରମ ଭଗବାନ ତୋତେ କେବେବି ଖୁସିରେ ରଖିବେ ନାହିଁ । ତେବେ ରାଣୀ ନିଜ ହୃଦୟର କଥା ଭାବ ବିହ୍ଵଳ ହୋଇ କାନ୍ଦି କାନ୍ଦି କହିଛନ୍ତି । ଖବରର ଅପଡେଟ ପାଇବା ଲାଗି ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।