ବାହାଘରକୁ ମାସେ ବି ପୁରିନି, ହାତରୁ ମେହେନ୍ଦି ଲିଭିନି, ନବ ବିବାହିତା ସ୍ତ୍ରୀ ଠାରୁ ସ୍ଵାମୀକୁ ଛଡାଇନେଲା କରମଣ୍ଡଳ, Train Tragedy

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାଘରକୁ ମାସେ ପୁରୁନପୁରୁଣୁ ସ୍ଵାମୀର ଜୀବନ ନେଇଗଲା କରମଣ୍ଡଳ । ତେବେ ହଁ ବନ୍ଧୁଗଣ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ଅନେକ ପରିବାର ନିଜ ନିଜ ଆତ୍ମୀୟ ସ୍ଵଜନଙ୍କୁ ହରାଇ ବସିଛନ୍ତି । ସେଥିମଧ୍ୟରୁ ଜଣେ ହେଉଛନ୍ତି ତାପସ । ଜିଏକି ଗତ ଏପ୍ରିଲ ୧୧ ରେ ବାହା ହୋଇଥିଲେ । ବାହାଘର ପରେ ତାଙ୍କର ଦାମ୍ପତ୍ୟ ଜୀବନ ମଧ୍ୟ ବହୁତ ଭଲରେ କଟିଥିଲା । ହେଲେ ସମୟର ପରିବର୍ତ୍ତନ ସବୁକିଛି ସୁଖର ସଂସାରକୁ ଉଜାଡିଆ ଦେଲା ।

ତାପସ ନିଜ କାମ ପାଇଁ ବାଲେଶ୍ଵର ଯାଇଥିଲେ । ତେବେ ସେଠାରୁ ସେ ଘରକୁ ଫେରିବା ପାଇଁ କରମଣ୍ଡଳରେ ବସିଥିଲେ । ହେଲେ ସେ ଜାଣିନଥିଲେ, କି ବାଟରେ ତାଙ୍କୁ ମୃ-ତ୍ୟୁ ଚାତକ ପରି ଅନାଇ ବସିଛି । ତେବେ ସୁରୁଖୁରୁରେ ତାପସ ଟ୍ରେନରେ ବସି ଯାତ୍ରା କରୁଥିବା ସମୟରେ ବାଲେଶ୍ଵର ବାହାନଗା ଠାରେ ରେଳ ଦୁର୍ଘଟଣା ଘଟିଥିଲା । ଏହାପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ତେବେ ଘର ଲୋକେ ଯେତେବେଳେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଟିଛି ବୋଲି ଜାଣିବାକୁ ପାଇଥିଲେ ।

ସେତେବେଳେ ଘର ଲୋକଙ୍କ ମନକୁ ମଧ୍ୟ ପାପ ଛୁଇଁଥିଲା । କାରଣ ତାଙ୍କ ଘରର ପୁଅ ତାପସ ମଧ୍ୟ ସେହି ଟ୍ରେନରେ ହିଁ ଘରକୁ ଫେରୁଥିଲା । ତାପରେ ଘର ପରିବାର ପୁଅ କିଭଳି ଭାବେ ଭଲ ଭଲରେ ଘରକୁ ଫେରିଆସୁ । ସେହି ଖବର ପାଇଁ ମୂହୁର୍ତ୍ତକ ପାଇଁ ମଧ୍ୟ ଟିଭି ସାମ୍ନାରୁ ହଟୁନଥିଲେ । ହେଲେ ଘଟଣାକୁ ଗୋଟିଏ ଦିନ ବୀତିଗଲା ପରେ ଯେତେବେଳେ ତାପସଙ୍କ ଘରକୁ ଗୋଟିଏ ଫୋନ କଲ୍ ଆସିଥିଲା ।

ସେତେବେଳେ ତାପସଙ୍କ ଘର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ ତାଙ୍କ ପୁଅ ତାପସ ଟ୍ରେନ ବଗୀ ତଳେ ଚାପି ହୋଇ ମୃ-ତ୍ୟୁ ହୋଇଯାଇଛନ୍ତି । ତେବେ ତାପସଙ୍କ ନବ ବିବାହିତ ପତ୍ନୀ ଲିପା କିନ୍ତୁ ନିଜ ସ୍ଵାମୀଙ୍କ ମୃ-ତ୍ୟୁ ଖବର ଶୁଣିକି ଜମାରୁ ମଧ୍ୟ ନିଜ କାନ ଉପରେ ବିଶ୍ବାସ କରିପାରିନଥିଲେ ।

କାରଣ ନୂଆ ନୂଆ ବାହା ହୋଇଥିବା ନବବଧୁର ହାତରୁ ଏପର୍ଯ୍ୟନ୍ତ ମେହେନ୍ଦି ଲିଭିନାହିଁ । ହେଲେ କରମଣ୍ଡଳ ଟ୍ରେନ ଦୁର୍ଘଟଣା ତାଙ୍କ ସ୍ଵାମୀଙ୍କୁ ତାଙ୍କ ଠାରୁ ଛଡାଇ ନେଇ ତାଙ୍କ ମଥାରୁ ସିନ୍ଦୁର ପୋଛିଦେଇଥିଲା । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *