“ଏବେ ମୁଁ ଡାଇରେକ୍ଟ ବାହାହେବି, ଆଉ ନିବାନିବିଙ୍କ ଭଳି ବ୍ରେକଅପ ପ୍ୟାଚଅପ କରିବା ବୟସ ନାହିଁ ” Poonam Mishra

ନିବାନିବିଙ୍କ ଭଳି ବ୍ରେକଅପ ପ୍ୟାଚଅପ ପାଇଁ ସମୟ ନାହିଁ, ଡାଇରେକ୍ଟ ବାହା ହେବି । ହଁ ଆଜ୍ଞା ଅଭିନେତ୍ରୀ ପୁନମ ମିଶ୍ର ଯାହାଙ୍କୁ ଆପଣ ଓଡିଆ ସିନେମା ଜଗତରେ ତାଙ୍କର ଅଭିନୟ ପାଇଁ ଖୁବ ସାରା ଭଲ ପାଇବା ଦେଇଆସିଛନ୍ତି । ତେବେ ଗଣ ମାଧ୍ୟମର ସାକ୍ଷାତକାରରେ ପୁନମ ନିଜ ବ୍ରେକଅପର କାହାଣୀ କହିଛନ୍ତି । ତେବେ ଅଭିନେତ୍ରୀ ପୁନମ କହଛନ୍ତି । ଯେ ଦଶହରାରେ ମୋର ଫିଲ୍ମ କଟକ ରିଲିଜ ହୋଇଥିଲା । ରଜକୁ ମୋର ଚନ୍ଦ୍ରବଂଶୀ ରିଲିଜ ହେବାକୁ ଯାଉଛି ।

ତେବେ ବର୍ଷ ସାରା ଓଡିଆ ଫିଲ୍ମ ଏମିତି ଗୋଟିଏ ପରେ ଗୋଟିଏ ଆସୁଥାଉ । ହେଲେ ଖାସ୍ କରି ଦଶହରା ଓ ରଜରେ ଓଡିଆ ଫିଲ୍ମ ହଲ୍ ପଡିବା କଥା ନିହାତି ଭାବେ ପଡିବ । ତେଣୁ ମୋର ଆଶା ଯେ ଲୋକମାନେ ଏହି ରଜରେ ନିକଟସ୍ଥ ହଲ୍ କୁ ଯାଇ ଫିଲ୍ମ ଚନ୍ଦ୍ରବଂଶୀ ନିହାତି ଭାବେ ଦେଖନ୍ତୁ । ଏଥିସହ ଓଡିଆ ଫିଲ୍ମକୁ ବହୁତ ସାରା ଭଲ ପାଇବା ଅମଧ୍ୟ ଦିଅନ୍ତୁ । ରଜରେ ବି ଏମିତି ଆମେ ସମସ୍ତେ ନୂଆ ଡ୍ରେସ ପିନ୍ଧି ଭଳିକି ଭଳି ପିଠାମିଠା ଖାଇ ସବୁଆଡେ ବୁଲିବାକୁ ଯାଉ ।

ରଜକୁ ନେଇ ମଧ୍ୟ ଛୋଟ ବେଳରୁ ଆଜି ପର୍ଯ୍ୟନ୍ତ ମୋର ବହୁତ ସାରା ଭଲ ଭଲ ସ୍ମୃତି ସବୁ ରହିଛି । ମୋର ପ୍ରଥମ ଫିଲ୍ମ ହେଉଛି ବାଇଶି ପାହାଚେ ଖେଳିବ ମୀନ । ଯେଉଁଥିରେ ମୋତେ ଅଭିନୟ କି କିଛି ବି ଜଣା ସେ ସମୟରେ ନଥିଲା । ମୋର କି ମୋ ପରିବାରର ଛୋଟ ବେଳରୁ ହିଁ କାହାର ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସେ ବୋଲି ଇଚ୍ଛା କରିନଥିଲେ । ହେଲେ ଦଶମ ବୋର୍ଡ ପରୀକ୍ଷା ପରେ ମୋତେ ଓଡିଆରେ ପ୍ରଥମେ ଫିଲ୍ମ କରିବାକୁ ସୁଯୋଗ ମିଳିଥିଲା ।

ଘରେ ଏହି ଲାଇନକୁ ଆସିବାକୁ ବହୁତ ମନା କରୁଥିଲେ । ହେଲେ ଏବେ ଏହି ଇଣ୍ଡଷ୍ଟ୍ରିରେ ହିଁ ମୁଁ କାମ କରୁଛି । ବହୁତ ଲୋକ ପୁନମ ମିଶ୍ର ଲଭ ରିଲେସନସିପରେ ଅଛନ୍ତି ବୋଲି ଭାବୁଛନ୍ତି । ହେଲେ ମୋର 3 ବର୍ଷ ହେଲା ବ୍ରେକଅପ ହୋଇଯାଇଛି । ଆଉ ମୋର ଲଭ କାହାକୁ କରି ରିଲେସନରେ ରହିବାର ନାହିଁ । ଏବେ ଭଲ ପୁଅ ମିଳିଲେ ମୁଁ ଡାଇରେକ୍ଟ ବାହା ହୋଇଯିବି । ଆଉ ନିବାନିବି ଭଳି ବ୍ରେକଅପ ପ୍ୟାଚଅପ କରିବାର ବହାୟ ମୋର ନାହିଁ ।

ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଅଭିନେତ୍ରୀ ପୁନମ ଆପଣଙ୍କୁ କିପରି ଲାଗନ୍ତି ? ଆମକୁ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *