29 ତାରିଖରେ କଂଗ୍ରେସିଆ ବନ୍ଧା ହେବେ ! Sura Routray

ବର୍ଷା ଯାଇଛି ମାନେ ଟିକେଟ ମିଳିବ ! ହଁ ଆଜ୍ଞା ବିଜେଡିରେ ସାମିଲ ହୋଇ ଶଙ୍ଖ ଧରିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତେବେ ଏହାକୁ ନେଇ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ତେବେ ସୁରଙ୍କ କହିବା ଆଧାରରେ ବର୍ଷା ପ୍ରିୟଦର୍ଶିନୀ ଜଣେ ବହୁତ ଭଲ କଳାକାର । ସେ ନିଜର ଅଭିନୟ କାମ କରିବା ସହ ସମାଜ ସେବା ମଧ୍ୟ କରେ । ବହୁତ ଭଲ ଝିଅଟି ହେଉଛି ବର୍ଷା । ସେ ଦେଖିବାକୁ ଯେତିକି ସୁନ୍ଦର ତାର ହୃଦୟ ମଧ୍ୟ ସେତିକି ସୁନ୍ଦର ।

କୋରୋନା ସମୟରେ ଅନେକ ଦୁଃଖୀ ଦରିଦ୍ରଙ୍କୁ ବର୍ଷା ମୋତେ ନେଇ ସାହାଜ୍ଯ କରିଛି । ଲୋକଙ୍କୁ ଖାଇବା ଠାରୁ ଆରମ୍ଭ କରି ଶାଢୀ ପର୍ଯ୍ୟନ୍ତ ସେ ସବୁ ବାଣ୍ଟେ । ପିଲା ମାନଙ୍କୁ ପାଠ ପଢିବା ପାଇଁ ବହିଖାତା ମଧ୍ୟ ଯୋଗାଇ ଦିଏ । ଭୁବନେଶ୍ବରର କେତେ ଗୁଡିଏ ସ୍ଥାନରେ ସେ ଜଳଛତ୍ର ଖୋଲି ଲୋକଙ୍କୁ ପାଣି ପିଇବା ପାଇଁ ଯୋଗାଇ ଦେଉଛି । ସେ ବିଜେଡିରେ ସାମିଲ ହେବାର ଇଛା ରଖିଥିଲା ବୋଧେ ସେଥିପାଇଁ ସେ ଦଳରେ ସାମିଲ ହୋଇଛି ।

ତାପରେ ନବୀନ ପଟ୍ଟନାୟକ ଯାହାଙ୍କୁ ଉଚିତ ଭାବୁଛନ୍ତି । ତାଙ୍କୁ ଡାକି ଟିକେଟ ଦେଉଛନ୍ତି । ସେହିପରି ବର୍ଷାଙ୍କୁ ମଧ୍ୟ ବିଜେଡିରେ ସେମାନେ ସାମିଲ କରିଛନ୍ତି । ତାଙ୍କୁ ବି ବିଜେଡିରୁ ଆଗକୁ ନିର୍ବାଚନ କାଢିବା ପାଇଁ ଟିକେଟ ମିଳିପାରେ । ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ଖୁବ ସାରା ଓଡିଶାର ଲୋକ ଭଲ ପାଆନ୍ତି । ତେଣୁ ବର୍ଷା ପାଖରେ ଲୋକଙ୍କର ଭଲ ପାଇବା ରହିଛି । ଯଦି ଏହିଭଳି ବର୍ଷା ନିଜର ସମାଜ ସେବା କାର୍ଯ୍ୟ ଜାରୀ ରଖେ । ତେବେ ବହୁତ ଲୋକଙ୍କର ଆଶ୍ରୀବାଦ ପାଇଲା ପରେ ସେ ଆଗକୁ ବହୁତ ଉନ୍ନତି କରିବ ।

ତେବେ ସୁର ରାଉତରାୟ ନିଜ ପ୍ରତିକ୍ରିୟାରେ କଙ୍ଗ୍ରେଶ ଦଳକୁ ନେଇ ଏଭଳି କିଛି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ତାଙ୍କ କହିବା ଆଧାରରେ 29 ତାରିଖରେ କଙ୍ଗ୍ରେସିଆ ସବୁ ବନ୍ଧା ହେବାକୁ ଯାଉଛନ୍ତି । ଦଳରେ ରହି କିଏ କ’ଣ ସବୁ କରିଛି କିଏ କଣ’ ନେଇଛି ? ତାହାକୁ ବିଚାର କରି 29 ତାରିଖରେ ସବୁ ବନ୍ଧା ହେବାକୁ ଯାଉଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

 

Leave a Reply

Your email address will not be published. Required fields are marked *