ବାବୁଶାନ୍ କ’ଣ ରାଜନୀତିକୁ ଆସିବେ ? ଏପଟେ ମାଆ ଚିଲକୁ ସ୍ତ୍ରୀ ତୃପ୍ତି ବିଲୁଆ ! Babushaan Mohanty

2 ଜଣ ଜଗିକି ବସିଛନ୍ତି, ସୁଧୁରିବା ଛଡା ବାଟ ନାହିଁ । ହଁ ଆଜ୍ଞା ଜୁନ 12 ତାରିଖରେ ଓଡିଆ ଫିଲ୍ମ ପାବାର ଆସିବାକୁ ଯାଉଛି । ଯେଉଁଥିରେ ମୁଖ୍ୟ ନାୟକ ଭାବେ ଅଭିନେତା ବାବୁସାନ ମହାନ୍ତି ଓ ମୁଖ୍ୟ ନାୟିକା ଭାବରେ ଅଭିନେତ୍ରୀ ଏଲିନାଙ୍କୁ ଦେଖିବାକୁ ମିଳିବ । ତେବେ ଗଣ ମାଧ୍ୟମର ସାକ୍ଷାତକାରରେ ଅଭିନେତା ବାବୁସାନ ମହାନ୍ତି ନିଜ ଫିଲ୍ମ ପାବାର ବିଷୟରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି। ଓଡିଆ ଫିଲ୍ମ ପାବାର ଦର୍ଶକ ମାନଙ୍କର ମନୋରଞ୍ଜନ ନିହାତି ଭାବେ କରିବ ।

ଗୋଟେ ଗାଁର ଜନତା ମାନଙ୍କର ପାୱାର କେତେ ଥାଏ । ସେହିପରି କିଛି ସତ୍ୟ କାହାଣୀକୁ ଆହାର କରି ଫିଲ୍ମ ପାବାର କରାଯାଇଛି । ମୁଁ ଏହି ଫିଲ୍ମରେ ଲୁଙ୍ଗୀ ପିନ୍ଧିଛି ଓ ଗୋଟେ ଗ୍ରାମର ସାଧାରଣ ଲୋକ ଭାବେ ସାମ୍ନାକୁ ଆସିବି । ଏହି ଫିଲ୍ମରେ ମୁଁ ରାଜନୀତି କରିବା ଭଳି କିଛି ଚରିତ୍ରରେ ନଜର ଆସିବାକୁ ଯାଉଛି । ହେଲେ ଖାଲି ଫିଲ୍ମରେ ମୁଁ ରାଜନୀତି କରିବାରେ ନଜର ଆସିବି । ହେଲେ ପ୍ରକୃତରେ ମୁଁ ଏବେ ରାଜନୀତି ମଇଦାନକୁ ଆସିବାକୁ ଚାହୁଁନାହିଁ ।

କାରଣ ମୁଁ ଏବେ ଆଗକୁ ଆହୁରି ବହୁତ ସାରା ଫିଲ୍ମ କରିବାକୁ ଯାଉଛି । ଫିଲ୍ମ କରିବାରେ ମୋତେ ଶାନ୍ତି ମିଳୁଛି । କାରଣ ଫିଲ୍ମରେ ହିଁ ମୋର ଅସଲ ଖୁସି ରହିଛି । ଆଶା କରୁଛି । ଏହିଭଳି ଗୋଟେ ପରେ ଗୋଟେ ଭଲ ଭଲ କାହାଣୀକୁ ଭିତ୍ତି କରି ଓଡିଆ ଫିଲ୍ମ ଦର୍ଶକଙ୍କ ନିକଟରେ ପହଞ୍ଚାଇ ତାଙ୍କର ମନୋରଞ୍ଜନ କରିବାକୁ ଚେଷ୍ଟା କରିବି । ତେବେ ଏହି ଗଣ ମାଧ୍ୟମର ସାକ୍ଷାତ ଦେବା ସମୟରେ ବାବୁସାନ ଏଭଳି କିଛି ମଧ୍ୟ କହିଥିଲେ । ଯେ ମୁଁ ବର୍ତ୍ତମାନ ପୁରା ସୁଧୁରି ଯାଇଛି ।

କାରଣ ମୋତେ ଘରେ 2 ଜଣ ସବୁବେଳେ ଜଗିକି ରହିଛନ୍ତି । ମୋ ମାଆ ହେଉଛନ୍ତି ଚିଲ ଓ ସ୍ତ୍ରୀ ତୃପ୍ତି ହେଉଛନ୍ତି ବିଲୁଆ । ଜଣେ ଉପରୁ ମୋତେ ଜଗିକି ରୁହେ ଆଉ ଜଣେ ତଳେ ରହିକି ଜଗେ । ତେଣୁ ମୋର ଆଉ ଖରାପ ବାଟକୁ ଯିବାର ରାସ୍ତା ବି ନାହିଁ । ମୁଁ ପୁରା ଭଲ ପିଲା ହେଇଯାଇଛି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଅଭିନେତା ବାବୁସାନ ଆପଣଙ୍କୁ କେମିତି ଲାଗନ୍ତି ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *