ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଆସନରୁ କାହିଁକି ବିଧାୟକ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ Naveen Pattanaik, ଜାଣନ୍ତୁ କାରଣ…

କାହିଁକି କଣ୍ଟାବାଞ୍ଜି ରୁ ଲଢିଲେ ନବୀନ ! ଖବର ମୁତାବକ ବିଜେଡି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପର୍ଯ୍ୟାୟରେ 9 ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ । ତେବେ ଦଳର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଏଥର ହିଂଜିଳି ସହ କଣ୍ଟାବାଞ୍ଜିକୁ ନିଜ ଦିତୀୟ ବିଧାନସଭା ଆସନ ରୂପେ ବାଛିଛନ୍ତି ବିଜେଡି ସଭାପତି ।

ତେବେ ଏଥର କଣ୍ଟାବାଞ୍ଜି ଆସନରୁ ଲଢିବା ପାଇଁ ନବୀନ ପଟ୍ଟନାୟକ କାହିଁକି ନିଷ୍ପତ୍ତି ନେଇଛନ୍ତି ? ତେବେ ଏହା ପଛରେ 7 ଗୋଟି ସମ୍ଭାବ୍ୟ କାରଣ ମଧ୍ୟ ରହିଅଛି ଚାଲନ୍ତୁ ସେହି କାରଣ ଗୁଡିକ ବିଷୟରେ ଏଠାରେ ଜାଣିବା । ପ୍ରଥମରେ ପଶ୍ଚିମ ଓଡିଶାରେ ଦଳର ସ୍ଥିତିକୁ ମଜଭୁତ କରିବା ପାଇଁ ମାନ୍ୟବର ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହୋଇପାରନ୍ତି । କାରଣ 2019 ରେ ବିଜେଡି କଣ୍ଟାବାଞ୍ଜି ଆସନରୁ ପରାସ୍ତ ହୋଇଥିଲା ।

ଦିତୀୟରେ ଗତ 3 ଟି ସାଧାରଣ ନିର୍ବାଚନରେ କଙ୍ଗ୍ରେଶ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଦୁଇଥର କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ତୃତୀୟରେ ବଲାଙ୍ଗିର ଜିଲ୍ଲାର 5 ଟି ବିଧାନସଭା ଆସନ ମଧ୍ୟରୁ 2019 ରେ କଂଗ୍ରେସ 2 ଟି ସିଟରେ ବିଜୟୀ ହୋଇଥିଲା । ପୁରା ବଲାଙ୍ଗିର ଜିଲ୍ଲାରେ ବିଜେଡିର ସ୍ଥିତି ମଜଭୁତ ନାହିଁ । 2019 ରେ ବଲାଙ୍ଗିର, ବରଗଡ ଓ କଳାହାଣ୍ଡି ଲୋକସଭା ଆସନ ବିଜେଡ ହାତରୁ ଖସିଥିଲା ।

ତେଣୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ଵ ନିକଟସ୍ଥ ଏହି 3 ଟି ସଂସଦୀୟ କ୍ଷେତ୍ରରେ ଡବଲ ଶଙ୍ଖ ପ୍ରଚାରକୁ ବଳ ଦେବା ଅସହ ବିପକ୍ଷ ଦଳକୁ ମୁକାବିଲା କରିବାକୁ ସହଜ ହେବ ଏହା ଦ୍ରୁଷ୍ଟିରେ ରଖି ଦଳର ସୁପ୍ରିମୋ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯେଉଁ ଅଞ୍ଚଳରେ ବିପକ୍ଷ ଦଳ ଅପେକ୍ଷାକୃତ ମଜବୁତ ସ୍ଥିତିରେ ରହିଛି । ସେଭଳି ଏକ ଆସନରୁ ପ୍ରାର୍ଥୀ ହୋଇ ନବୀନ ପଟ୍ଟନାୟକ ହୁଏତ ବିଜେଡି ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ।

ସମସ୍ତ ବୀପରୀତ ପରିସ୍ଥିତି ସତ୍ବେ ଲଢେଇ କରି ଦଳର ସ୍ଵାର୍ଥକୁ ଗୁରୁତ୍ଵ ଦେବା ଦରକାର । ତେବେ କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ପ୍ରାର୍ଥୀତ୍ଵ କରିବା ପରେ ପଶ୍ଚିମ ଓଡିଶାରେ ବିଜେଡି ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *