ଧ୍ୟାନ ସାରିବା ପରେ ପ୍ରଧାନମନ୍ତ୍ରୀ କହିଲେ ନିଜର ଅନୁଭୂତି, ବାର୍ତ୍ତା ଲେଖି ଦେଲେ ସୂଚନା… PM Narendra Modi

ଆଖି ଖୋଲୁ ଖୋଲୁ ମୋଦୀଙ୍କୁ ମିଳିଲା ଏହି ଶକ୍ତି ! ହଁ ଆଜ୍ଞା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଧ୍ୟାନ କରିବା ପୂର୍ବର ଓ ପରର ସବୁ ଅନୁଭୂତିକୁ ଏକ ଚିଠି ମାଧ୍ୟମରେ ଲେଖି ଜଣାଇଛନ୍ତି । ଯେଉଁଥିରେ ସେ ନିଜର ମନର କଥା ଲେଖି ଲୋକଙ୍କୁ ଶେୟାର କରିଛନ୍ତି । ତେବେ ନିକଟରେ ତାମିଲନାଡୁର ସ୍ଵାମୀ ବିବେକାନନ୍ଦ ରକ ମେମୋରିଆଲ ଠାରେ ପ୍ରଧାନମନ୍ତ୍ରୀ ଦୀର୍ଘ 48 ଘଣ୍ଟା ସମୟ ଧରି ଧ୍ୟାନ ଅବସ୍ଥାରେ ରହିଥିଲେ । ତେବେ ଧ୍ୟାନରୁ ଫେରିବା ପରେ ମୋଦୀ ନିଜର ମନର କଥା ଏକ ଚିଠିରେ ସବୁ ଲେଖି ଜଣାଇଛନ୍ତି ।

ବିବେକାନନ୍ଦ ରକରେ ଧ୍ୟାନ ସଂପୂର୍ଣ୍ଣ ହେବା ପରେ ପ୍ରଧାନମନ୍ତ୍ରୀଙ୍କର ଏକ ଲିଭିତ ବାର୍ତ୍ତାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ତାଙ୍କ ଲିଖିତ ବାର୍ତ୍ତା ଅନୁସାରେ ସେ କହିଛନ୍ତି । ଯେ ବିବେକାନନ୍ଦ ରକକୁ ଆସି ମୋତେ ଏକ ଅଲୌକିକ ଓ ଅଦ୍ଭୁତ ଊର୍ଜାର ଅନୁଭବ ହେଲା । ଏହି ଶିଳା ଉପରେ ମାତା ପାର୍ବତୀ ଓ ସ୍ଵାମୀ ବିବାକନନ୍ଦ ତପସ୍ୟା କରିଥିଲେ । ଆଧ୍ୟାତ୍ମିକ ଜନ ଜାଗରଣର ପ୍ରେଣତା ବିବେକାନନ୍ଦ ହେଉଛନ୍ତି ମୋ ଆଦର୍ଶ ।

ମୋ ଊର୍ଜା ଓ ମୋ ସାଧନାର ସ୍ରୋତ ରହି ଆସିଛନ୍ତି । ବହୁ ବର୍ଷ ପୂର୍ବରୁ ସାରା ଦେଶର ଭ୍ରମଣ ପରେ ସେ ଯେତେବେଳେ ଏଠାକୁ ଧ୍ୟାନ କରିବାକୁ ଆସିଥିଲେ। ଭାରତର ପୁନରୁଦ୍ଧାର ପରେ ତାଙ୍କୁ ଏକ ନୂଆ ଦିଶା ମିଳିଥିଲା । ଏହା ମୋର ସୌଭାଗ୍ୟ ଯେ ବହୁ ବର୍ଷ ପରେ ଯେତେବେଳେ ସ୍ଵାମୀ ବିବେକାନନ୍ଦ ମୂଲ୍ୟବୋଧ ଓ ଆଦର୍ଶ ଅନୁସାରେ ତାଙ୍କ ସ୍ଵପ୍ନର ଭାରତ ରୂପ ନେଇଛି । ସେତେବେଳେ ମୋତେ ଏହି ପବିତ୍ର ସ୍ତଳରେ ସାଧନାର ସୁଯୋଗ ମିଳିଲା ।

ତେବେ ଧ୍ୟାନ ସରିବା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ଚିଠିରେ ନିଜର ମନର କଥାକୁ ଏଭଳି ଭାବେ ଲେଖିଛନ୍ତି । ଯାହାକୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ପୋଷ୍ଟ କରିଛନ୍ତି । ତେବେ ଗତ ଜୁନ 1 ତାରିଖ ଦିନ 1 ଘଟିକା ସମୟରେ ମୋଦୀ ଜି ଙ୍କର ଧ୍ୟାନ ସରିଥିଲା । ତାପରେ ପ୍ରଧାନମନ୍ତ୍ରୀ ସେଠାରେ ନିଜର ଧ୍ୟାନ ଭଙ୍ଗ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ । ତାପରେ ପୂଜା ଅର୍ଚନା କରି ସେଠାରୁ ଫେରିଥିଲେ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *