ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ପୁରିଲା ବର୍ଷେ, ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ | Bahanaga train tragedy

ବିତିଗଲା ବର୍ଷେ… ହେଲେ ମନରୁ ଲିଭି ନାହିଁ କାଳ ରାତ୍ରୀର ସେହି କରାଳ ରୁପ ! ହଁ ଆଜ୍ଞା ଆଜି ଦିନର ଠିକ ଏକ ବର୍ଷ ପୂର୍ବେ ଅର୍ଥାତ ଜୁନ 2 ତାରିଖ ସନ୍ଧ୍ଯା ପାଖାପାଖି 7 ଘଟିକା । ଯେଉଁ ସମୟରେ ଛାତି ଥରାଇଦେବା ଭଳି ଏକ ଘଟଣା ଶୁଣିବାକୁ ମିଳିଥିଲା । ଯେ ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଧକ୍କା ହୋଇଛି । ବାହାନଗା ଠାରେ ଏକ ବହୁତ ବଡ ରେଳ ଦୁର୍ଘଟଣା ଘଟିଯାଇଛି । ହଟାତ ବାହାନଗା ଠାରେ 2 ଟି ଏକ୍ସପ୍ରେସ ସହ ଏକ ମାଲବାହୀ ଟ୍ରେନ ଧକ୍କା ହୋଇଯାଇଥିଲା ।

କେହି କିଛି ବୁଝିବା ଆଗରୁ ଏତେ ବଡ ଟ୍ରେନ ଦୁର୍ଘଟଣା ଘଟିଯାଇଥିଲା । କିଛି ମୁହୂର୍ତ୍ତକ ମଧ୍ୟରେ ସବୁକିଛି ଛାରଖାର ହୋଇଯାଇଥିଲା । ଯେଉଁ ଟ୍ରେନ ଦୁର୍ଘଟଣାରେ 296 ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରୁ ଜଣା ପଡିଥିଲା । ହେଲେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ 900 ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହାତ ହୋଇପଡିଥିଲେ । କରମଣ୍ଡଳର ସେହି ଛାତି ଥରାଇ ଦେବା ଭଳି କରୁଣ କାହାଣୀକୁ ଆଜିକୁ ଠିକ ଏକ ବର୍ଷ ପୁରିଯାଇଛି ।

ହେଲେ ସେହି କାଳ ରାତ୍ରୀର ଘଟଣାର କରାଳ ରୂପ ଆଜି ମଧ୍ୟ ଲୋକଙ୍କ ମନରୁ ସଂପୂର୍ଣ୍ଣ ଭାବେ ଲିଭି ନାହିଁ । ଆଜି ବି ମଧ୍ୟ ଯେତେବେଳେ ବାହାନଗାର ସେହି ଘଟଣା ବିଷୟରେ ମନେ ପଡିଯାଏ । ସେତେବେଳେ ଛାତି ଭିତରଟା ଥରି ଉଠିଥାଏ । ସେଦିନର ସେହି ଶୁକ୍ରବାର କେତେ ଲୋକଙ୍କ ଜୀବନରେ ଶେଷ ଶୁକ୍ରବାର ହିଁ ଥିଲା ବୋଲି କିଏ ଅବା ଜାଣିନଥିଲା । ବାଲେଶ୍ଵରର ବାହାନଗା ଠାରେ ଘଟିଥିବା ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା ।

ଟ୍ରେନ ଦୁର୍ଘଟଣା ଘଟିବା ପରେ ହଟାତ ଆଖି ପିଛୁଳାକେ କେତେ ଲୋକଙ୍କର ଘଟଣା ସ୍ତଳରେ ହିଁ ଜୀବନ ଚାଲିଯାଇଥିଲା । ଏହାପରେ ଦେଖୁ ଦେଖୁ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢିବାକୁ ଲାଗିଥିଲା । ଟ୍ରେନ ଦୁର୍ଘଟଣା ଶୁଣିବା ପରେ ଆହତଙ୍କୁ ସାହାଜ୍ଯର ହାତ ବଢାଇବା ପାଇଁ ସ୍ଥାନୀୟ ଲୋକମନେ ମଧ୍ୟ ପଛଘୁଞ୍ଚା ଦେଇନଥିଲେ ।

ଯେତେଶୀଘ୍ର ସମ୍ଭବ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଜୀବନକୁ ରକ୍ଷା କରିବା ପାଇଁ ରେସକ୍ୟୁ ଟିମ ସହ ସ୍ଥାନୀୟ ଲୋକମାନେ ନିକଟସ୍ଥ ମେଡିକାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ । ତେବେ ଆଜିକୁ ସେହି ବାହାନଗା ଟ୍ରେନ ଟ୍ରାଜେଡିକୁ ଏକ ବର୍ଷ ପୁରିଯାଇଛି । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *