ବିଜେପିକୁ ଟାର୍ଗେଟ କରି କହିଲେ ନବୀନ ! ଅଛେ ଦିନ କୁଆଡେ ଗଲା… ତେବେ ବର୍ତ୍ତମାନ ସମୟରେ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପୁରା ସରଗରମ ହୋଇ ଉଠିଛି । ତେବେ ରାଜ୍ୟର ସ୍ଥାନେ ସ୍ଥାନେ ନିର୍ବାଚନ ପ୍ରଚାର ପ୍ରସାର କାର୍ଯ୍ୟ ଚାଲୁ ରହିଛି । ଏହାରି ଭିତରେ ଛେଣ୍ଡିପଦାର ବିଜେଡି ସଭାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ଟାର୍ଗେଟ କରି କିଛି ଏଭଳି କଥା କହିଥିଲେ ।
ତେବେ ଛେଣ୍ଡିପଦା ଠାରେ ଆୟୋଜିତ ହୋଇଥିବା ବିଜେଡି ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଯେଉଁଠାରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଇଥିବା ସମୟରେ ଲୋକ ମାନଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ପ୍ରଥମେ ବହୁ ଦୂରଦୂରାନ୍ତରୁ ବିଜେଡି ସଭାକୁ ଆସିଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ହୃଦୟରୁ ଧନ୍ୟବାଦ ଜଣାଇଥିଲେ । ତାପରେ ସେଠାରେ ଉପସ୍ଥିତ ରହିଥିବା ଲୋକ ମାନଙ୍କୁ ଭାଇ ଓ ଭଉଣୀ ସମ୍ବୋଧନ କରି କିଛି ପ୍ରଶ୍ନ ତାଙ୍କ ପାଖରେ ରହିଥିଲେ ।
ଯାହାର ଉତ୍ତର ସେଠାରେ ଉପସ୍ଥିତ ଥିବା ଜନ ସାଧାରଣଙ୍କୁ ଦେବା ପାଇଁ କହିଥିଲେ । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ପଚାରିଥିବା ପ୍ରଶ୍ନ ଗୁଡିକ ହେଉଛି । ବିଏସକେବାଇ ଯୋଜନା ଭଲ କି ! ମିଶନ ଶକ୍ତି ଯୋଜନା ଭଲ କି ! ମମତା ଯୋଜନା ଭଲ କି ! ଲକ୍ଷ୍ମୀ ବସ ଭଲ କି ! 5 ଟି ସ୍କୁଲ କାମ ଭଲ କି ! ପିଲା ମାନଙ୍କୁ ମିଳିଥିବା ସ୍କୋଲାରଶୀପ ସ୍କିମ ଭଲ କି ! ଚାଷୀ ମାନଙ୍କର କାଳିଆ ଯୋଜନା ସ୍କିମ ଭଲ କି ! ମଧୁବାବୁ ପେନସନ ଯୋଜନା ଭଲ କି ! ଚାଉଳ କାର୍ଡ ଭଲ କି !
ମାଆ ସମଲେଇ ଯୋଜନା ଭଲ କି ! ପୁରୀ କାମ ଭଲ କି ! ତେବେ ଏହି ସବୁ ପ୍ରଶ୍ନ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ପଚାରିବା ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା କହିଥିଲେ । ଯେ ନବୀନ ପଟ୍ଟନାୟକ ଭଲ କି ! ଶଙ୍ଖ ଚିହ୍ନ ଭଲ କି ! ତେବେ ଏହା ଶୁଣି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ସବୁଆଡୁ ସମର୍ଥକ ମାନଙ୍କର ପ୍ରଶଂଷା ଓ ସମର୍ଥନର ସୁଅ ଛୁଟି ଆସିଥିଲା । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ।
ଯେ ବିରୋଦ୍ଧି ଦଳର ନେତା ଓଡିଶାର ଶାସକ ଦଳ ନାମରେ ମିଛ କଥା କହିଛନ୍ତି । ଅଛେ ଦିନ ଏବେ କୁଆଡେ ଗଲା ? ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।