ଶ୍ରୀମୟୀଙ୍କୁ ଦଳରୁ ମିଳିଲା ବଡ ଦାୟିତ୍ଵ ! ହଁ ଆଜ୍ଞା ବିଜେଡିର ଜଣେ ଆଗ ଧାଡିର ନେତ୍ରୀ ହେଉଛନ୍ତି ଶ୍ରୀମୟୀ ମିଶ୍ର । ଯାହାଙ୍କୁ ଗତ କିଛି ଦିନ ତଳେ ଦଳରେ ବେଶ ଗୁରୁତ୍ଵ ଦିଆଯାଉଥିଲା । ଦଳ ସହ ପ୍ରତ୍ଯେକଟି କାର୍ଯ୍ୟରେ ଶ୍ରୀମୟୀଙ୍କୁ ସାମିଲ କରାଯାଉଥିଲା । ଭୁବନେଶ୍ବରର ପ୍ରତ୍ଯେକଟି ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ଶ୍ରୀମୟୀଙ୍କୁ ବୁଲାଯାଉଥିଲା । କୁହାଯାଉଥିଲା । ଯେ ଅପରାଜିତାଙ୍କ ବିପକ୍ଷରେ ବିଜେଡିରୁ ଲୋକସଭା ପ୍ରାର୍ଥୀ ଭାବେ ଶ୍ରୀମୟୀଙ୍କୁ ଦଳ ପ୍ରାର୍ଥୀ କରି ଛିଡା କରିବାକୁ ଚାହୁଁଛି ।
ହେଲେ ଏଭଳି କିଛି କଥା କିଛି ଦିନ ଭିତରେ ବଦଳି ଯାଇଥିଲା । କାରଣ ଦଳରେ ନୂଆ କରି ସାମିଲ ହୋଇଥିବା ନବାଗତା ମନ୍ମଥ ରାଉତରାୟ ତଥା ବରିଷ୍ଠ ନେତା ସିଦ୍ଧାର୍ଥ ରାଉତରାୟଙ୍କର ସାନ ପୁଅ ଦଳରେ ମିଶୁ ମିଶୁ ତାଙ୍କୁ ଦଳରୁ ଲୋକସଭା ଟିକେଟ ମିଳିଗଲା । ଏହାପରେ ଦଳରେ ଆଉ ବିଶେଷ ଭାବେ ଶ୍ରୀମୟୀଙ୍କୁ ଦେଖିବାକୁ ମିଳିନଥିଲା । କି ଦଳରୁ ଶ୍ରୀମୟୀଙ୍କୁ ଆଉ କେଉଁଠାରେ ନିର୍ବାଚନ ଲଢିବାକୁ ଟିକେଟ ମଧ୍ୟ ମିଳିନଥିଲା ।
ଶ୍ରୀମୟୀ ଖୁବ ଶୀଘ୍ର ଦଳ ଛାଡିଦେବେ ବୋଲି ମଧ୍ୟ ଏଭଳି କିଛି ଅନୁମାନ କରାଯାଉଥିଲା । ହେଲେ ଏହାରି ଭିତରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳରୁ ଶ୍ରୀମୟୀଙ୍କୁ ଏକ ବଡ ଦାୟିତ୍ଵ ମିଳିଛି । ଦଳର ସୁପ୍ରିମୋ ଅର୍ଥାତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମୟୀଙ୍କୁ କିଛି ଏଭଳି ଦାୟିତ୍ଵ ଦେଇଛନ୍ତି । ଅନ୍ୟ କେଉଁ ପାର୍ଟି ପାଇଁ ନୁହେଁ । ବଂର ନିଜ ପାର୍ଟି ଅର୍ଥାତ ବିଜେଡି ପାଇଁ ଶ୍ରୀମୟୀ କରିବେ ପ୍ରଚାର । ଦଳରେ ରହି ଦଳର ମୁଖୁ ପ୍ରଚାରିକା ହୋଇ ସବୁ ଦାୟିତ୍ଵ ତୁଲାଇବେ ।
ଦଳରେ ଏକ ଷ୍ଟାର ପ୍ରଚାରକର କାମ କରିବାକୁ ଯାଉଛନ୍ତି ଶ୍ରୀମୟୀ । ତେବେ ଏହି ଷ୍ଟାର ପ୍ରଚାରକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଭିକେ ପାଣ୍ଡିୟାନ ଙ୍କ ଭଳି ବଡ ବଡ ନେତା ମାନେ ସାମିଲ ହୋଇଛନ୍ତି । ତେବେ ଶ୍ରୀମୟୀ ମିଶ୍ରଙ୍କ ହାତରେ ଦଳ ନିର୍ବାଚନ ପ୍ରଚାରର ଏକ ଗୁରୁ ଦାୟିତ୍ଵ ଦେଇଛନ୍ତି । ଯାହାକୁ ଶ୍ରୀମୟୀ ଭଲ ଭାବେ ତୁଲାଇପାରିବେ ବୋଲି ଦଳର ଶ୍ରୀମୟୀ ମିଶ୍ରଙ୍କ ଉପରେ ଖୁବ ଭରଷା ରହିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।