ବାପାଙ୍କୁ ଲୋକହସା କରିବିନି… ସେ Manmath ଙ୍କ ସହ ରୁହନ୍ତୁ! Siddharth rout ray

ଏକା ଲଢିବି କିନ୍ତୁ ମୋ ବାପାଙ୍କୁ ଲୋକହସା କରିବି ନାହିଁ । ଆଗାମୀ ନିର୍ବାଚନ ପାଇଁ ରଜୁ ରାଜନୀତିରେ ଖୁବ ଚର୍ଚା ଲାଗି ରହିଛି । ଗାଁ ଠାରୁ ନେଇ ସହର ସବୁଆଡେ ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ନିର୍ବାଚନ ପର୍ବକୁ ନେଇ ଚହଳ ସୃଷ୍ଟି ହୋଇଛି । ତେବେ ଏହାରି ମଧ୍ୟରେ ମିଡିଆରେ ବରିଷ୍ଠ ନେତା ସୁର ରାଉତ ରାୟଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତ ରାୟ କିଛି ଏମିପରି କଥା କହିଛନ୍ତି । ତେବେ ସିଦ୍ଧାର୍ଥ କହିଛନ୍ତି । ଯେ ମୁଁ ଯେଉଁ ଦଳରେ ଅଛି । ସେହି ଦଳରେ ରହି ଲୋକଙ୍କ ପାଇଁ ସବୁବେଳେ ଭଲ କାମ କରିବାକୁ ଚେଷ୍ଟା କରିବି ।

ସାଇକେଲ ଧରି ଘର ଘର ବୁଲି ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କର ସୁଖ ଓ ଦୁଃଖର ସାଥି ହେବି । ନିର୍ବାଚନରେ ଜିତିବି କି ନାହିଁ ସେଇଟା ତ ସମୟ କହିବ । ହେଲେ କେବେବି ଦଳ ପରିବର୍ତ୍ତନ କରିବି ନାଆହିଁ । ମୁଁ କହୁଛି । ଯେଉଁ ମାନେ ସବୁ ଦଳ ପରିବର୍ତ୍ତନ କରୁଛନ୍ତି । ସେଭଳି ଲୋକଙ୍କୁ ଭୋଟ ଦେବା ଅପେକ୍ଷା ସ୍ଵାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିବା ଲୋକଙ୍କୁ ଭୋଟ ଦେବା ଉଚିତ । ତେଣୁ ଦଳ ପରିବର୍ତ୍ତନ କରିବାର ମୋର କେବେବି ଉଦ୍ଧେଶ୍ୟ ନାହିଁ ।

ଲୋକ ଧୀରେ ଧୀରେ ମଧ୍ୟ ବୁଝିବାକୁ ଲାଗିଲେଣି । କାହାକୁ ଭୋଟ ଦେଲେ ତାଙ୍କର ଠିକ ଭାବେ ଉନ୍ନତି ହେବ । ବର୍ଷ ବର୍ଷ ଧରି ଲୋକଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି କ୍ଷମତାରେ ଥିବା ଲୋକ ତାଙ୍କୁ ଭୁଆଁ ବୁଲାଉ ଥିଲେ । ହେଲେ ମୁଁ ସେମିତି ଲୋକଙ୍କ ସହ ହେବାକୁ ଦେବୀ ନାହିଁ । ଲୋକ ଯଦି ମୋ ଉପରେ ଭରଷା ରଖିବେ । ପ୍ରତ୍ଯେକ ଦିନ ମୁଁ ନିଜେ ଘର ଘର ବୁଲି ତାଙ୍କ ଭଲ ମନ୍ଦ କଥା ବୁଝିବି । ମୋ ଏରିଆରେ ମୁଁ କୌଣସି ପ୍ରକାର ଦୁର୍ନୀତି ହେବାକୁ ଦେଇପାରିବି ନାହିଁ ।

ଯଦି ବାପାଙ୍କ କଥା କହିବାକୁ ଜିବି । ବାପା ଗୋଟେ ପୁଅ ପାଇଁ ପ୍ରଚାର କରୁଛନ୍ତି କରନ୍ତୁ । ମୋ ପାଇଁ ପ୍ରଚାର କରିବାକୁ ଡାକିଲେ ଗୋଟେ ଲୋକଙ୍କୁ ମଝିରୁ ଭାଗ କରିଦେଲା ଭଳି କଥା ହୋଇଯିବ । ତେଣୁ ବାପାଙ୍କୁ ଲୋକହସା ହେବାକୁ ଦେବି ନାହିଁ । ମୁଁ ନିମାପଡାର ଲୋକଙ୍କ ଉନ୍ନତିକୁ ଦ୍ରୁଷ୍ଟିରେ ରଖି ଆଗକୁ କାର୍ଯ୍ୟ କରିବି । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *