Virat Kohli ହେଉଛନ୍ତି ମୋ IAS ପାଇବାର ସିକ୍ରେଟ, ସେ ନଥିଲେ ମୁଁ ସଫଳ ହୋଇ ନଥାନ୍ତି…

ବିରାଟ କୋହଲୀଙ୍କ ପାଇଁ ମୁଁ ଆଜି IAS ହୋଇଛି । ହଁ ଆଜ୍ଞା କ୍ରିକେଟ ଷ୍ଟାର ବିରାଟଙ୍କ ପାଇଁ ଜଣେ ଯୁବତୀ UPSC ରେ ସଫଳ ହୋଇପାରିଛନ୍ତି ବୋଲି କହିଛନ୍ତି । ବିରାଟ କୋହଲୀ ହିଁ ତାଙ୍କ ପାଇଁ ଥିଲେ ପ୍ରେରଣା । ବିରାଟଙ୍କ ସଂଘର୍ଷ ଦେଖି ସେ ନିଜେ ଲଢିବାକୁ ସାହସ ପାଇଥିଲେ । ଯଦିଓ ବିରାଟଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ । ହେଲେ ବିରାଟ କୋହଲୀ ଙ୍କୁ ଯୁବତୀ ଜଣଙ୍କ ନିଜର ପ୍ରେରଣା ବୋଲି ବାଛି ନେଇଛନ୍ତି । ଯେଉଁ କାରଣରୁ ଯୁବତୀ ଜଣଙ୍କୁ ଏବେ UPSC ମିଳିଛି ।

ତେବେ 2023 ରେ UPSC ରେ ସଫଳ ପାଇଥିବା ଅନନ୍ୟା ରେଡିଙ୍କ କାହାଣୀ ଆଜି ଆପଣଙ୍କୁ କହୁଛି । ତେବେ ଅନନ୍ୟାଙ୍କ ପାଇଁ ବିରାଟ ଥିଲେ ତାଙ୍କ ପ୍ରେରଣା । ତେବେ ଅନନ୍ୟାଙ୍କ କହିବା ଅନୁଯାଇ ବିରାଟ କୋହଲୀ ତାଙ୍କ ଜୀବନରେ ଅନେକ କିଛି ସଂଘର୍ଷ କରିଛନ୍ତି । ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା । ଯେତେବେଳେ ତାଙ୍କୁ ବହୁତ କିଛି ସହିବାକୁ ପଡିଥିଲା । ହେଲେ ସେ ପଛ ଘୁଞ୍ଚା ନଦେଇ ସମୟ ସହ ତାଳ ଦେଇ ଆଗକୁ ବଢି ଚାଲିଛନ୍ତି ।

ଆଜି ପର୍ଯ୍ୟନ୍ତ ବି ବିରାଟ ସଂଘର୍ଷ କରି କରି ଆଗକୁ ବଢି ଚାଲିଛନ୍ତି । ତେଣୁ ବିରାଟଙ୍କୁ ଦେଖିଲେ ସେ ନିଜର ସବୁ ଦୁଃଖ କଷ୍ଟ ଭୁଲି ଜାଆନ୍ତି । ଏଥିସହ ଅନନ୍ୟା ସବୁ କିଛି ଭୁଲି ସଂଘର୍ଷର ରାସ୍ତାରେ ଆଗକୁ ବଢିବା ପାଇଁ ଶକ୍ତି ପାଇଯାଇଥାନ୍ତି । ବିରାଟଙ୍କର ସହନଶୀଲତା ଓ ଧର୍ଯ୍ୟ ଅନନ୍ୟାଙ୍କୁ ଅନୁପ୍ରାଣୀତ କରିଛି । ସେ କହିଛନ୍ତି ମୋ ଭିତରେ ଧର୍ଯ୍ୟ ଓ ସହନଶୀଳତା ନଥିଲା । ହେଲେ ବିରାଟଙ୍କ ପାଇଁ ଏହି 2 ଟି ଯାକ ମୋ ଭିତରେ ଆସିପାରିଛି ।

ସେଥିପାଇଁ ମୁଁ ସବୁବେଳେ ବିରାଟଙ୍କୁ ପ୍ରେରଣା ଭାବି ଆଗକୁ ବଢି ଚାଲେ । ମୁଁ ଯେତେବେଳେ ଭାଙ୍ଗି ପଡିଥାଏ । ସେତେବେଳେ ମୁଁ କେବଳ ଜଣଙ୍କ କଥା ହିଁ ଭାବେ । ଆଉ ସେ ହେଉଛନ୍ତି ମୋ ପାଇଁ ମୋ ପ୍ରେରଣା ସାଜିଥିବା ବିରାଟ କୋହଲୀ । ତାଙ୍କ ପାଇଁ ମୁଁ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଛି । ଏତେ ବଡ ସଫଳତା ମୁଁ ମଧ୍ୟ ପାଇପାରିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *